ଦିଲ୍ଲୀ ଟେଷ୍ଟରେ କୋହଲିଙ୍କ ବିଶ୍ୱ ରେକର୍ଡ: ସଚିନ, ସେହୱାଗ ଓ ଲାରାଙ୍କୁ ପକାଇଲେ ପଛରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରାଟ କୋହଲିଙ୍କୁ ଲଗାତର ମିଳିଚାଲିଛି ସଫଳତା। ଏହାସହ ସେ କରିଚାଲିଛନ୍ତି ରେକର୍ଡ ପରେ ରେକର୍ଡ। ଶ୍ରୀଲଙ୍କା ବିପକ୍ଷ ଦିଲ୍ଲୀରେ ଚାଲିଥିବା ତୃତୀୟ ଟେଷ୍ଟରେ ବିରାଟ ପୁଣି ଏକ ଶତକୀୟ  ପାଳି ଖେଳିଛନ୍ତି। ଏହି ଶତକୀୟ ପାଳି ମଧ୍ୟରେ ସେ ଅନେକ ମାଇଲଖୁଣ୍ଟ ପାରକରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ଦୃତ ୧୬ହଜାର ରନ ପୂରଣ କରିଛନ୍ତି। ଏହି ତାଲିକାରେ ସଚିନ,ସେହୱାଗ ଓ ଲାରା ମଧ୍ୟ ପଛରେ ପଡିଯାଇଛନ୍ତି। ଏହାସହ ସେ ୫୨ଟି ଅନ୍ତର୍ଜାତୀୟ ଶତକ ହାସଲ […]

kohli-4-new_1512208014

Rakesh Mallick
  • Published: Saturday, 02 December 2017
  • , Updated: 02 December 2017, 04:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରାଟ କୋହଲିଙ୍କୁ ଲଗାତର ମିଳିଚାଲିଛି ସଫଳତା। ଏହାସହ ସେ କରିଚାଲିଛନ୍ତି ରେକର୍ଡ ପରେ ରେକର୍ଡ। ଶ୍ରୀଲଙ୍କା ବିପକ୍ଷ ଦିଲ୍ଲୀରେ ଚାଲିଥିବା ତୃତୀୟ ଟେଷ୍ଟରେ ବିରାଟ ପୁଣି ଏକ ଶତକୀୟ  ପାଳି ଖେଳିଛନ୍ତି। ଏହି ଶତକୀୟ ପାଳି ମଧ୍ୟରେ ସେ ଅନେକ ମାଇଲଖୁଣ୍ଟ ପାରକରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ଦୃତ ୧୬ହଜାର ରନ ପୂରଣ କରିଛନ୍ତି। ଏହି ତାଲିକାରେ ସଚିନ,ସେହୱାଗ ଓ ଲାରା ମଧ୍ୟ ପଛରେ ପଡିଯାଇଛନ୍ତି। ଏହାସହ ସେ ୫୨ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ଟେଷ୍ଟରେ ଏହା ତାଙ୍କର ୨୦ତମ ଶତକ। ଏହାପୂର୍ବରୁ ନାଗପୁର ଟେଷ୍ଟରେ ସେ ୨୧୩ରନର ଏକ ବିଶାଳ ପାଳି ଖେଳିଥିଲେ।

ଆଜିର ପାଳିରେ ବିରାଟ ୧୧ତମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ଟେଷ୍ଟରେ ସେ ୫ ହଜାର ରନ୍‌ କ୍ଲବରେ ପହଞ୍ଚିଛନ୍ତି। ଏହାସହ ୫ହଜାର ରନ ପୂରଣ କରିବାରେ ସେ ୪ର୍ଥ ଦୃତ ଭାରତୀୟ। ଏହାପୂର୍ବରୁ  ଗାଭାସ୍କର ୯୫ ଇଂନିସ, ସେହୱାଗ ୯୫ ଇଂନିସ, ସଚିନ ୧୦୩ ଇଂନିସ ଖେଳି ଏହି ସଫଳତା ପାଇଥିଲେ। କିନ୍ତୁ ବିରାଟ ୧୦୫ ଇଂନିସ ଖେଳି ୫ହଜାର ରନ୍‌ ପୂର୍ଣ୍ଣ କରିଛନ୍ତି।

Related story