କେକେଆର୍‌କୁ ୧୪୯ ରନ୍‌ରେ ରୋକିଲା ପଞ୍ଜାବ

ଶାରଜା: ଚଳିତ ଆଇପିଏଲର ୪୬ତମ ମ୍ୟାଚରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ଭେଟିଛି କୋଲକାତା ନାଇଟ୍ ରାଇଡର୍ସ। ଉକ୍ତ ମ୍ୟାଚରେ ପ୍ରାରମ୍ଭିକ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିବା କେକେଆର ଯୁବ ବ୍ୟାଟ୍ସମ୍ୟାନ୍ ଶୁବମନ୍ ଗିଲ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହାଇ ୧୪୯ ରନ୍ କରିଛି। ଫଳରେ ପଞ୍ଜାବକୁ ମ୍ୟାଚ୍ ଜିତିବା ପାଇଁ ୧୫୦ ରନ୍ କରିବାକୁ ପଡ଼ିବ। ଶାରଜା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ […]

ipl

ipl

Ranjit Kumar Jena
  • Published: Monday, 26 October 2020
  • Updated: 26 October 2020, 09:21 PM IST

Sports

Latest News

ଶାରଜା: ଚଳିତ ଆଇପିଏଲର ୪୬ତମ ମ୍ୟାଚରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବକୁ ଭେଟିଛି କୋଲକାତା ନାଇଟ୍ ରାଇଡର୍ସ। ଉକ୍ତ ମ୍ୟାଚରେ ପ୍ରାରମ୍ଭିକ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିବା କେକେଆର ଯୁବ ବ୍ୟାଟ୍ସମ୍ୟାନ୍ ଶୁବମନ୍ ଗିଲ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହାଇ ୧୪୯ ରନ୍ କରିଛି। ଫଳରେ ପଞ୍ଜାବକୁ ମ୍ୟାଚ୍ ଜିତିବା ପାଇଁ ୧୫୦ ରନ୍ କରିବାକୁ ପଡ଼ିବ।

ଶାରଜା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ କ୍ୟାପଟେନ୍ କେଏଲ୍ ରାହୁଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାହୁଲଙ୍କ ନିଷ୍ପତ୍ତିକୁ ଟିମର ବୋଲର ମାନେ ସଠିକ୍ ପ୍ରମାଣିତ ଥିଲେ। ଟିମକୁ ପ୍ରଥମ ଓଭରରେ ସଫଳତା ଦେଇଥିଲା ଗ୍ଲେନ୍ ମ୍ୟାକ୍ସୱେଲ। ପୂର୍ବ ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ନୀତୀଶ ରାଣା ଖାତା ଖୋଲିପାରିନଥିଲେ। ସେହିପରି ଜବରଦସ୍ତ ଫର୍ମରେ ଥିବା ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି ପରବର୍ତ୍ତୀ ଓଭରରେ ଡବଲ୍ ୱିକେଟ୍‌ ନେଇ କେକେଆର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ରାହୁଲ୍ ତ୍ରିପାଠୀ ୭ ରନ୍ କରିଥିବା ବେଳେ ଦିନେଶ କାର୍ତ୍ତିକ ଖାତା ଖୋଲିନଥିଲେ।

ଲଗାତର ତିନୋଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା କେକେଆର ସ୍ଥିତି ସୁଧାରିଥିଲେ ଗିଲ୍ ଓ ମୋର୍ଗାନ୍। ଦୁହେଁ ଦ୍ରୁତ ରନ୍ କରି ଦଳ ଉପରକୁ ଚାପ ହଟାଇଥିଲେ। ଚତୁର୍ଥ ୱିକେଟ୍‌ ପାଇଁ ଉଭୟେ ୮୧ ରନର ପାର୍ଟନରଶିପ୍ କରିଥିଲେ। ମୋର୍ଗାନ୍ ବ୍ୟକ୍ତିଗତ ୪୦ (୨୫ ବଲ୍, ୫ ଚୌକା, ୨ ଛକା) ରନ୍ କରି ରବି ବିଶ୍ନୋଇଙ୍କ ଶିକାର ହୋଇଥିଲା। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୁନୀଲ୍ ନରିନ୍ (୬) ଫେଲ୍ ମାରିଥିଲେ।

ଗିଲ୍ ଲଢ଼ୁଆ ଅର୍ଦ୍ଧଶତକ ମାରିଥିଲେ ହେଁ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିପାରିନଥିଲେ, ଯେଉଁକାରଣରୁ ଟିମ୍ ୧୪୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ଗିଲ୍ ୪୫ ବଲରେ ୩ ଚୌକା ଓ ୪ ଛକା ସହ ୫୭ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକି ଫର୍ଗୁସନ୍ ୨୪ ରନ୍ କରି ଅପରାଜିତ ଥିବା ବେଳେ କମଲେଶ ନାଗରକୋଟି ୬, ପ୍ୟାଟ୍ କମିନ୍ସ ୧, ବରୁନ୍ ଚକ୍ରବର୍ତ୍ତୀ ୨ ରନ୍ କରି ଆଉଟ୍ ହୋଇଥିଲେ। ପଞ୍ଜାବ ପକ୍ଷରୁ ଶାମି ୩ଟି, କ୍ରିସ୍ ଜୋର୍ଡାନ୍ ଓ ରବି ୨ଟି ଲେଖାଏ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story