୧୦୦ ୱିକେଟରୁ ପାଦେ ଦୂରରେ କୁଲଦୀପ

କଟକ (ଓଡ଼ିଶା ରିପୋର୍ଟର): ଦିନିକିଆ ଇତିହାସରେ ଦ୍ୱିତୀୟଥର ହ୍ୟାଟ୍ରିକ୍ ନେବାରେ ପ୍ରଥମ ଭାରତୀୟ ହୋଇଥିବା ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୧୦୦ ୱିକେଟ୍ ପୂରଣରୁ ମାତ୍ର ପାଦେ ଦୂରରେ ଅଛନ୍ତି। ୨୫ ବର୍ଷୀୟ କୁଲଦୀପ ଯଦି ରବିବାର ବାରବାଟୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ଗୋଟିଏ ୱିକେଟ୍ ହାସଲ କରନ୍ତି, ତାହେଲେ ଦିନିକିଆରେ ୧୦୦ ୱିକେଟ୍ ନେବାରେ ସେ ୨୨ତମ ଭାରତୀୟ ହେବେ। କୁଲଦୀପ ଏପର୍ଯ୍ୟନ୍ତ ୫୪ ମ୍ୟାଚ୍ ଖେଳି […]

kuldeep

Ranjit Kumar Jena
  • Published: Saturday, 21 December 2019
  • , Updated: 21 December 2019, 08:36 PM IST

କଟକ (ଓଡ଼ିଶା ରିପୋର୍ଟର): ଦିନିକିଆ ଇତିହାସରେ ଦ୍ୱିତୀୟଥର ହ୍ୟାଟ୍ରିକ୍ ନେବାରେ ପ୍ରଥମ ଭାରତୀୟ ହୋଇଥିବା ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୧୦୦ ୱିକେଟ୍ ପୂରଣରୁ ମାତ୍ର ପାଦେ ଦୂରରେ ଅଛନ୍ତି।

୨୫ ବର୍ଷୀୟ କୁଲଦୀପ ଯଦି ରବିବାର ବାରବାଟୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ଗୋଟିଏ ୱିକେଟ୍ ହାସଲ କରନ୍ତି, ତାହେଲେ ଦିନିକିଆରେ ୧୦୦ ୱିକେଟ୍ ନେବାରେ ସେ ୨୨ତମ ଭାରତୀୟ ହେବେ। କୁଲଦୀପ ଏପର୍ଯ୍ୟନ୍ତ ୫୪ ମ୍ୟାଚ୍ ଖେଳି ୯୯ ୱିକେଟ୍ ନେଇଛନ୍ତି।

ଦିନିକିଆରେ ଦ୍ରୁତ ୧୦୦ ୱିକେଟ୍ ନେବାର ରେକର୍ଡ ମହମ୍ମଦ ଶାମିଙ୍କ ନାଁରେ ରହିଛି, ଯିଏ ୫୫ ମ୍ୟାଚରେ ଏହି କୀର୍ତ୍ତିମାନ କରିଛନ୍ତି। ତେବେ କୁଲଦୀପଙ୍କ ପାଖରେ ଶାମିଙ୍କ ରେକର୍ଡ ସମକକ୍ଷ ହେବାର ସୁଯୋଗ ରହିଛି। କୁଲଦୀପ ଯଦି ୧୦୦ ୱିକେଟ୍ ନିଅନ୍ତି, ତାହେଲେ ସେ ଅଷ୍ଟମ ଭାରତୀୟ ସ୍ପିନର୍ ହେବେ। ସ୍ପିନର ଅନୀଲ କୁମ୍ବଲେ ଦିନିକିଆରେ ସବୁଠାରୁ ସଫଳ ବୋଲର, ଯିଏ ୨୬୯ ମ୍ୟାଚରେ ୩୩୪ ୱିକେଟ୍ ନେଇଛନ୍ତି।

Related story