ଡେଲରେ ବିଚ୍ ଓପନ୍‌ କ୍ୱାର୍ଟରରେ ପେସ୍

ଡେଲ୍‌ରେ ବିଚ୍ (ୟୁଏସ୍‌ଏ): ଭାରତୀୟ ଟେନିସ୍ ତାରକା ଲିଆଣ୍ଡର ପେସ୍ ଓ ତାଙ୍କର ଫ୍ରେଞ୍ଚ୍ ସାଥୀ ଜେରାମୀ ଚାର୍ଡି ଆମେରିକାର ଡେଲରେ ବିଚ୍ ଓପନ୍‌ର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଏହି ଭାରତ-ଫ୍ରେଞ୍ଚ୍ ଯୋଡ଼ି ଆମେରିକୀୟ ଯୋଡ଼ି ଇରିକ୍ ବୁଟୋରାକ୍ ଓ ସ୍କଟ୍ ଲିପ୍‌ସ୍କିଙ୍କୁ ୬-୪,୭-୫ରେ ପରାସ୍ତ କରି ଥିଲେ। ଏକ ଘଣ୍ଟା ୧୨ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା। କ୍ୱାର୍ଟର ଫାଇନାଲରେ ପେସ୍ ଓ ଚାର୍ଡି ଯୋଡ଼ି ସ୍ପେନ୍-ଅଷ୍ଟ୍ରେଲିଆନ୍ ଯୋଡ଼ି ମାନକେଲ୍ ଗ୍ରାନୋଲର୍ସ ଓ […]

leander

Rakesh Mallick
  • Published: Thursday, 18 February 2016
  • , Updated: 19 February 2016, 11:30 AM IST

ଡେଲ୍‌ରେ ବିଚ୍ (ୟୁଏସ୍‌ଏ): ଭାରତୀୟ ଟେନିସ୍ ତାରକା ଲିଆଣ୍ଡର ପେସ୍ ଓ ତାଙ୍କର ଫ୍ରେଞ୍ଚ୍ ସାଥୀ ଜେରାମୀ ଚାର୍ଡି ଆମେରିକାର ଡେଲରେ ବିଚ୍ ଓପନ୍‌ର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଏହି ଭାରତ-ଫ୍ରେଞ୍ଚ୍ ଯୋଡ଼ି ଆମେରିକୀୟ ଯୋଡ଼ି ଇରିକ୍ ବୁଟୋରାକ୍ ଓ ସ୍କଟ୍ ଲିପ୍‌ସ୍କିଙ୍କୁ ୬-୪,୭-୫ରେ ପରାସ୍ତ କରି ଥିଲେ। ଏକ ଘଣ୍ଟା ୧୨ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା।

କ୍ୱାର୍ଟର ଫାଇନାଲରେ ପେସ୍ ଓ ଚାର୍ଡି ଯୋଡ଼ି ସ୍ପେନ୍-ଅଷ୍ଟ୍ରେଲିଆନ୍ ଯୋଡ଼ି ମାନକେଲ୍ ଗ୍ରାନୋଲର୍ସ ଓ ସାମ୍ ଗ୍ରୋଥ୍‌ଙ୍କୁ ଭେଟିବେ।

Related story