ଆଇପିଏଲ୍‌-୧୧ରେ ଏହି ଖେଳାଳି ହେବେ କି-ପ୍ଲେୟାର୍‌: ହ୍ୟାଟ୍ରିକ୍‌ ସ୍ପେସାଲିଷ୍ଟ୍‌ଙ୍କ ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ମାତ୍ର କେଇଟା ଦିନ ପରେ ଆଇପିଏଲ୍‌ର ୧୧ତମ ସିଜିନ ଆରମ୍ଭ ହେବ। ଏଥିପାଇଁ କ୍ରୀଡାପ୍ରମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଳାଣି। ଆଇପିଏଲ-୧୧ ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହେଉଛି। ଏବଂ ଏହାର ଉଦଘାଟନୀ ଉତ୍ସବ ଏପ୍ରିଲ ୬ ତାରିଖରେ ହେବ। ଉଦଘାଟନୀ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯିବ। ବିଶ୍ୱର ବଛା ବଛା କ୍ରିକେଟରଙ୍କୁ ନେଇ ଖଳାଯାଉଥିବା ଏହି ପ୍ରତିଯୋଗିତାରେ ପ୍ରତିଦିନ ନୂଆ ନୂଆ ରେକର୍ଡ ସ୍ଫାପନ ହୋଇଥାଏ […]

IPL

Rakesh Mallick
  • Published: Sunday, 18 March 2018
  • , Updated: 18 March 2018, 10:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ମାତ୍ର କେଇଟା ଦିନ ପରେ ଆଇପିଏଲ୍‌ର ୧୧ତମ ସିଜିନ ଆରମ୍ଭ ହେବ। ଏଥିପାଇଁ କ୍ରୀଡାପ୍ରମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଳାଣି। ଆଇପିଏଲ-୧୧ ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହେଉଛି। ଏବଂ ଏହାର ଉଦଘାଟନୀ ଉତ୍ସବ ଏପ୍ରିଲ ୬ ତାରିଖରେ ହେବ। ଉଦଘାଟନୀ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯିବ।

ବିଶ୍ୱର ବଛା ବଛା କ୍ରିକେଟରଙ୍କୁ ନେଇ ଖଳାଯାଉଥିବା ଏହି ପ୍ରତିଯୋଗିତାରେ ପ୍ରତିଦିନ ନୂଆ ନୂଆ ରେକର୍ଡ ସ୍ଫାପନ ହୋଇଥାଏ ହୁଏ ଏବଂ ଅନେକ ରେକର୍ଡ ଭାଙ୍ଗେ। ବିଶେଷ କରି ସ୍ପିନର୍‌ମାନେ ଆଇପିଏଲରେ ନିଜର ଜଲ୍‌ୱା ଦେଖାଇଥାନ୍ତି। ୨୦୧୮ରେ ଯଦି ଆମେ ଲକ୍ଷ୍ୟ କରିବା ତେବେ ଅନେକ ସ୍ପିନର ଏମିତି ଅଛନ୍ତି ଯାହାକୁ କି-ପ୍ଲେୟାର କୁହାଯାଇପାରେ।

୧-ଅମିତ ମିଶ୍ରା- ହ୍ୟାଟ୍ରିକ୍ ସ୍ପେସାଲିଷ୍ଟ୍‌ ନାଁରେ ପରିଚିତ ଅମିତ ମିଶ୍ରା ଡେୟାରଡେଭିଲ୍ସ ଟିମ୍‌ରେ ସ୍ଥାନ ପାଇଛନ୍ତି। ଅମିତ ନିଜ ଦଳ ପାଇଁ ଏଥର କି-ପ୍ଲେୟାର୍‌ ସାବ୍ୟସ୍ତ ହୋଇପାରନ୍ତି। ଅମିତ ମିଶ୍ରାଙ୍କ ଆଇପିଏଲ କ୍ୟାରିୟର ବେଶ ସଫଳ ରହିଛି। ସେ ଆଇପିଏଲରେ ମୋଟ୍‌ ୧୨୬ଟି ମ୍ୟାଚ୍‌ ଖେଳି ୧୩୪ଟି ୱିକେଟ୍‌ ନେଇଛନ୍ତି। ଏହାସହ ହ୍ୟାଟ୍ରିକ୍‌ ୱିକେଟ୍‌ ନେବାରେ ସେ ସବୁଠୁ ଆଗରେ ଅଛନ୍ତି। ସେ ତିନି ତିନି ଥର ଆଇପିଏଲରେ ହ୍ୟାଟ୍ରିକ୍‌ ନେଇ ରେକର୍ଡ କରିଛନ୍ତି।

୨-କୁଲଦୀପ ଯାଦବ- କୁଲଦୀପ ମଧ୍ୟ ଆଇପିଏଲରେ କେକେଆର୍‌ ପକ୍ଷରୁ କି-ପ୍ଲେୟାର୍‌ ସାବ୍ୟସ୍ତ ହୋଇପାରନ୍ତି। କୁଲଦୀପ ଏପର୍ଯ୍ୟନ୍ତ ଆଇପିଏଲରେ ୧୫ଟି ମ୍ୟାଚ୍‌ରୁ ୧୮ଟି ୱିକେଟ୍‌ ହସଲ କରିଛନ୍ତି। ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମଧ୍ୟ ସେ ଏବେ ଫୁଲ୍‌ ଫର୍ମରେ ଅଛନ୍ତି।

୩- ଆର୍‌ ଅଶ୍ୱିନ- କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଦଳ ପକ୍ଷରୁ ଏଥର ପଡ଼ିଆକୁ ଓହ୍ଲାଇବେ। ଅଶ୍ୱିନ ଏଥର ଦଳର ନେତୃତ୍ୱ ମଧ୍ୟ ନେବେ। ସ୍ପିନ ବୋଲର ଅଶ୍ୱିନ ଦଳ ପାଇଁ ଏଥର କି-ପ୍ଲେୟାର୍‌ ହୋଇପାରନ୍ତି। ଆଇପିଏଲରେ ମଧ୍ୟ ତାଙ୍କର ପ୍ରଦର୍ଶନ ବେଶ ଭଲ ରହିଛି। ସେ ମୋଟ୍‌ ୧୧୧ଟି ମ୍ୟାଚ୍‌ ଖେଳି ୧୦୦ଟି ୱିକେଟ୍‌ ହାସଲ କରିଛନ୍ତି।

୪-ରସିଦ ଖାନ- ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ରେ ସ୍ଥାନ ପାଇଥିବା ରସିଦ ଏବେ ସବୁଠୁ ଚର୍ଚ୍ଚିତ ଚେହେରା। ଟି-ଟ୍ୱେଣ୍ଟି ବୋଲିଂରେ ଆଇସିସି ମାନ୍ୟତାରେ ପ୍ରଥମ ସ୍ଥାନରେ ଥିବା ରସିଦ ଏବେ ଆକର୍ଷଣୀୟ ଫର୍ମରେ ଅଛନ୍ତି। ସେ ଆଇପିଏଲରେ ୧୪ଟି ମ୍ୟାଚ୍‌ରୁ ୧୭ଟି ୱିକେଟ୍‌ ନେଇଛନ୍ତି। ୨୦୧୮ ଆଇପିଏଲରେ ନିଜ ଫ୍ରାଞ୍ଚାଇଜ୍‌ ପାଇଁ ସେ ଲକି ହୋଇପାରନ୍ତି।

 

Related story