ସର୍ବଭାରତୀୟ କେନ୍ଦ୍ରୀୟ ବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର: ଭୁବନେଶ୍ୱର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ସର୍ବଭାରତୀୟ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ କ୍ରୀଡ଼ା ମହୋତ୍ସବ ଗତକାଲି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ  କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ଡେପୁଟି କମିଶନର ଓ କିଟ୍‌ ବିଶ୍ୱବିଦ୍ୟାଳୟର ଭାଇସ୍‌ ଚାନ୍‌ସଲର ପିପି ମାଥୁର ଯୋଗ ଦେଇ ବିଜେତାମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ।  ଗତ ୧୨ ତାରିଖରୁ ଏହି କ୍ରୀଡ଼ା  ମହୋତ୍ସବ ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତାରେ ସାରା ଦେଶର ୨୫ଟି ରିଜିଅନରୁ ପ୍ରାୟ ୩,୫୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ଗତକାଲି ଉଦ୍‌ଯାପନୀ […]

bbsr

Rakesh Mallick
  • Published: Sunday, 16 October 2016
  • , Updated: 16 October 2016, 09:57 AM IST

ଭୁବନେଶ୍ୱର: ଭୁବନେଶ୍ୱର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ସର୍ବଭାରତୀୟ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ କ୍ରୀଡ଼ା ମହୋତ୍ସବ ଗତକାଲି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ  କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ଡେପୁଟି କମିଶନର ଓ କିଟ୍‌ ବିଶ୍ୱବିଦ୍ୟାଳୟର ଭାଇସ୍‌ ଚାନ୍‌ସଲର ପିପି ମାଥୁର ଯୋଗ ଦେଇ ବିଜେତାମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

 ଗତ ୧୨ ତାରିଖରୁ ଏହି କ୍ରୀଡ଼ା  ମହୋତ୍ସବ ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତାରେ ସାରା ଦେଶର ୨୫ଟି ରିଜିଅନରୁ ପ୍ରାୟ ୩,୫୦୦ ପ୍ରତିଯୋଗୀ ଭାଗ ନେଇଥିଲେ।

ଗତକାଲି ଉଦ୍‌ଯାପନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଶାର ପାଇକ ଆଖଡ଼ା ନୃତ୍ୟ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ବିଜେତା ଦଳ ଓ ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।

Related story