ରୋହିତଙ୍କ ପାଇଁ କର ବା ମର ସ୍ଥିତି: ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲେ କୋହଲି

ମୁମ୍ବାଇର ୱେଙ୍ଖଡେ ଷ୍ଟାଡିୟମରେ ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳଯାଉଛି। ଏହି ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଛନ୍ତି ଦୁଇ ଦବଙ୍ଗ ଟିମ୍‌ ମୁମ୍ବାଇ ଓ ବାଙ୍ଗାଲୋର। ଏହି ମ୍ୟାଚ୍‌ ଉଭୟ ମୁମ୍ବାଇ ଓ ଆର୍‌ସିବି ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। କାରଣ ମୁମ୍ବାଇ ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ ୩ଟି ମ୍ୟାଚ୍‌ ଖେଳି ୩ଟିରେ ପରାସ୍ତ ହୋଇ ପଏଣ୍ଟ ଟେବୁଲ୍‌ରେ ଶେଷ ସ୍ଥାନରେ ରହିଛି। ତେଣୁ ଯଦି ଆଜିର ମ୍ୟାଚ୍‌ ମୁମ୍ବାଇ ହାରୁଛି ତେବେ ଟପ୍-୪ରେ ପିହଞ୍ଚିବା ପାଇଁ […]

virat_rohit666_1523969114_618x347

Rakesh Mallick
  • Published: Tuesday, 17 April 2018
  • , Updated: 17 April 2018, 07:59 PM IST

ମୁମ୍ବାଇର ୱେଙ୍ଖଡେ ଷ୍ଟାଡିୟମରେ ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳଯାଉଛି। ଏହି ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଛନ୍ତି ଦୁଇ ଦବଙ୍ଗ ଟିମ୍‌ ମୁମ୍ବାଇ ଓ ବାଙ୍ଗାଲୋର। ଏହି ମ୍ୟାଚ୍‌ ଉଭୟ ମୁମ୍ବାଇ ଓ ଆର୍‌ସିବି ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। କାରଣ ମୁମ୍ବାଇ ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ ୩ଟି ମ୍ୟାଚ୍‌ ଖେଳି ୩ଟିରେ ପରାସ୍ତ ହୋଇ ପଏଣ୍ଟ ଟେବୁଲ୍‌ରେ ଶେଷ ସ୍ଥାନରେ ରହିଛି। ତେଣୁ ଯଦି ଆଜିର ମ୍ୟାଚ୍‌ ମୁମ୍ବାଇ ହାରୁଛି ତେବେ ଟପ୍-୪ରେ ପିହଞ୍ଚିବା ପାଇଁ କଷ୍ଟକର ହେବ। ସେହିପରି ଆର୍‌ସିବି ମଧ୍ୟ ୩ଟି ମ୍ୟାଚ୍‌ରୁ ୨ଟିରେ ପରାସ୍ତ ହୋଇ ପଏଣ୍ଟ ଟେବୁଲ୍‌ରେ ଷଷ୍ଠ ସ୍ଥାନରେ ରହିଛି। ଆର୍‌ସିବିକୁ ଟପ୍‌-୪ରେ ରହିବାକୁ ହେଲେ ଅଧିକରୁ ଅଧିକ ମ୍ୟାଚ୍‌ ଜିତିବାକୁ ହେବ। ଆଜିର ମ୍ୟାଚ୍‌ରେ ଆର୍‌ସିବି ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Related story