କୋରିଆ ଓପନ୍: କ୍ୱାର୍ଟରରେ ଜୟରାମ ପରାସ୍ତ

ସିଓଲ: କୋରିଆ ଓପନ୍‌ର ପୁରୁଷ ଏକକ ବର୍ଗର କ୍ୱାର୍ଟର ଫାଇନାଲ୍‌ରେ ଆଜି ପରାସ୍ତ ହୋଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଅଜୟ ଜୟରାମ। ସେ କୋରିଆର ଲି ହ୍ୟୁନ୍‌ଙ୍କ ଠାରୁ ୨୩-୨୫,୧୩-୨୧ରେ ହାରି ଯାଇଛନ୍ତି। ମାତ୍ର ୪୪ ମିନିଟ୍‌ରେ ଏହି ମ୍ୟାଚ୍ ଶେଷ ହୋଇଯାଇଥିଲା। କ୍ୱାର୍ଟର ଫାଇନାଲ୍‌ରେ ଜୟରାମଙ୍କ ପରାଜୟ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି।

jayaram

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 05:20 PM IST

ସିଓଲ: କୋରିଆ ଓପନ୍‌ର ପୁରୁଷ ଏକକ ବର୍ଗର କ୍ୱାର୍ଟର ଫାଇନାଲ୍‌ରେ ଆଜି ପରାସ୍ତ ହୋଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଅଜୟ ଜୟରାମ। ସେ କୋରିଆର ଲି ହ୍ୟୁନ୍‌ଙ୍କ ଠାରୁ ୨୩-୨୫,୧୩-୨୧ରେ ହାରି ଯାଇଛନ୍ତି। ମାତ୍ର ୪୪ ମିନିଟ୍‌ରେ ଏହି ମ୍ୟାଚ୍ ଶେଷ ହୋଇଯାଇଥିଲା।

କ୍ୱାର୍ଟର ଫାଇନାଲ୍‌ରେ ଜୟରାମଙ୍କ ପରାଜୟ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି।

Related story