ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌: ଟପ୍‌-୧୦ରେ ମୟଙ୍କ ଅଗ୍ରୱାଲ୍‌

ଦୁବାଇ: ଭାରତ କ୍ୟାପଟେନ୍ ବିରାଟ୍ କୋହଲି ମଙ୍ଗଳବାର ଆଇସିସି ପକ୍ଷରୁ ଜାରି ହୋଇଥିବା ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ନିକଟତର ହୋଇଛନ୍ତି। ସେହିପରି ଟିମ୍ ଇଣ୍ଡିଆ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ପ୍ରଥମଥର ଲାଗି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୩୬ ରନର ଇନିଂସ୍ ଖେଳିଥିବା କୋହଲି ବର୍ତ୍ତମାନ ୯୨୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କୋଲକାତା ଟେଷ୍ଟ ପୂର୍ବରୁ କୋହଲିଙ୍କର ୯୦୩ ପଏଣ୍ଟ ଥିଲା। ପ୍ରଥମ […]

mayanka

Ranjit Kumar Jena
  • Published: Tuesday, 26 November 2019
  • , Updated: 26 November 2019, 04:28 PM IST

ଦୁବାଇ: ଭାରତ କ୍ୟାପଟେନ୍ ବିରାଟ୍ କୋହଲି ମଙ୍ଗଳବାର ଆଇସିସି ପକ୍ଷରୁ ଜାରି ହୋଇଥିବା ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ନିକଟତର ହୋଇଛନ୍ତି। ସେହିପରି ଟିମ୍ ଇଣ୍ଡିଆ ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ପ୍ରଥମଥର ଲାଗି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୩୬ ରନର ଇନିଂସ୍ ଖେଳିଥିବା କୋହଲି ବର୍ତ୍ତମାନ ୯୨୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କୋଲକାତା ଟେଷ୍ଟ ପୂର୍ବରୁ କୋହଲିଙ୍କର ୯୦୩ ପଏଣ୍ଟ ଥିଲା। ପ୍ରଥମ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ (୯୩୧)ଙ୍କଠାରୁ କୋହଲି ମାତ୍ର ୩ ପଏଣ୍ଟ ପଛରେ ଅଛନ୍ତି। ବର୍ତ୍ତମାନ ଭାରତ କୌଣସି ଟେଷ୍ଟ ମ୍ୟାଚ୍ ଖେଳିବାକୁ ନଥିବାରୁ କୋହଲିଙ୍କୁ ଶୀର୍ଷ ସ୍ଥାନ ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ। ଅନ୍ୟପକ୍ଷରେ ସ୍ମିଥ୍ ଯଦି ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଫେଲ୍ ହୁଅନ୍ତି, ତାହେଲେ ହୁଏତ ସେ ନିଜ ଶୀର୍ଷ ସ୍ଥାନ ହରାଇପାରନ୍ତି।

ଇନ୍ଦୋରରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଦ୍ୱିଶତକ ମାରିଥିବା ଓପ୍ନର ମୟଙ୍କ ୭୦୦ ପଏଣ୍ଟ ସହ ଦଶମ ସ୍ଥାନରେ ପହଞ୍ଚିଛନ୍ତି। ସେ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟପ୍‌-୧୦ ତାଲିକାରେ ସ୍ଥାନ ପାଇଛନ୍ତି। ଚେତେଶ୍ୱର ପୂଜାରା (୭୯୧) ଓ ଆଜିଙ୍କ୍ୟ ରାହାଣେ (୭୫୯) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି।

ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ପ୍ରଥମଥର ପାଇଁ ଟପ୍‌-୧୦ରେ ପହଞ୍ଚିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଯଥାକ୍ରମେ ୯୧ ଓ ୨୮ ରନ୍ କରିଥିବା ଷ୍ଟୋକ୍ସ ତିନୋଟି ସ୍ଥାନ ଉପରକୁ ଉଠିଛନ୍ତି। ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ମୁଶଫିକର ରହିମଙ୍କୁ ଚାରୋଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ୨୬ତମ ସ୍ଥାନରେ ପହଞ୍ଚିଛନ୍ତି। ରହିମ୍ କୋଲକାତା ଟେଷ୍ଟରେ ୭୪ ରନର ଇନିଂସ୍ ଖେଳିଥିଲେ। ସେହିପରି ଲିଟନ୍ ଦାସ ୮ଟି ସ୍ଥାନ ଉପରକୁ ଉଠି ୭୮ତମ ସ୍ଥାନରେ ପହଞ୍ଚିଛନ୍ତି।

ଭାରତୀୟ ପେସ୍ ବୋଲର ଈଶାନ୍ତ ଶର୍ମା ଓ ଉମେଶ ଯାଦବ କ୍ୟାରିୟରର ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ଈଶାନ୍ତ ୭୧୬ ପଏଣ୍ଟ ସହ ୧୭ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଉମେଶ ୬୭୨ ପଏଣ୍ଟ ସହ ୨୧ତମ ସ୍ଥାନକୁ ଉଠିଛନ୍ତି। ସିନିୟର ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ସ୍ଥାନ ଉପରକୁ ଉଠି ୭୭୨ ପଏଣ୍ଟ ସହ ନବମରେ ପହଞ୍ଚିଛନ୍ତି। ଆହତ କାରଣରୁ ଜାତୀୟ ଦଳରୁ ଦୂରରେ ଥିବା ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଗୋଟିଏ ସ୍ଥାନ କ୍ଷତି ହୋଇଛି। ବୁମ୍ରା ୭୯୪ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି

ବୋଲରଙ୍କ ରାଙ୍କିଙ୍ଗରେ ରବୀନ୍ଦ୍ର ଜାଡେଜା ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି ଏବଂ ସେ ୭୨୫ ପଏଣ୍ଟ ସହ ୧୫ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ଅଲରାଉଣ୍ଡର ତାଲିକାରେ ଜାଡେଜା ନିଜର ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡର ଅଲରାଉଣ୍ଡର ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ଅଶ୍ୱିନ୍ ଅଲରାଉଣ୍ଡର ତାଲିକାରେ ଗୋଟିଏ ସ୍ଥାନ ଖସି ପଞ୍ଚମରେ ପହଞ୍ଚିଛନ୍ତି।

Related story