ଅଷ୍ଟ୍ରେଲିଆନ୍ ଓପନ୍‌: କ୍ରେଜସିକୋଭା ଓ ମେକଟିକ୍ ମିକ୍ସଡ୍ ଡବଲ୍ସ ଚାମ୍ପିୟନ୍‌

ମେଲବର୍ଣ୍ଣ: ପଞ୍ଚମ ସିଡ୍ ବାର୍ବୋରା କ୍ରେଜସିକୋଭା ଓ ନିକୋଲା ମେକଟିକ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଟାଇଟଲ୍ ଜିତିଛନ୍ତି। ଏହି ପଞ୍ଚମ ସିଡ୍ ଚେକ୍ ରିପବ୍ଲିକ୍ ଓ କ୍ରୋଏସିଆ ଯୋଡ଼ି ଫାଇନାଲରେ ଆମେରିକାର ବେଥାନି ମ୍ୟାଟେକ୍‌-ସାଣ୍ଡସ୍ ଓ ଜେମି ମୁରେଙ୍କୁ ୫-୭, ୬-୪, ୧୦-୧ ସେଟରେ ପରାସ୍ତ କରିଛନ୍ତି। କ୍ରେଜସିକୋଭା ସଫଳତାର ସହ ଟାଇଟଲ୍ ଡିଫେଣ୍ଡ୍ କରିଛନ୍ତି। ଗତ ସଂସ୍କରଣରେ ସେ ଆମେରିକାର ରାଜୀବ ରାମଙ୍କ ସହ ଏଠାରେ ଚାମ୍ପିୟନ୍ ହୋଇଥିଲେ। […]

mixed

Ranjit Kumar Jena
  • Published: Saturday, 01 February 2020
  • , Updated: 01 February 2020, 07:50 PM IST

ମେଲବର୍ଣ୍ଣ: ପଞ୍ଚମ ସିଡ୍ ବାର୍ବୋରା କ୍ରେଜସିକୋଭା ଓ ନିକୋଲା ମେକଟିକ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଟାଇଟଲ୍ ଜିତିଛନ୍ତି। ଏହି ପଞ୍ଚମ ସିଡ୍ ଚେକ୍ ରିପବ୍ଲିକ୍ ଓ କ୍ରୋଏସିଆ ଯୋଡ଼ି ଫାଇନାଲରେ ଆମେରିକାର ବେଥାନି ମ୍ୟାଟେକ୍‌-ସାଣ୍ଡସ୍ ଓ ଜେମି ମୁରେଙ୍କୁ ୫-୭, ୬-୪, ୧୦-୧ ସେଟରେ ପରାସ୍ତ କରିଛନ୍ତି।

କ୍ରେଜସିକୋଭା ସଫଳତାର ସହ ଟାଇଟଲ୍ ଡିଫେଣ୍ଡ୍ କରିଛନ୍ତି। ଗତ ସଂସ୍କରଣରେ ସେ ଆମେରିକାର ରାଜୀବ ରାମଙ୍କ ସହ ଏଠାରେ ଚାମ୍ପିୟନ୍ ହୋଇଥିଲେ। ସେହିପରି କ୍ରୋଏସିଆର ମେକଟିକ୍ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ହାସଲ କରିଛନ୍ତି।

ଫାଇନାଲ୍ ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ସେଟରେ କ୍ରେଜସିକୋଭା ଓ ମେକଟିକ୍ ୫-୭ରେ ହାରିଥିବା ବେଳେ ପରବର୍ତ୍ତୀ ଦୁଇଟି ସେଟରେ ଏହି ଯୋଡ଼ି ସଫଳତାର ସହ ପ୍ରତ୍ୟାବର୍ତ୍ତନ କରି ମୁକାବିଲାକୁ ଜିତି ନେଇଥିଲେ।

Related story