ଡଚ୍ ଓପନ୍ ଜିତିଲେ ଲକ୍ଷ୍ୟ ସେନ୍‌

ଅଲମେରେ (ନେଦରଲ୍ୟାଣ୍ଡ): ଭାରତର ଉଦୀୟମାନ ବ୍ୟାଡମିଣ୍ଟନ୍ ଖେଳାଳି ଲକ୍ଷ୍ୟ ସେନ୍ ରବିବାର ଡଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଜାପାନର ୟୁସୁକେ ଓନୋଡେରାଙ୍କୁ ହରାଇ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁରରେ ନିଜର ପ୍ରଥମ ଟାଇଟଲ୍ ଜିତିଛନ୍ତି। ବିଶ୍ୱ ରାଙ୍କିଙ୍ଗର ୭୨ତମ ସ୍ଥାନରେ ଥିବା ୧୮ ବର୍ଷୀୟ ଏହି ଖେଳାଳି ପ୍ରଥମ ଗେମ୍ ହାରିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୬୩ ମିନିଟ୍ ଧରି ଚାଲିଥିବା ମୁକାବିଲାକୁ ୧୫-୨୧, ୨୧-୧୪, ୨୧-୧୫ରେ ନିଜ ନାଁରେ କରିଛନ୍ତି। ଡଚ୍ ଓପନ୍ ବିଡବ୍ଲ୍ୟୁଏଫ୍ […]

lakshya

lakshya

Ranjit Kumar Jena
  • Published: Sunday, 13 October 2019
  • Updated: 13 October 2019, 06:46 PM IST

Sports

Latest News

ଅଲମେରେ (ନେଦରଲ୍ୟାଣ୍ଡ): ଭାରତର ଉଦୀୟମାନ ବ୍ୟାଡମିଣ୍ଟନ୍ ଖେଳାଳି ଲକ୍ଷ୍ୟ ସେନ୍ ରବିବାର ଡଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଜାପାନର ୟୁସୁକେ ଓନୋଡେରାଙ୍କୁ ହରାଇ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁରରେ ନିଜର ପ୍ରଥମ ଟାଇଟଲ୍ ଜିତିଛନ୍ତି। ବିଶ୍ୱ ରାଙ୍କିଙ୍ଗର ୭୨ତମ ସ୍ଥାନରେ ଥିବା ୧୮ ବର୍ଷୀୟ ଏହି ଖେଳାଳି ପ୍ରଥମ ଗେମ୍ ହାରିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୬୩ ମିନିଟ୍ ଧରି ଚାଲିଥିବା ମୁକାବିଲାକୁ ୧୫-୨୧, ୨୧-୧୪, ୨୧-୧୫ରେ ନିଜ ନାଁରେ କରିଛନ୍ତି। ଡଚ୍ ଓପନ୍ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ସୁପର-୧୦୦ ଟୁର୍ଣ୍ଣାମେଣ୍ଟ।

ପ୍ରଥମ ଗେମର ଆରମ୍ଭରୁ ହିଁ ବିଶ୍ୱ ରାଙ୍କିଙ୍ଗର ୧୬୦ତମ ସ୍ଥାନରେ ଥିବା ଓନୋଡେରା ଲକ୍ଷ୍ୟଙ୍କ ଉପରେ ଅଗ୍ରଣୀ ବଜାୟ ରଖିଥିଲେ। ଲକ୍ଷ୍ୟ ପ୍ରତ୍ୟାବର୍ତ୍ତନ କରି ସ୍କୋରକୁ ୧୦-୧୧ କରିଥିଲେ ଏବଂ ପରେ ଏହାକୁ ୧୩-୧୪ କରିଥିଲେ। କିନ୍ତୁ ଏହା ପରେ ଜାପାନୀ ଖେଳାଳି ଜଣକ ଲଗାତାର ପଏଣ୍ଟ ହାସଲ କରି ଗେମକୁ ନିଜ ନାଁରେ କରିଥିଲେ। ଲକ୍ଷ୍ୟ ଓ ଓନୋଡେରାଙ୍କ ମଧ୍ୟରେ ହୋଇଥିବା ଦ୍ୱିତୀୟ ଗେମ୍ ବରାବରରୁ ଆରମ୍ଭ ହୋଇଥିଲା, କିନ୍ତୁ ଲକ୍ଷ୍ୟ ପରେ ୮-୫ରେ ଆଗୁଆ ହୋଇଥିଲେ। ପରେ ଲକ୍ଷ୍ୟ ଲଗାତାର ଭଲ ପ୍ରଦର୍ଶନ କରି ଏହି ଅଗ୍ରଣୀକୁ ୧୮-୧୧ରେ ପହଞ୍ଚାଇଥିଲେ। ଏହିପରି ଭାବେ ଲକ୍ଷ୍ୟ ଦ୍ୱିତୀୟ ଗେମ୍ ଜିତି ମୁକାବିଲାକୁ ୧-୧ରେ ବରାବର କରିଥିଲେ।

ନିର୍ଣ୍ଣାୟକ ଗେମରେ ଲକ୍ଷ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟ ସହ କୋର୍ଟକୁ ଓହ୍ଲାଇଥିଲେ। ସେ ହାଫ୍ ଟାଇମ୍ ସୁଦ୍ଧା ୧୧-୮ରେ ଆଗୁଆ ଥିଲେ। ବ୍ରେକ୍ ପରେ ସେ ଜାପାନ ଖେଳାଳିଙ୍କୁ କୌଣସି ସୁଯୋଗ ଦେଇନଥିଲେ ଏବଂ ଗେମକୁ ୨୧-୧୫ରେ ଜିତି ନେଇଥିଲେ। ଲକ୍ଷ୍ୟ ଚଳିତ ବର୍ଷ ବେଲଜିୟମ ଓପନ୍ ଟାଇଟଲ୍ ଜିତିଥିବା ବେଳେ ପୋଲାଣ୍ଡ ଓପନ୍ ଫାଇନାଲରେ ପହଞ୍ଚିଥିଲେ। ସେ ମଧ୍ୟ ଏସିଆନ୍ ଜୁନିୟର ଚାମ୍ପିୟନଶିପ୍ ଟାଇଟଲ୍ ମଧ୍ୟ ହାସଲ କରିସାରିଛନ୍ତି। ଏହାବ୍ୟତୀତ ସେ ୟୁଥ୍ ଅଲିମ୍ପିକରେ ରୌପ୍ୟ ଏବଂ ବିଶ୍ୱ ଜୁନିୟର ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story