ଆଇପିଏଲ୍‌: ଏହି ଇଂଲଣ୍ଡ ୱିକେଟକିପରଙ୍କୁ ଫିଲ୍ଡିଂ କୋଚ୍ ନିଯୁକ୍ତ କଲା କେକେଆର୍‌

କୋଲକାତା: ଆସନ୍ତାମାସରୁ ଆରମ୍ଭ ହେବାକୁଥିବା ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଇଂଲଣ୍ଡର ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜେମ୍ସ ଫୋଷ୍ଟରଙ୍କୁ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କେରିଛି। ଫ୍ରାଞ୍ଚାଇଜି ତା’ର ଅଫିସିଆଲ ଟ୍ୱିଟର୍ ହ୍ୟାଣ୍ଡଲରେ ଏହି ନିଯୁକ୍ତି ନେଇ ସୂଚନା ଦେଇଛି। ଫୋଷ୍ଟର୍ ଏବେ ପୂର୍ବତନ ଆସାମ କ୍ରିକେଟର୍ ଶୁଭଦୀପ ଘୋଷଙ୍କ ସ୍ଥାନ ନେବେ, ଯିଏ ଗତ ସଂସ୍କରଣରେ କେକେଆର୍ ଟିମ୍ ସହ ଯୋଗ ଦେଇଥିଲେ। ଫୋଷ୍ଟର ୨୦୦୧ରୁ ୨୦୦୯ ପର୍ଯ୍ୟନ୍ତ ଇଂଲଣ୍ଡ […]

foster

Ranjit Kumar Jena
  • Published: Monday, 10 February 2020
  • , Updated: 10 February 2020, 08:35 PM IST

କୋଲକାତା: ଆସନ୍ତାମାସରୁ ଆରମ୍ଭ ହେବାକୁଥିବା ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଇଂଲଣ୍ଡର ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜେମ୍ସ ଫୋଷ୍ଟରଙ୍କୁ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କେରିଛି। ଫ୍ରାଞ୍ଚାଇଜି ତା'ର ଅଫିସିଆଲ ଟ୍ୱିଟର୍ ହ୍ୟାଣ୍ଡଲରେ ଏହି ନିଯୁକ୍ତି ନେଇ ସୂଚନା ଦେଇଛି।

ଫୋଷ୍ଟର୍ ଏବେ ପୂର୍ବତନ ଆସାମ କ୍ରିକେଟର୍ ଶୁଭଦୀପ ଘୋଷଙ୍କ ସ୍ଥାନ ନେବେ, ଯିଏ ଗତ ସଂସ୍କରଣରେ କେକେଆର୍ ଟିମ୍ ସହ ଯୋଗ ଦେଇଥିଲେ। ଫୋଷ୍ଟର ୨୦୦୧ରୁ ୨୦୦୯ ପର୍ଯ୍ୟନ୍ତ ଇଂଲଣ୍ଡ ପକ୍ଷରୁ ୭ ଟେଷ୍ଟ, ୧୧ ଦିନିକିଆ ଓ ୫ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୩୯ ବର୍ଷୀୟ ଫୋଷ୍ଟର୍ ୨୦୦୧ରେ ମୋହାଲିରେ ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ ଏବଂ କୋଚିଂ କ୍ଷେତ୍ରରେ ପାଦ ଦେବା ପାଇଁ ୨୦୧୮ରେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ।

ଫୋଷ୍ଟର୍ ଏବେ କେକେଆର୍ ଟିମରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ୟାପଟେନ୍ ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ନେତୃତ୍ୱାଧୀନ କୋଚିଂ ଟିମର ସଦସ୍ୟ ହେବେ। ମ୍ୟାକକୁଲମ୍ ମୁଖ୍ୟ କୋଚ୍ ଭାବେ ଜ୍ୟାକ୍ କାଲିସଙ୍କ ସ୍ଥାନ ନେଇଛନ୍ତି।

ଦୁଇଥରର ଆଇପିଏଲ୍ ବିଜେତା କେକେଆର୍ ଟିମ୍ ଚଳିତ ସଂସ୍କରଣରେ ପୁଣିଥରେ ଦିନେଶ କାର୍ତ୍ତିକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ। ୨୦୧୪ରେ କେକେଆର୍ ଶେଷଥର ପାଇଁ ଟାଇଟଲ୍ ଜିତିଥିଲା। ଏହାପରଠାରୁ କେକେଆର୍ ତିନିଥର ପ୍ଲେଅଫରେ ସ୍ଥାନ ହାସଲ କରିଥିବା ବେଳେ ଦୁଇଥର ଲିଗ୍ ଷ୍ଟେଜରୁ ବିଦାୟ ନେଇଛି।

Related story