ଆଜି କେକେଆର୍‌-ଆର୍‌ଆର୍‌ ଲଢ଼େଇ: ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ରାହାଣେଙ୍କ ଟିମ୍‌

ଚଳିତ ଆଇପିଏଲରେ ଆଜି ସାମ୍ନାସାମ୍ନି ହେବେ ଦୁଇ ଶକ୍ତିଶାଳୀ ଟିମ୍‌ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡ୍‌ର୍ସ। ଜୟପୁର ସୱାଇ ମାନସିଂ ଷ୍ଟାଡ଼ିୟମରେ ରାତ୍ରି ୮ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଘରୋଇ ପରିବେଶରେ ରାଜସ୍ଥାନ ହ୍ୟାଟ୍ରିକ୍ ବିଜୟ ପାଇଁ ଲକ୍ଷ୍ୟ ରଖିଛି। ସେପଟେ କେକେଆର୍ ମଧ୍ୟ ବିଜୟ ଧାରାକୁ ବଜାଇ ରଖିବାକୁ ଚେଷ୍ଟା କରିବ। ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଏପର୍ଯ୍ୟନ୍ତ ୩ ମ୍ୟାଚ୍‌ ଖେଳି ଗୋଟିକରେ ପରାସ୍ତ ହେବା ସହ ୨ଟି ମ୍ୟାଚ୍‌ରେ ବିଜୟୀ […]

a1c08-1523999976-800

Rakesh Mallick
  • Published: Wednesday, 18 April 2018
  • , Updated: 18 April 2018, 04:41 PM IST

ଚଳିତ ଆଇପିଏଲରେ ଆଜି ସାମ୍ନାସାମ୍ନି ହେବେ ଦୁଇ ଶକ୍ତିଶାଳୀ ଟିମ୍‌ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡ୍‌ର୍ସ। ଜୟପୁର ସୱାଇ ମାନସିଂ ଷ୍ଟାଡ଼ିୟମରେ ରାତ୍ରି ୮ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଘରୋଇ ପରିବେଶରେ ରାଜସ୍ଥାନ ହ୍ୟାଟ୍ରିକ୍ ବିଜୟ ପାଇଁ ଲକ୍ଷ୍ୟ ରଖିଛି। ସେପଟେ କେକେଆର୍ ମଧ୍ୟ ବିଜୟ ଧାରାକୁ ବଜାଇ ରଖିବାକୁ ଚେଷ୍ଟା କରିବ। ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଏପର୍ଯ୍ୟନ୍ତ ୩ ମ୍ୟାଚ୍‌ ଖେଳି ଗୋଟିକରେ ପରାସ୍ତ ହେବା ସହ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ୫ମରେ ରହିଛି। ସେହିପରି କୋଲକାତା ମଧ୍ୟ ୨ଟି ମ୍ୟାଚ୍‌ରେ ବିଜୟୀ ହେବା ସହ ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଛି। କିନ୍ତୁ ରନ୍‌ରେଟ୍‌ ହାର ଅଧିକ ଥିବାରୁ କେକେଆର୍‌ ପଏଣ୍ଟ ଟେବୁଲ୍‌ରେ ୩ୟ ଅଛି। ତେଣୁ ଆଜି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଉଭୟ ଟିମ୍‌ ଚେଷ୍ଟା କରିବେ।

Related story