ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ଭଲିବଲରେ କୁରୁକ୍ଷେତ୍ର ଓ ମହୀଶୁରକୁ ସ୍ୱର୍ଣ୍ଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଭଲିବଲ୍ ଇଭେଣ୍ଟରେ କୁରୁକ୍ଷେତ୍ର ୟୁନିଭର୍ସିଟି ପୁରୁଷ ଓ ୟୁନିଭର୍ସିଟି ଅଫ୍ ମହୀଶୁର ମହିଳାରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ପୁରୁଷ ବିଭାଗ ଫାଇନାଲରେ କୁରୁକ୍ଷେତ୍ର ୟୁନିଭର୍ସିଟି ୩-୦ (୨୫-୨୧, ୨୫-୨୩, ୨୫-୧୮)ରେ ଏସଆରଏମକୁ ହରାଇଛି । ସେହିପରି ବ୍ରୋଞ୍ଜ ପଦକ ମ୍ୟାଚରେ ମାଙ୍ଗାଲୋର ୟୁନିଭର୍ସିଟି ୩-୧ (୨୫-୨୨, ୨୨-୨୫, ୨୯-୨୭, ୨୫-୧୯)ରେ ଲଭଲୀ ପ୍ରସେସନାଲ୍ ୟୁନିଭର୍ସିଟିକୁ ପରାସ୍ତ କରିଛି। ମହିଳା ଫାଇନାଲରେ ୟୁନିଭର୍ସିଟି ଅଫ୍ […]

volley

Ranjit Kumar Jena
  • Published: Monday, 24 February 2020
  • , Updated: 24 February 2020, 10:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଭଲିବଲ୍ ଇଭେଣ୍ଟରେ କୁରୁକ୍ଷେତ୍ର ୟୁନିଭର୍ସିଟି ପୁରୁଷ ଓ ୟୁନିଭର୍ସିଟି ଅଫ୍ ମହୀଶୁର ମହିଳାରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ପୁରୁଷ ବିଭାଗ ଫାଇନାଲରେ କୁରୁକ୍ଷେତ୍ର ୟୁନିଭର୍ସିଟି ୩-୦ (୨୫-୨୧, ୨୫-୨୩, ୨୫-୧୮)ରେ ଏସଆରଏମକୁ ହରାଇଛି ।

ସେହିପରି ବ୍ରୋଞ୍ଜ ପଦକ ମ୍ୟାଚରେ ମାଙ୍ଗାଲୋର ୟୁନିଭର୍ସିଟି ୩-୧ (୨୫-୨୨, ୨୨-୨୫, ୨୯-୨୭, ୨୫-୧୯)ରେ ଲଭଲୀ ପ୍ରସେସନାଲ୍ ୟୁନିଭର୍ସିଟିକୁ ପରାସ୍ତ କରିଛି। ମହିଳା ଫାଇନାଲରେ ୟୁନିଭର୍ସିଟି ଅଫ୍ ମହୀଶୁର ୩-୨ (୧୭-୨୫, ୨୫-୨୧, ୨୧-୧୫, ୨୫-୨୧, ୧୬-୧୪)ରେ ପଞ୍ଜାବ ୟୁନିଭର୍ସିଟିକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି।

ସେହିପରି ହିମାଚଳ ପ୍ରଦେଶ ୟୁନିଭର୍ସିଟି ୩-୦ (୨୫-୨୨, ୨୫-୧୭, ୨୫-୧୭)ରେ ଏସଆରଏମ୍ ୟୁନିଭର୍ସିଟିକୁ ହରାଇ ବ୍ରୋଞ୍ଜ ପଦକ କବଜା କରିଛି।

Related story