ଟେକ୍ସଟ୍‌ ମେସେଜ ଜରିଆରେ ଷ୍ଟାର୍କଙ୍କ କଣ୍ଟ୍ରାକ୍ଟ ବାତିଲ କଲା କେକେଆର୍‌

ମୁମ୍ବାଇ: ଅଷ୍ଟ୍ରେଲିଆ ବାମହାତୀ ଦ୍ରୁତ ବୋଲର୍‌ ମିଚେଲ୍‌ ଷ୍ଟାର୍କ ୨୦୧୯ ଆଇପିଏଲ୍‌ରେ ଖେଳିବେ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କାରଣ ଗତବର୍ଷ କୋଲକାତା ନାଇଟ୍‌ ରାଇଡର୍‌(କେକେଆର୍‌) ଷ୍ଟାର୍କଙ୍କୁ କିଣିଥିବା ବେଳେ ଆହତ ସମସ୍ୟା ଯୋଗୁ ସେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ। ଆଜି ଏକ ଟେକ୍ସଟ୍‌ ମେସେଜ୍‌ ଜରିଆରେ ଷ୍ଟାର୍କଙ୍କ କଣ୍ଟ୍ରାକ୍ଟ ରଦ୍ଦ କରିଦିଆଯାଇଥିବା କେକେଆର୍‌ ତାଙ୍କୁ ଜଣାଇ ଦେଇଛି। ଗତବର୍ଷ କେକେଆର୍‌ ୯.୪ କୋଟି ଟଙ୍କା ଦେଇ ଷ୍ଟାର୍କଙ୍କୁ କିଣିଥିଲା। ହେଲେ […]

m

Hemant Lenka
  • Published: Wednesday, 14 November 2018
  • , Updated: 14 November 2018, 04:30 PM IST

ମୁମ୍ବାଇ: ଅଷ୍ଟ୍ରେଲିଆ ବାମହାତୀ ଦ୍ରୁତ ବୋଲର୍‌ ମିଚେଲ୍‌ ଷ୍ଟାର୍କ ୨୦୧୯ ଆଇପିଏଲ୍‌ରେ ଖେଳିବେ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କାରଣ ଗତବର୍ଷ କୋଲକାତା ନାଇଟ୍‌ ରାଇଡର୍‌(କେକେଆର୍‌) ଷ୍ଟାର୍କଙ୍କୁ କିଣିଥିବା ବେଳେ ଆହତ ସମସ୍ୟା ଯୋଗୁ ସେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ। ଆଜି ଏକ ଟେକ୍ସଟ୍‌ ମେସେଜ୍‌ ଜରିଆରେ ଷ୍ଟାର୍କଙ୍କ କଣ୍ଟ୍ରାକ୍ଟ ରଦ୍ଦ କରିଦିଆଯାଇଥିବା କେକେଆର୍‌ ତାଙ୍କୁ ଜଣାଇ ଦେଇଛି।

ଗତବର୍ଷ କେକେଆର୍‌ ୯.୪ କୋଟି ଟଙ୍କା ଦେଇ ଷ୍ଟାର୍କଙ୍କୁ କିଣିଥିଲା। ହେଲେ ଡାହାଣ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଖେଳିପାରି ନଥିଲେ। ଏବେ ଷ୍ଟାର୍କ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସିରିଜ୍‌ରେ ଖେଳୁଥିବା ଦେଖିବାକୁ ମିଳିଛି। ଏହାପରେ ସେ ଭାରତ ବିପକ୍ଷରେ ମଧ୍ୟ ଖେଳିବେ। ଆଗକୁ ବିଶ୍ୱକପ୍‌ ଥିବାରୁ ଟିମ୍‌ ଅଷ୍ଟ୍ରେଲିଆ ତାଙ୍କୁ ବିଶ୍ରାମ ଦେବାକୁ ଚିନ୍ତା କରିପାରେ। ଏପରି ସ୍ଥିତିରେ କେକେଆର୍‌ ଷ୍ଟାର୍କଙ୍କ ସହ ସମସ୍ତ ପ୍ରକାରର କଣ୍ଟ୍ରାକ୍ଟ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

କେକେଆର୍‌ ପକ୍ଷରୁ ପଠାଯାଇଥିବା ଟେକ୍ସଟ୍‌ ମେସେଜ୍‌ ସମ୍ପର୍କରେ ଷ୍ଟାର୍କ କହିଛନ୍ତି, ଦୁଇ ଦିନ ତଳେ ଏଭଳି ମେସେଜ୍‌ ଆସିଥିଲା। ଯେଉଁଥିରେ ତାଙ୍କୁ କଣ୍ଟ୍ରାକ୍ଟରୁ ମୁକ୍ତ କରାଯାଇଥିବା ଉଲ୍ଲେଖ କରାଯାଥିଲା।

Related story