କଟକ: ୧୫ରୁ ସର୍ବଭାରତୀୟ କଳିଙ୍ଗ କପ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ୍

କଟକ: ଆସନ୍ତା ୧୫ ତାରିଖରୁ କଟକ ବାରବାଟି ଷ୍ଟାଡିୟମରେ ଆରମ୍ଭ ହେବ ସର୍ବଭାରତୀୟ କଳିଙ୍ଗ କପ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ୍। ରାଜ୍ୟ ଏବଂ ରାଜ୍ୟ ବାହାରର ମୋଟ ୧୭ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ। ବାରବାଟି ଓ ପୋଲିସ୍ ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମ୍ୟାଚ୍। ଏନେଇ ଏସିଏ କନ୍‌ଫରେନ୍ସ ହଲ୍‌ରେ ଫାଓ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ […]

football

Rakesh Mallick
  • Published: Saturday, 14 May 2016
  • , Updated: 14 May 2016, 11:58 AM IST

କଟକ: ଆସନ୍ତା ୧୫ ତାରିଖରୁ କଟକ ବାରବାଟି ଷ୍ଟାଡିୟମରେ ଆରମ୍ଭ ହେବ ସର୍ବଭାରତୀୟ କଳିଙ୍ଗ କପ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ୍। ରାଜ୍ୟ ଏବଂ ରାଜ୍ୟ ବାହାରର ମୋଟ ୧୭ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ। ବାରବାଟି ଓ ପୋଲିସ୍ ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମ୍ୟାଚ୍। ଏନେଇ ଏସିଏ କନ୍‌ଫରେନ୍ସ ହଲ୍‌ରେ ଫାଓ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ସମସ୍ତ ମ୍ୟାଚ୍ ନକ୍‌ଆଉଟ୍‌ ଭିତ୍ତିରେ ଖେଳାଯିବାକୁ ଥିବାବେଳେ ୨୫ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଚାମ୍ପିଅନ ଦଳକୁ ୩ ଲକ୍ଷ ଏବଂ ରନର୍ସ ଅପ୍‌କୁ ୨ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ।

Related story