ରୋହିତଙ୍କୁ ପଛରେ ପକାଇ ରେକର୍ଡ କଲେ ବିରାଟ

ହାଇଦ୍ରାବାଦ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ତାଙ୍କ ଡେପୁଟି ରୋହିତ ଶର୍ମାଙ୍କୁ ପଛରେ ପକାଇ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ବିରାଟ ଓ ରୋହିତ ଟି-୨୦ରେ ସମାନ ୨୨ଟି ଲେଖାଏ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ଗତକାଲି ବିରାଟ ତାଙ୍କ ଟି-୨୦ କ୍ୟାରିୟରର ୨୩ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ବିରାଟ ଗତକାଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-୨୦ରେ ଅପରାଜିତ ୯୪ ରନ୍‌ର ଇନିଂସ ଖେଳିବା ସହ ଭାରତକୁ ୧୮.୪ […]

c

Hemant Lenka
  • Published: Saturday, 07 December 2019
  • , Updated: 07 December 2019, 03:27 PM IST

ହାଇଦ୍ରାବାଦ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ତାଙ୍କ ଡେପୁଟି ରୋହିତ ଶର୍ମାଙ୍କୁ ପଛରେ ପକାଇ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ବିରାଟ ଓ ରୋହିତ ଟି-୨୦ରେ ସମାନ ୨୨ଟି ଲେଖାଏ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ଗତକାଲି ବିରାଟ ତାଙ୍କ ଟି-୨୦ କ୍ୟାରିୟରର ୨୩ତମ ଅର୍ଦ୍ଧଶତକ ହାସଲ କରିଛନ୍ତି।

ବିରାଟ ଗତକାଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-୨୦ରେ ଅପରାଜିତ ୯୪ ରନ୍‌ର ଇନିଂସ ଖେଳିବା ସହ ଭାରତକୁ ୧୮.୪ ଓଭରରେ ବିଜୟୀ କରାଇଥିଲେ। ଟି-୨୦ରେ ୨୦୮ ରନ୍‌ ଚେଜ୍‌ କରି ବିଜୟ ହେବା ଭାରତୀୟ କ୍ରିକେଟରେ ପ୍ରଥମ ଘଟଣା।

ବିରାଟ ମାତ୍ର ୫୦ଟି ବଲରେ ୯୪ ରନ୍‌ର ଇନିଂସ୍‌ ଖେଳିଥିବା ବେଳେ ତାଙ୍କୁ ୪୦ ବଲରେ ୬୨ ରନ୍ କରି ଆଉଟ ହୋଇଥିବା କେଏଲ ରାହୁଲ ଭରପୂର ସହଯୋଗ କରିଥିଲେ।

ରାହୁଲ ୬୨ ରନ୍‌ର ଇନିଂସ ଖେଳି ତାଙ୍କ ଟି-୨୦ କ୍ୟାରିୟରର ଏକ ହଜାର ରନ୍‌ ପୂରଣ କରିଛନ୍ତି। ସବୁଠାରୁ କମ ଇନିଂସ୍‌ରେ ଟି-୨୦ରେ ଏକ ହଜାର ରନ୍‌ ପୂରଣ କରିବା ତାଲିକାର ୧ ନଂ ସ୍ଥାନରେ ବାବର ଆଜମ(୨୬ ଇନିଂସ) ରହିଥିବା ବେଳେ ବିରାଟ କୋହଲି(୨୭ ଇନିଂସ୍) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାହୁଲ ଓ ଆରୋନ ଫିଞ୍ଚ(୨୯ଟି ଇନିଂସ) ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି।

Related story