ଦ୍ୱିତୀୟ ହନିମୁନ୍‌ ପାଇଁ କୋହଲି-ଅନୁଷ୍କାଙ୍କୁ ଏହି ଦେଶରୁ ମିଳିଲା ନିମନ୍ତ୍ରଣ: କ୍ରୀଡ଼ାମନ୍ତ୍ରୀ କଲେ ଇନ୍‌ଭାଇଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି। ସେଠାରେ ଭାରତ ବାଂଲାଦେଶ ଓ ଶ୍ରୀଲଙ୍କା ସହ ଟ୍ରାଇସିରିଜ୍‌ ଖେଳୁଥିବା ବେଳେ ଏହି ସିରିଜ ପାଇଁ ବିରାଟଙ୍କ ସ୍ଥାନରେ ଭାରତତୀୟ ଟିମ୍‌ର ନେତୃତ୍ୱ ନେଇଛନ୍ତି ରୋହିତ ଶର୍ମା। ସେପଟେ ବିରାଟ୍‌ କୋହଲି ଏବେ ବିଶ୍ରାମ ନେଉଛନ୍ତି। ଶୁଣିବାକୁ ମିଳୁଛି କୋହଲି ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତରେ ଯିବେ। ଏହି ଗସ୍ତରେ ସେ କ୍ରିକେଟ୍ ଖେଳିବା ପାଇଁ ନୁହେଁ, ନିଜ ପିତ୍ନୀ ଅନୁଷ୍କାଙ୍କ ସହ ଦ୍ୱିତୀୟ ହନିମୁନରେ […]

anushka-honeymoon_121517023658

Rakesh Mallick
  • Published: Friday, 16 March 2018
  • , Updated: 16 March 2018, 01:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି। ସେଠାରେ ଭାରତ ବାଂଲାଦେଶ ଓ ଶ୍ରୀଲଙ୍କା ସହ ଟ୍ରାଇସିରିଜ୍‌ ଖେଳୁଥିବା ବେଳେ ଏହି ସିରିଜ ପାଇଁ ବିରାଟଙ୍କ ସ୍ଥାନରେ ଭାରତତୀୟ ଟିମ୍‌ର ନେତୃତ୍ୱ ନେଇଛନ୍ତି ରୋହିତ ଶର୍ମା। ସେପଟେ ବିରାଟ୍‌ କୋହଲି ଏବେ ବିଶ୍ରାମ ନେଉଛନ୍ତି। ଶୁଣିବାକୁ ମିଳୁଛି କୋହଲି ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତରେ ଯିବେ। ଏହି ଗସ୍ତରେ ସେ କ୍ରିକେଟ୍ ଖେଳିବା ପାଇଁ ନୁହେଁ, ନିଜ ପିତ୍ନୀ ଅନୁଷ୍କାଙ୍କ ସହ ଦ୍ୱିତୀୟ ହନିମୁନରେ ଯାଇପାରନ୍ତି।

ଶ୍ରୀଲଙ୍କାର ଖେଳମନ୍ତ୍ରୀ ଦୟାସିରୀ ଜୟସେଖର ବିରାଟ ଓ ଅନୁଷ୍କାଙ୍କୁ ହନିମୁନ ପାଇଁ ଶ୍ରୀଲଙ୍କାକୁ  ଆମନ୍ତ୍ରଣ କରିଛନ୍ତି। ଦୟାସିରୀ ଜୟସେଖର କହିଛନ୍ତି ଶ୍ରୀଲଙ୍କା ବହୁତ ସୁନ୍ଦର ଦେଶ। ତେଣୁ କୋହଲିଙ୍କୁ ଖେଳିବା ପାଇଁ ନୁହେଁ ବିଭିନ୍ନ ସ୍ଥାନ ବୁଲିବାକୁ ନିମନ୍ତ୍ରଣ କରିଛନ୍ତି ସେ। ଶ୍ରୀଲଙ୍କାରେ ଅନେକ ସ୍ଥାନ ଏମିତି ଅଛି ଯାହା ପର୍ଯ୍ୟଟନର ପ୍ରମୁଖ ସ୍ଥାନ ପାଲଟିଛି। ତେଣୁ ଅତିଥି ଭାବେ କୋହିଲ ପତ୍ନୀଙ୍କ ସହ ଶ୍ରୀଲଙ୍କାରେ ରହିପାରିବେ ବୋଲି ଜୟସେଖର କହିଛନ୍ତି। ଅନ୍ୟପଟେ ଶ୍ରୀଲଙ୍କା ଖେଳମନ୍ତ୍ରୀଙ୍କ ନିମନ୍ତ୍ରଣର ଜବାବ ଏପର୍ଯ୍ୟନ୍ତ ବିରାଟ ଦେଇନାହାଁନ୍ତି।

Related story