କୋହଲିଙ୍କ ଫି' ୩୨ ପାକ୍ ଖେଳାଳିଙ୍କ ଦରମା ସହ ସମାନ!

ନୂଆଦିଲ୍ଲୀ: ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟିମ୍‌ ଅବସ୍ଥା ବେହାଲ ହୋଇସାରିଛି। ତାଙ୍କ ଦେଶରେ କ୍ରିକେଟ ଟିମ୍‌ ଏବଂ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ଅତି କଡ଼ା ସମାଲୋଚନା କରାଯାଉଛି। ଏପଟେ ସର୍ଫରାଜ କହିସାରିଲେଣି, ସେ ଏକା ଏକା ପାକିସ୍ତାନ ଯିବେନି ଏବଂ ଏହି ପରାଜୟ ପାଇଁ ପୂରା ଟିମ୍‌ ପାକିସ୍ତାନ ଜନତାଙ୍କ ସାମ୍ନା କରିବେ। ସେମାନେ ସ୍ୱଦେଶ ଫେରି କିଭଳି ପରିସ୍ଥିତିର ସାମ୍ନା କରିବେ ତାହା ତ ଅଲଗା କଥା। କିନ୍ତୁ ସେମାନଙ୍କୁ ଇର୍ଷାନ୍ୱିତ […]

virat

Subrat Kumar Nayak
  • Published: Tuesday, 18 June 2019
  • , Updated: 18 June 2019, 05:39 PM IST

ନୂଆଦିଲ୍ଲୀ: ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟିମ୍‌ ଅବସ୍ଥା ବେହାଲ ହୋଇସାରିଛି। ତାଙ୍କ ଦେଶରେ କ୍ରିକେଟ ଟିମ୍‌ ଏବଂ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ଅତି କଡ଼ା ସମାଲୋଚନା କରାଯାଉଛି। ଏପଟେ ସର୍ଫରାଜ କହିସାରିଲେଣି, ସେ ଏକା ଏକା ପାକିସ୍ତାନ ଯିବେନି ଏବଂ ଏହି ପରାଜୟ ପାଇଁ ପୂରା ଟିମ୍‌ ପାକିସ୍ତାନ ଜନତାଙ୍କ ସାମ୍ନା କରିବେ। ସେମାନେ ସ୍ୱଦେଶ ଫେରି କିଭଳି ପରିସ୍ଥିତିର ସାମ୍ନା କରିବେ ତାହା ତ ଅଲଗା କଥା। କିନ୍ତୁ ସେମାନଙ୍କୁ ଇର୍ଷାନ୍ୱିତ କରିବା ଭଳି ଆଉ ଏକ କଥା ସାମ୍ନାକୁ ଆସିଛି। ତାହା ହେଉଛି ଭାରତୀୟ କ୍ରିକେଟ ଦଳର ଅଧିନାୟକ କୋହଲିଙ୍କ ଦରମା, ଯାହା ପୂରା ପାକିସ୍ତାନ ଟିମ୍‌ର ସବୁ କ୍ରିକେଟ ଖେଳାଳିଙ୍କ ସର୍ବମୋଟ ଦରମା ସହିତ ପ୍ରାୟ ସମାନ।

ପ୍ରତି ଦଳର ବୋର୍ଡ ଏହାର ଖେଳାଳିମାନଙ୍କ ଦରମା କଥା ବୁଝିଥାଏ। ଭାରତୀୟ ଖେଳାଳିଙ୍କୁ ବିସିସିଆଇ ଏବଂ ପାକିସ୍ତାନୀ ଖେଳାଳିଙ୍କର ଦରମା ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦେଇଥାଏ। ଭାରତରେ ଏ' ଗ୍ରେଡ୍‌ର ଖେଳାଳିଙ୍କୁ ଜଣଙ୍କ ପିଛା ବାର୍ଷିକ ୭ କୋଟି ଟଙ୍କା ମିଳିଥାଏ। କିନ୍ତୁ ପାକିସ୍ତାନର ଏ,ବି,ସି, ଡି ଏବଂ ଇ ଗ୍ରେଡର ସମସ୍ତ ୩୨ଜଣ ଖେଳାଳିଙ୍କ ଦରମା ମିଶାଇଲେ ତାହା ସର୍ବମୋଟ ମାତ୍ର ୭ କୋଟି ୫୩ ଲକ୍ଷ ଟଙ୍କା।

ପାକିସ୍ତାନରେ ଏ ଗ୍ରେଡ୍‌ର ୬ ଜଣ ଖେଳାଳିଙ୍କୁ ବାର୍ଷିକ ୪୮ ଲକ୍ଷ ଟଙ୍କା ଲେଖାଏ ଦରମା ମିଳିଥାଏ। ଅର୍ଥାତ ଏହି ଗ୍ରେଡ୍‌ରେ ବାର୍ଷିକ ସର୍ବମୋଟ ୨.୮୮ କୋଟି ଟଙ୍କାର ଦରମା ମିଳିଥାଏ। ବି ଗ୍ରେଡ୍‌ରେ ୬ ଜଣଙ୍କୁ ୩୦ ଲକ୍ଷ ଲେଖାଏ ମୋଟ ୧.୮୦ କୋଟି ଟଙ୍କାର ଦରମା ମିଳିଥାଏ। ସି ଗ୍ରେଡ୍‌ ରେ ୯ ଜଣଙ୍କୁ ୨୧ ଲକ୍ଷ ଲେଖାଏ ୧.୮୯ କୋଟି ଟଙ୍କାର ଦରମା ମିଳିଥାଏ। ଡି ଗ୍ରେଡ୍‌ରେ ୫ ଜଣ ଖେଳାଳିଙ୍କୁ ୧୨ ଲକ୍ଷ ଲେଖାଏ ମୋଟ ୬୦ ଲକ୍ଷ ଟଙ୍କା ମିଳିଥାଏ। ଇ ଗ୍ରେଡ୍‌ରେ ୬ ଜଣଙ୍କୁ ଜଣକା ୬ ଲକ୍ଷ ହିସାବରେ ମୋଟ ୩୬ ଲକ୍ଷ ଟଙ୍କା ମିଳିଥାଏ।

କିନ୍ତୁ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ବାର୍ଷିକ ଦରମା ୭ କୋଟି ଟଙ୍କା। ଏହା ପାକିସ୍ତାନର ୩୨ ଜଣ ଖେଳାଳିଙ୍କ ମୋଟ ଦରମା ତୁଳନାରେ ଅଧିକ। ଏତଦ୍‌ବ୍ୟତୀତ ସେ ବିଜ୍ଞାପନରୁ କରୁଥିବା ଆୟ ତାଙ୍କୁ ବିଶ୍ୱର ହାତଗଣତି କିଛି ଧନୀ କ୍ରୀଡ଼ାବିତ୍‌ଙ୍କ ତାଲିକାରେ ସ୍ଥାନ ଦେଇଛି।

Related story