୭ ବଲରେ ୭ ଚୌକା ଦେଲେ ଖଲୀଲ, ସୋଶାଲ ମିଡିଆରେ ହେଲେ ଟ୍ରଲ

ଅହମଦାବାଦ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଖଲୀଲ ଅହମ୍ମଦଙ୍କ ବେଳା ଭଲ ଚାଲିନାହିଁ। ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ରେ ଗୁରୁତ୍ୱପୂର୍ଣ୍ଣ ୧୯ ଓଭରରେ ବୋଲିଂ କରୁଥିବା ଖଲୀଲ ଲଗାତର ୪ଟି ବଲରେ ୪ଟି ଚୌକା ଦେଇ ସମସ୍ତଙ୍କୁ ନିରାଶ କରିଥିଲେ। ଏହା ସତ୍ତ୍ୱେ ଆଜି ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ପୁଣିଥରେ ସୁଯୋଗ ମିଳିଥିଲା। ତେବେ ଆଜି ମ୍ୟାଚ୍‌ର ଦ୍ୱିତୀୟ ଓଭର ବୋଲିଂ କରୁଥିବା ଖଲୀଲ ଆଜି ପ୍ରଥମ ୩ଟି ବଲରେ ୩ଟି ଚୌକା ଦେଇଥିଲେ। ଲଗାତାର ୭ଟି […]

svs

Hemant Lenka
  • Published: Thursday, 07 November 2019
  • , Updated: 07 November 2019, 08:27 PM IST

ଅହମଦାବାଦ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଖଲୀଲ ଅହମ୍ମଦଙ୍କ ବେଳା ଭଲ ଚାଲିନାହିଁ। ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ରେ ଗୁରୁତ୍ୱପୂର୍ଣ୍ଣ ୧୯ ଓଭରରେ ବୋଲିଂ କରୁଥିବା ଖଲୀଲ ଲଗାତର ୪ଟି ବଲରେ ୪ଟି ଚୌକା ଦେଇ ସମସ୍ତଙ୍କୁ ନିରାଶ କରିଥିଲେ।

ଏହା ସତ୍ତ୍ୱେ ଆଜି ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ପୁଣିଥରେ ସୁଯୋଗ ମିଳିଥିଲା। ତେବେ ଆଜି ମ୍ୟାଚ୍‌ର ଦ୍ୱିତୀୟ ଓଭର ବୋଲିଂ କରୁଥିବା ଖଲୀଲ ଆଜି ପ୍ରଥମ ୩ଟି ବଲରେ ୩ଟି ଚୌକା ଦେଇଥିଲେ। ଲଗାତାର ୭ଟି ବଲରେ ୭ଟି ଚୌକା ବ୍ୟୟ କରିବାରୁ ସୋଶାଲ ମିଡିଆରେ ତାଙ୍କୁ ତୀବ୍ର ଟ୍ରଲ କରାଯାଇଛି।

ଖଲୀଲଙ୍କୁ ଆଜି ବାଂଲାଦେଶର ଯୁବ ତାରକା ମହମ୍ମଦ ନଇମ ୩ଟି ଯାକ ଚୌକା ମାରିଥିଲେ। ଗତ ମ୍ୟାଚ୍‌ରେ ମୁଶଫିକର ରହିମ ତାଙ୍କୁ ୪ଟି ବଲରେ ୪ଟି ଚୌକା ମାରିଥିଲେ। ଏହି ଘଟଣା ପରେ ଖଲୀଲଙ୍କୁ ସୋଶାଲ ମିଡିଆରେ ତୀବ୍ର ଟ୍ରଲ କରାଯାଇଛି।

Related story