ଡେଭିସ୍‌ କପ୍‌ରେ ନିଜ ବିଜୟ ରେକର୍ଡ ଭାଙ୍ଗିଲେ ଲିଆଣ୍ଡର ପେସ୍

ନୁର ସୁଲତାନ: ଭେଟରାନ ଟେନିସ ତାରକା ଲିଆଣ୍ଡର ପେସ୍‌ ଡେଭିସ୍‌ କପରେ ନିଜେ ସୃଷ୍ଟି କରିଥିବା ରେକର୍ଡକୁ ଆଜି ବିଜୟ ସହ ଭାଙ୍ଗି ଦେଇଛନ୍ତି। ସେ ଆଜି ଡେବ୍ୟୁଟାଣ୍ଟ ଜୀବନ ନେଦୁନଛେଝିୟାନଙ୍କ ସହ ମିଶି ନିଜ ଟେନିସ କ୍ୟାରିୟରର ୪୪ତମ ଡବଲ୍ସ ମ୍ୟାଚ ଜିତିବାର ରେକର୍ଡ କରିଛନ୍ତି। ଗତ ଡେଭିସ୍‌ କପ୍‌ ଟୁର୍ଣ୍ଣାମେଣ୍ଟରେ ପେସ୍‌ ୪୩ତମ ଡବଲ୍ସ ମ୍ୟାଚ୍‌ ଜିତି ରେକର୍ଡ ସୃଷ୍ଟି କରିଥିଲେ। ନୁର ସୁଲତାନରେ ଚାଲିଥିବା ପାକିସ୍ତାନ ବିପକ୍ଷ ଡେଭିସ୍‌ କପରେ ଆଜି ଲିଆଣ୍ଡର […]

ss

Hemant Lenka
  • Published: Saturday, 30 November 2019
  • , Updated: 30 November 2019, 03:12 PM IST

ନୁର ସୁଲତାନ: ଭେଟରାନ ଟେନିସ ତାରକା ଲିଆଣ୍ଡର ପେସ୍‌ ଡେଭିସ୍‌ କପରେ ନିଜେ ସୃଷ୍ଟି କରିଥିବା ରେକର୍ଡକୁ ଆଜି ବିଜୟ ସହ ଭାଙ୍ଗି ଦେଇଛନ୍ତି। ସେ ଆଜି ଡେବ୍ୟୁଟାଣ୍ଟ ଜୀବନ ନେଦୁନଛେଝିୟାନଙ୍କ ସହ ମିଶି ନିଜ ଟେନିସ କ୍ୟାରିୟରର ୪୪ତମ ଡବଲ୍ସ ମ୍ୟାଚ ଜିତିବାର ରେକର୍ଡ କରିଛନ୍ତି। ଗତ ଡେଭିସ୍‌ କପ୍‌ ଟୁର୍ଣ୍ଣାମେଣ୍ଟରେ ପେସ୍‌ ୪୩ତମ ଡବଲ୍ସ ମ୍ୟାଚ୍‌ ଜିତି ରେକର୍ଡ ସୃଷ୍ଟି କରିଥିଲେ।

ନୁର ସୁଲତାନରେ ଚାଲିଥିବା ପାକିସ୍ତାନ ବିପକ୍ଷ ଡେଭିସ୍‌ କପରେ ଆଜି ଲିଆଣ୍ଡର ପେସ ଓ ଜୀବନ ଯୋଡ଼ି ମଇଦାନକୁ ଓହ୍ଲାଇଥିଲେ। ଏହି ଭାରତୀୟ ଯୋଡ଼ିଙ୍କ ବିରୋଧରେ ପାକିସ୍ତାନର ମହମ୍ମଦ ଶୋଏବ ଓ ହୁଫୈଜା ଅବଦୁଲ ରେହମାନ ଆଦୌ ଆଶା ଜନକ ପ୍ରଦର୍ଶନ କରିପାରି ନଥିଲେ।

ମାତ୍ର ୫୩ ମିନିଟ୍‌ରେ ପେସ୍‌ ଓ ଜୀବନ ଯୋଡ଼ି ଶୋଏବ ଏବଂ ହୁଫୈଜାଙ୍କୁ ୬-୧ ଓ ୬-୩ ସେଟ୍‌ରେ ପରାସ୍ତ କରିଥିଲେ। ଏହି ବିଜୟ ସହ ଡେଭିସ୍ କପ୍ ଟାଇର ଏସିଆ/ଓସେନିଆର ଗ୍ରୁପ୍‌-ଆଇ ମ୍ୟାଚରେ ଭାରତ ୩-୦ରେ ଆଗୁଆ ହୋଇଯାଇଛି। ପେସ୍‌ ଗତବର୍ଷ ଡେଭିସ୍‌ କପରେ ସବୁଠାରୁ ସଫଳତମ ଡବଲ୍ସ ଖେଳାଳି ହେବାର ରେକର୍ଡ ସୃଷ୍ଟି କରିଥିଲେ।

ଭାରତ ଓ ପାକିସ୍ତାନ ମ୍ୟାଚର ବିଜେତା ୱାର୍ଲ୍ଡ ଗ୍ରୁପ୍ କ୍ୱାଲିଫାୟର୍ସରେ କ୍ରୋଏସିଆକୁ ଭେଟିବ। କ୍ୱାଲିଫାୟର୍ସ ମ୍ୟାଚ୍ ଆସନ୍ତାବର୍ଷ ମାର୍ଚ୍ଚ ୬ ଓ ୭ ତାରିଖରେ ଖେଳାଯିବ।  ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍ କପ୍ ମ୍ୟାଚ୍ ସେପ୍ଟେମ୍ବରରେ ଖେଳାଯିବା ନେଇ ସ୍ଥିର ହୋଇଥିଲା। କିନ୍ତୁ ଖେଳାଳିଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରି ଭାରତ ଏହାକୁ ନିରପେକ୍ଷ ଭେନ୍ୟୁରେ ଆୟୋଜିତ କରିବାକୁ ଆଇଟିଏଫ୍ ନିକଟରେ ଦାବି କରିଥିଲା।

ଫଳରେ ଏହି ମ୍ୟାଚ୍ ପାଇଁ କଜାଖସ୍ତାନର ରାଜଧାନୀ ନୁର୍-ସୁଲତାନକୁ ବଛା ଯାଇଥିଲା। ଏହାକୁ ପାକିସ୍ତାନ ଟେନିସ୍ ଫେଡେରେସନ୍ (ପିଟିଏଫ୍‌) ବିରୋଧ କରିଥିଲା। ଏପରିକି ପାକିସ୍ତାନର କିଛି ସିନିୟର୍ ଖେଳାଳି ବିରୋଧ କାରଣରୁ ମ୍ୟାଚରୁ ଓହରିଯାଇଥିଲେ।

Related story