ଖେଳିବା ପାଇଁ ଭାରତୀୟ ମହିଳାକୁ ପ୍ରୋତ୍ସାହିତ କରାଯାଏ ନାହିଁ: ସାଇନା ନେହୱାଲ

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେଲା ସାନିଆ ମିର୍ଜା (ଟେନିସ୍), ଦୀପିକା ପାଲିକଲ (ସ୍କ୍ୱାସ୍), ସାଇନା ନେହୱାଲ୍, ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପ୍ପା (ସମସ୍ତେ ବ୍ୟାଡମିଣ୍ଟନ ଖେଳାଳି) ପ୍ରମୁଖ କ୍ରୀଡ଼ା କ୍ଷେତ୍ରରେ ଭାରତକୁ ଗର୍ବିତ କରି ଆସୁଛନ୍ତି। ତଥାପି ଭାରତରେ ମହିଳାମାନଙ୍କୁ ଖେଳିବା ପାଇଁ ଉତ୍ସାହିତ କରାଯାଏ ନାହିଁ। ଏହି ମତ ରଖିଛନ୍ତି ବ୍ୟାଡ଼ମିଣ୍ଟନ୍ ଷ୍ଟାର ସାଇନା ନେହୱାଲ୍। ସେ କହିଛନ୍ତି, ଭାରତୀୟ ମହିଳାମାନେ କ’ଣ କରିପାରିବେ ତାହାର ଏକ ସଦ୍ୟ ଉଦାହରଣ ହେଉଛି ସାନିଆ […]

sainanehwal

sainanehwal

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 04:18 PM IST

Sports

Latest News

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେଲା ସାନିଆ ମିର୍ଜା (ଟେନିସ୍), ଦୀପିକା ପାଲିକଲ (ସ୍କ୍ୱାସ୍), ସାଇନା ନେହୱାଲ୍, ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପ୍ପା (ସମସ୍ତେ ବ୍ୟାଡମିଣ୍ଟନ ଖେଳାଳି) ପ୍ରମୁଖ କ୍ରୀଡ଼ା କ୍ଷେତ୍ରରେ ଭାରତକୁ ଗର୍ବିତ କରି ଆସୁଛନ୍ତି। ତଥାପି ଭାରତରେ ମହିଳାମାନଙ୍କୁ ଖେଳିବା ପାଇଁ ଉତ୍ସାହିତ କରାଯାଏ ନାହିଁ। ଏହି ମତ ରଖିଛନ୍ତି ବ୍ୟାଡ଼ମିଣ୍ଟନ୍ ଷ୍ଟାର ସାଇନା ନେହୱାଲ୍। ସେ କହିଛନ୍ତି, ଭାରତୀୟ ମହିଳାମାନେ କ’ଣ କରିପାରିବେ ତାହାର ଏକ ସଦ୍ୟ ଉଦାହରଣ ହେଉଛି ସାନିଆ ମିର୍ଜାଙ୍କ ସଦ୍ୟ ଗ୍ରାଣ୍ଡ ସ୍ଲାମ୍ ବିଜୟ (ସାନିଆ ଏଥର ପ୍ରଥମ ଥର ପାଇଁ ୱିମ୍ବଲଡନରେ ମହିଳା ଡବ୍ଲସ ଟାଇଟଲ ଜିଣିଛନ୍ତି)। ତଥାପି ମହିଳାଙ୍କୁ ଖେଳିବାକୁ ସୁଯୋଗ ଦେବା ନେଇ ଭାରତୀୟଙ୍କ ମାନସିକତାରେ ବହୁତ କିଛି ପରିବର୍ତ୍ତନ ହେବାକୁ ବାକି ଅଛି। ଏହି ସବୁ ସଫଳତା ସତ୍ତ୍ୱେ ଦେଶରେ ଝିଅମାନଙ୍କ ଖେଳ ଶିକ୍ଷା ପାଇଁ ଉତ୍ସାହର ଅଭାବ ରହିଛି। ପାରଂପରିକ ଭାବେ ଝିଅମାନଙ୍କୁ ଖେଳିବା ପାଇଁ ଉତ୍ସାହିତ କରାଯାଉ ନାହିଁ। ଏହା ସହିତ ସେ ଯୁବବର୍ଗଙ୍କୁ ନିଜ ସ୍ୱପ୍ନର ପିଛା କରିବାକୁ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos