କର ବା ମର ସ୍ଥିତିରେ ଶେଷ ଟି-ଟ୍ୱେଣ୍ଟି: ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଉଭୟ ଟିମ୍‌ର ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ଶେଷ ତଥା ନିର୍ଣ୍ଣାୟକ ଟି-୨୦। କେପ୍ଟାଉନରେ ଏହି ମ୍ୟାଚ ଭାରତୀୟ ସମୟ ରାତି ୯.୩୦ରେ ଆରମ୍ଭ ହେବ। ତିନିଟିକିଆ ଟି-୨୦ ସିରିଜ ଏବେ ୧-୧ରେ ବରାବର ଅଛି। ଫଳରେ ଆଜିର ମ୍ୟାଚ ଜିତି ସିରିଜ କବ୍ଜା କରିବାକୁ ଉଭୟ ଟିମ୍ ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ଟି-୨୦କୁ ଟିମ୍ ଇଣ୍ଡିଆ ୨୮ ରନରେ ଜିତିଥିବା ବେଳେ ଦ୍ୱିତୀୟ ଟି-୨୦କୁ ଘରୋଇ ଦକ୍ଷିଣ ଆଫ୍ରିକା ୬ ୱିକେଟରେ […]

pandey2 (1)

Rakesh Mallick
  • Published: Saturday, 24 February 2018
  • , Updated: 24 February 2018, 10:46 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ଶେଷ ତଥା ନିର୍ଣ୍ଣାୟକ ଟି-୨୦। କେପ୍ଟାଉନରେ ଏହି ମ୍ୟାଚ ଭାରତୀୟ ସମୟ ରାତି ୯.୩୦ରେ ଆରମ୍ଭ ହେବ। ତିନିଟିକିଆ ଟି-୨୦ ସିରିଜ ଏବେ ୧-୧ରେ ବରାବର ଅଛି। ଫଳରେ ଆଜିର ମ୍ୟାଚ ଜିତି ସିରିଜ କବ୍ଜା କରିବାକୁ ଉଭୟ ଟିମ୍ ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ଟି-୨୦କୁ ଟିମ୍ ଇଣ୍ଡିଆ ୨୮ ରନରେ ଜିତିଥିବା ବେଳେ ଦ୍ୱିତୀୟ ଟି-୨୦କୁ ଘରୋଇ ଦକ୍ଷିଣ ଆଫ୍ରିକା ୬ ୱିକେଟରେ ଜିତି ନେଇଥିଲା। ଆଜିର ଟି-୨୦ ମ୍ୟାଚ ସହ ସରୁଛି ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ। ତେଣୁ ଆଜିର ମ୍ୟାଚ୍‌ ଉଭୟ ଟିମ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଜିର ମ୍ୟାଚ୍‌ ଜିତୁଥିବା ଟିମ୍‌ ଟି-ଟ୍ୱେଣ୍ଟି ସିରିଜ କବ୍‌ଜା କରିବ।

Related story