କୋହଲିଙ୍କୁ ଦିନିକିଆ ଓ ଟି-୨୦ ଅଧିନାୟକ ଦାୟିତ୍ୱ

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନି ଅଧିନାୟକ ପଦ ଛାଡିବା ପରେ ବିରାଟ କୋହଲିଙ୍କୁ ଭାରତୀୟ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏମ୍‌.ଏସ୍‌.କେ. ପ୍ରସାଦଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବିସିସିଆଇ ବରିଷ୍ଠ ଚୟନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଇଂଲଣ୍ଡ ବିପକ୍ଷ ୩ଟି ଦିନିକିଆ ଓ ଟି-୨୦ର ଅଧିନାୟକ ଦାୟିତ୍ୱ କୋହଲିଙ୍କୁ ଦେବାକୁ ସ୍ଥିର କରାଯାଇଥିଲା। ଧୋନି ବ୍ୟାଟ୍ସମ୍ୟାନ ୱିକେଟ୍‌ କିପର ଭାବେ ଦଳରେ ରହିଛନ୍ତି। ଦୀର୍ଘ ଦିନ ପରେ ଉଭୟ […]

virat-kohli

Rakesh Mallick
  • Published: Friday, 06 January 2017
  • , Updated: 06 January 2017, 05:38 PM IST

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନି ଅଧିନାୟକ ପଦ ଛାଡିବା ପରେ ବିରାଟ କୋହଲିଙ୍କୁ ଭାରତୀୟ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏମ୍‌.ଏସ୍‌.କେ. ପ୍ରସାଦଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବିସିସିଆଇ ବରିଷ୍ଠ ଚୟନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଇଂଲଣ୍ଡ ବିପକ୍ଷ ୩ଟି ଦିନିକିଆ ଓ ଟି-୨୦ର ଅଧିନାୟକ ଦାୟିତ୍ୱ କୋହଲିଙ୍କୁ ଦେବାକୁ ସ୍ଥିର କରାଯାଇଥିଲା।

ଧୋନି ବ୍ୟାଟ୍ସମ୍ୟାନ ୱିକେଟ୍‌ କିପର ଭାବେ ଦଳରେ ରହିଛନ୍ତି।

ଦୀର୍ଘ ଦିନ ପରେ ଉଭୟ ଦିନିକିଆ ଓ ଟି-୨୦ ଦଳକୁ ଯୁବରାଜ ସିଂହ ଫେରିଛନ୍ତି।

ସେହିପରି ଟି-୨୦ ଦଳରେ ଭେଟରାନ ସୁରେଶ ରାଇନା ଏବଂ ଆଶିଷ ନେହେରା ସାମିଲ ହୋଇଛନ୍ତି। ରିଶଭ ପନ୍ଥ, ୟୁଭେନ୍ଦ୍ର ଚହଲ ଏବଂ ମନ୍ଦୀପ ସିଂହ ଟି-୨୦ ଡେବ୍ୟୁ କରିବେ।

ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ମହେନ୍ଦ୍ର ସିଂହ ଧୋନି (ୱିକେଟ୍‌ କିପର), ଯୁବରାଜ ସିଂହ, ଲୋକଶ ରାହୁଲ, ଶିଖର ଧାୱନ, ମନୀଷ ପାଣ୍ଡେ, କେଦାର ଯାଦବ, ଅଜିଙ୍କ୍ୟା ରାହାଣେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଅମିତ ମିଶ୍ରା, ରବିନ୍ଦ୍ର ଜେଡେଜା, ଜଶପ୍ରିତ ବୁମରା, ଭୁବନେଶ୍ୱର କୁମାର ଏବଂ ଉମେଶ ଯାଦବ।

ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ମହେନ୍ଦ୍ର ସିଂହ ଧୋନି (ୱିକେଟ୍‌ କିପର), ମନଦୀପ ସିଂହ, ଯୁବରାଜ ସିଂହ, ଲୋକଶ ରାହୁଲ, ସୁରେଶ ରାଇନା, ରିଶଭ ପନ୍ଥ, ୟୁଭେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜେଡେଜା, ଜଶପ୍ରିତ ବୁମରା, ଭୁବନେଶ୍ୱର କୁମାର, ମନୀଷ ପାଣ୍ଡେ ଏବଂ ଆଶିଷ ନେହେରା।

Related story