କୋଲକାତାରେ ଗାଙ୍ଗୁଲିଙ୍କୁ ଭବ୍ୟ ସ୍ୱାଗତ

କୋଲକାତା: ବିସିସିଆଇର ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ଭରିଥିବା ସୌରଭ ଗାଙ୍ଗୁଲିଙ୍କୁ କୋଲକାତାରେ ବିପୁଳ ସ୍ୱାଗତ କରାଯାଇଛି। ଅଧ୍ୟକ୍ଷ ପଦବୀ ପାଇଁ ଗାଙ୍ଗୁଲିଙ୍କ ପ୍ରତିଦ୍ୱନ୍ଦ୍ୱୀ କେହି ନାହାନ୍ତି ଏବଂ ଏଥିପାଇଁ ତାଙ୍କର ଏହି ବଡ଼ ପଦରେ ରହିବା ନିଶ୍ଚିତ। ମଙ୍ଗଳବାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମର ବାହାରେ ବଡ଼ ସଂଖ୍ୟାରେ ଲୋକେ ତାଙ୍କ ସ୍ୱାଗତ ଅପେକ୍ଷାରେ ଥିଲେ। ଗାଙ୍ଗୁଲି ଯେତେବେଳେ ଏୟାରପୋର୍ଟରୁ ଷ୍ଟାଡିୟମରେ ପହଞ୍ଚିଲେ, ପୁଷ୍ପ ଏବଂ ଆତଶବାଜୀରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଥିଲା। ଗାଙ୍ଗୁଲିଙ୍କୁ ‘ମହାରାଜା’ ମଧ୍ୟ […]

ganguly

Ranjit Kumar Jena
  • Published: Wednesday, 16 October 2019
  • , Updated: 16 October 2019, 05:32 PM IST

କୋଲକାତା: ବିସିସିଆଇର ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ଭରିଥିବା ସୌରଭ ଗାଙ୍ଗୁଲିଙ୍କୁ କୋଲକାତାରେ ବିପୁଳ ସ୍ୱାଗତ କରାଯାଇଛି। ଅଧ୍ୟକ୍ଷ ପଦବୀ ପାଇଁ ଗାଙ୍ଗୁଲିଙ୍କ ପ୍ରତିଦ୍ୱନ୍ଦ୍ୱୀ କେହି ନାହାନ୍ତି ଏବଂ ଏଥିପାଇଁ ତାଙ୍କର ଏହି ବଡ଼ ପଦରେ ରହିବା ନିଶ୍ଚିତ। ମଙ୍ଗଳବାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମର ବାହାରେ ବଡ଼ ସଂଖ୍ୟାରେ ଲୋକେ ତାଙ୍କ ସ୍ୱାଗତ ଅପେକ୍ଷାରେ ଥିଲେ।

ଗାଙ୍ଗୁଲି ଯେତେବେଳେ ଏୟାରପୋର୍ଟରୁ ଷ୍ଟାଡିୟମରେ ପହଞ୍ଚିଲେ, ପୁଷ୍ପ ଏବଂ ଆତଶବାଜୀରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଥିଲା। ଗାଙ୍ଗୁଲିଙ୍କୁ 'ମହାରାଜା' ମଧ୍ୟ କୁହାଯାଏ। ତାଙ୍କର ସ୍ୱାଗତ ମଧ୍ୟ ଠିକ୍ ମହାରାଜ ଭଳି କରାଯାଇଥିଲା। କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏବି)ର ଅଧିକାରୀମାନେ ପୁଷ୍ପ ଦେଇ ସ୍ୱାଗତ କରିଥିଲେ। ଏପରିକି ଗାଙ୍ଗୁଲିଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ପ୍ରଶଂସକ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ସହ କିଛି ପ୍ରଶଂସକ ଫଟୋ ଉଠାଇଥିଲେ।

ଏଠାରେ ପହଞ୍ଚିବା ପରେ ଗାଙ୍ଗୁଲି କହିଥିଲେ, ଲୋକେ ମୋ ଉପରେ ଭରସା ଦେଖାଇଥିବାରୁ ମୁଁ ବହୁତ ଖୁସି। ଏହା ମୋ ପାଇଁ ଏକପ୍ରକାରର ଟିମର ନେତୃତ୍ୱ ସମ୍ଭାଳିବା ସଦୃଶ। ସେତେବେଳେ ଭାରତୀୟ କ୍ରିକେଟ୍ ସଙ୍କଟରେ ଥିଲା ଏବଂ ଗତ ତିନିବର୍ଷ ହେବ ବିସିସିଆଇ ଭିତରେ ଏମିତି କିଛି ରହିଛି। ଏବେ ଘର ସଜାଡ଼ିବାର ସମୟ ଆସିଯାଇଛି ବୋଲି ଗାଙ୍ଗୁଲି କହିଛନ୍ତି।

Related story