ରିଓ ଅଲିମ୍ପିକ୍‌ ୩୦୦୦ ମିଟର ଷ୍ଟିପଲଚେଜ୍‌: ଲଳିତା ଇନ୍‌, ସୁଧା ଆଉଟ୍‌

ରିଓ ଡି ଜେନେରିଓ: ୩୦୦୦ ମିଟର ମହିଳା ବର୍ଗ ଷ୍ଟିପଲଚେଜ୍‌ ପ୍ରତିଯୋଗିତାର ଫାଇନାଲକୁ ଯାଇଛନ୍ତି ଭାରତର ଲଳିତା ବାବର। ପିଟି ଉଷାଙ୍କ ପରେ ଦୀର୍ଘ ୩୬ ବର୍ଷ ପରେ ସେ ଅଲିମ୍ପିକ୍‌ର କୌଣସି ଆଥ୍‌ଲେଟିକ୍‌ ଏହି ଇଭେଣ୍ଟର ଫାଇନାଲକୁ ଯିବାକୁ ସୌଭାଗ୍ୟ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ବାଦ୍‌ ପଡିଛନ୍ତି ଭାରତର ଅନ୍ୟତମ ଆଥଲେଟ୍‌ ସୁଧା ସିଂହ। ସୁଦ୍ଧା ୯ ମିନିଟ ୪୩.୨୯ ସେକେଣ୍ଡରେ ରାଉଣ୍ଡ ୧ ହିଟ୍‌ ୩କୁ ଶେଷ କରି ୯ମ ସ୍ଥାନରେ ରହିଥିଲା ବେଳେ […]

lalita

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 09:57 PM IST

ରିଓ ଡି ଜେନେରିଓ: ୩୦୦୦ ମିଟର ମହିଳା ବର୍ଗ ଷ୍ଟିପଲଚେଜ୍‌ ପ୍ରତିଯୋଗିତାର ଫାଇନାଲକୁ ଯାଇଛନ୍ତି ଭାରତର ଲଳିତା ବାବର। ପିଟି ଉଷାଙ୍କ ପରେ ଦୀର୍ଘ ୩୬ ବର୍ଷ ପରେ ସେ ଅଲିମ୍ପିକ୍‌ର କୌଣସି ଆଥ୍‌ଲେଟିକ୍‌ ଏହି ଇଭେଣ୍ଟର ଫାଇନାଲକୁ ଯିବାକୁ ସୌଭାଗ୍ୟ ଅର୍ଜନ କରିଛନ୍ତି।

ଅନ୍ୟପକ୍ଷରେ ବାଦ୍‌ ପଡିଛନ୍ତି ଭାରତର ଅନ୍ୟତମ ଆଥଲେଟ୍‌ ସୁଧା ସିଂହ। ସୁଦ୍ଧା ୯ ମିନିଟ ୪୩.୨୯ ସେକେଣ୍ଡରେ ରାଉଣ୍ଡ ୧ ହିଟ୍‌ ୩କୁ ଶେଷ କରି ୯ମ ସ୍ଥାନରେ ରହିଥିଲା ବେଳେ ଲଳିତା ବାବର ୯ମିନିଟ ୧୯.୭୬ ସେକେଣ୍ଡରେ ରାଉଣ୍ଡ ୧ ହିଟ୍‌ ୨କୁ  ଅତିକ୍ରମ କରି ଚତୁର୍ଥ ସ୍ଥାନରେ ରହିଥିଲେ।

ଆସନ୍ତା ସୋମବାର ଦିନ ୩୦୦୦ ମିଟର ମହିଳା ବର୍ଗ ଷ୍ଟିପଲଚେଜ୍‌ ପ୍ରତିଯୋଗିତାର ଫାଇନାଲ ହେବ।

Related story