କଟକ (ଓଡ଼ିଶା ରିପୋର୍ଟର): ଦିନିକିଆ ଇତିହାସରେ ଦ୍ୱିତୀୟଥର ହ୍ୟାଟ୍ରିକ୍ ନେବାରେ ପ୍ରଥମ ଭାରତୀୟ ହୋଇଥିବା ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୧୦୦ ୱିକେଟ୍ ପୂରଣରୁ ମାତ୍ର ପାଦେ ଦୂରରେ ଅଛନ୍ତି।
୨୫ ବର୍ଷୀୟ କୁଲଦୀପ ଯଦି ରବିବାର ବାରବାଟୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ଗୋଟିଏ ୱିକେଟ୍ ହାସଲ କରନ୍ତି, ତାହେଲେ ଦିନିକିଆରେ ୧୦୦ ୱିକେଟ୍ ନେବାରେ ସେ ୨୨ତମ ଭାରତୀୟ ହେବେ। କୁଲଦୀପ ଏପର୍ଯ୍ୟନ୍ତ ୫୪ ମ୍ୟାଚ୍ ଖେଳି ୯୯ ୱିକେଟ୍ ନେଇଛନ୍ତି।
ଦିନିକିଆରେ ଦ୍ରୁତ ୧୦୦ ୱିକେଟ୍ ନେବାର ରେକର୍ଡ ମହମ୍ମଦ ଶାମିଙ୍କ ନାଁରେ ରହିଛି, ଯିଏ ୫୫ ମ୍ୟାଚରେ ଏହି କୀର୍ତ୍ତିମାନ କରିଛନ୍ତି। ତେବେ କୁଲଦୀପଙ୍କ ପାଖରେ ଶାମିଙ୍କ ରେକର୍ଡ ସମକକ୍ଷ ହେବାର ସୁଯୋଗ ରହିଛି। କୁଲଦୀପ ଯଦି ୧୦୦ ୱିକେଟ୍ ନିଅନ୍ତି, ତାହେଲେ ସେ ଅଷ୍ଟମ ଭାରତୀୟ ସ୍ପିନର୍ ହେବେ। ସ୍ପିନର ଅନୀଲ କୁମ୍ବଲେ ଦିନିକିଆରେ ସବୁଠାରୁ ସଫଳ ବୋଲର, ଯିଏ ୨୬୯ ମ୍ୟାଚରେ ୩୩୪ ୱିକେଟ୍ ନେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଶ୍ଳୀଳ ଫଟୋ ଲିକ୍ କରିବାକୁ ଧମକ, ବନ୍ଧା ହେଲେ ଅଭିନେତା
ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା, ବ୍ୟକ୍ତିଗତ ଫଟୋ ଲିକ୍ କରିବାକୁ ଧମକ ଦେବା ଓ ଅମାନୁଷିକ ଭାବେ ମାଡ଼ ମରୁଥିବା ନେଇ ତାଙ୍କ ବିରୋଧରେ ଜଣେ ୨୯ ବର୍ଷୀୟ ଅଭିନେତ୍ରୀ ଅଭିଯୋଗ କରିଛନ୍ତି।
National
ମନମୋହନଙ୍କୁ ଅଶ୍ରୁଳ ବିଦାୟ, ପଞ୍ଚଭୂତରେ ଲୀନ ହେଲେ
ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
National
ଅଡୁଆରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ସମନ ଜାରି କଲା ଇଡି
ଇଡି ତାଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ କହିଛି।
National
ବାର୍ଥଡେ' ପାର୍ଟିରେ ବଟି ମାଗିବାକୁ ଗଲେ ଡିଏସ୍ପି, ନ ମିଳିବାରୁ କଲେ ଫାୟରିଂ
ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁଇ ଜଣ ଗୁରୁତର ହୋଇଛନ୍ତି।
National
ତେଜିଲା `ସ୍ମାରକସ୍ଥଳ' ରାଜନୀତି, ଜାଗା ଯୋଗାଇ ଦେବାକୁ କେନ୍ଦ୍ର ରାଜି
ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମନମୋହନ ସିଂହଙ୍କ ସ୍ମୃତିରେ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇ ସେଠାରେ ସ୍ମାରକସ୍ଥଳୀ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ।