ରଣଜୀ ଟ୍ରଫି: ସୁଜିତଙ୍କ ଅର୍ଦ୍ଧଶତକରେ ଓଡ଼ିଶା ଆଗୁଆ

ରାୟପୁର: ରାୟପୁରରେ ଚାଲିଥିବା ଓଡ଼ିଶା ଓ ଛତିଶଗଡ଼ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ମ୍ୟାଚର ଦ୍ୱିତୀୟ ଦିବସରେ ୱିକେଟକିପର ସୁଜିତ୍ ଲେଙ୍କା (୫୬)ଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଓଡ଼ିଶା ପ୍ରଥମ ଇନିଂସରେ ୨୧୫ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଓଡ଼ିଶା ୮୧ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ଲାଭ କରିଛି। ପ୍ରଥମ ଇନିଂସରେ ୧୩୪ ରନ୍ କରିଥିବା ଛତିଶଗଡ଼ ଦିବସର ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୪୫ […]

sujit-lenka

sujit-lenka

Ranjit Kumar Jena
  • Published: Tuesday, 10 December 2019
  • Updated: 10 December 2019, 05:54 PM IST

Sports

Latest News

ରାୟପୁର: ରାୟପୁରରେ ଚାଲିଥିବା ଓଡ଼ିଶା ଓ ଛତିଶଗଡ଼ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ମ୍ୟାଚର ଦ୍ୱିତୀୟ ଦିବସରେ ୱିକେଟକିପର ସୁଜିତ୍ ଲେଙ୍କା (୫୬)ଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଓଡ଼ିଶା ପ୍ରଥମ ଇନିଂସରେ ୨୧୫ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଓଡ଼ିଶା ୮୧ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ଲାଭ କରିଛି। ପ୍ରଥମ ଇନିଂସରେ ୧୩୪ ରନ୍ କରିଥିବା ଛତିଶଗଡ଼ ଦିବସର ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୪୫ ରନ୍ କରିଛି। ଓଡ଼ିଶା ପକ୍ଷରୁ ଅଭିଜ୍ଞ ବସନ୍ତ ମହାନ୍ତି ଏକମାତ୍ର ୱିକେଟ୍ ନେଇଛନ୍ତି। ସେ ଛତିଶଗଡ଼ ଓପନିଂ ବ୍ୟାଟ୍ସମ୍ୟାନ୍ ଅବନିଶ୍ ଧାଲିୱାଲ (୫)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ତେବେ ଜୀବନଜୋତ୍ ସିଂହ (୧୨) ଓ ଆଶୁତୋଷ ସିଂହ (୨୬) ଅପରାଜିତ ରହିଛନ୍ତି।

ମଙ୍ଗଳବାର ଓଡ଼ିଶା ତା'ର ପୂର୍ବଦିନର ସ୍କୋର ୪୮/୩ରୁ ଖେଳ ଆରମ୍ଭ କରିଥିଲା। ପ୍ରଥମ ଦିନରେ ବିନା ରନରେ ଅପରାଜିତ ଥିବା ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ମାତ୍ର ୨ ରନ୍ କରି ପୁନୀତ ଦାତେଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଭିଷେକ ରାଉତ (୧୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ ଓ ସୁଜିତ୍ ଷଷ୍ଠ ୱିକେଟ୍ ପାଇଁ ୪୩ ରନର ଭାଗୀଦାରୀ କରିଥିଲେ।

ଟିମର ସ୍କୋର ୧୩୧ ଥିବା ବେଳେ ବିପ୍ଳବ (୩୦)ଙ୍କୁ ଶଶାଙ୍କ ସିଂହ ଆଉଟ୍ କରି ଛତିଶଗଡ଼କୁ ବଡ଼ ସଫଳତା ଦେଇଥିଲେ। ସୁଜିତ୍ ଓ ସୂର୍ଯ୍ୟକାନ୍ତଙ୍କ ମଧ୍ୟରେ ୪୨ ରନର ମହତ୍ତ୍ୱପୂର୍ଣ୍ଣୀ ଭାଗୀଦାରୀ ଦ୍ୱାରା ଓଡ଼ିଶା ଅଗ୍ରଣୀ ହାସଲ କରିପାରିଥିଲା ସୂର୍ଯ୍ୟକାନ୍ତ ନିଜ ସାମର୍ଥ୍ୟ ଅନୁଯାୟୀ ଆକ୍ରମଣାତ୍ମକ ବ୍ୟାଟିଂ କରି ଛତିଶଗଡ଼ ବୋଲରଙ୍କ ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲେ। ସେ ମାତ୍ର ୨୩ ବଲରେ ୫ ଚୌକା ଓ ୧ ଛକା ସହ ୩୩ ରନ୍ କରି ଆଉଟ୍ ହୋଇଥିଲେ। ଚମତ୍କାର ବୋଲିଂ କରିଥିବା ରାଜେଶ ମହାନ୍ତି ମଧ୍ୟ ବ୍ୟାଟିଂରେ କିଛିଟା ଯୋଗଦାନ କରିଥିଲେ। ସେ ବ୍ୟକ୍ତିଗତ ୧୭ ରନ୍ କରି ରନଆଉଟ୍ ହୋଇଥିଲେ।

ସୁଜିତ୍ ଅର୍ଦ୍ଧଶତକ ମାରି ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ପ୍ୟାଭିଲିୟନ୍ ଫେରିଥିଲେ। ସୁଜିତ୍ ୧୧୭ ବଲରେ ୧୦ ଚୌକା ସହ ୫୬ ରନର ଇନିଂସ୍ ଖେଳିଥିଲେ। ଓପନିଂ ବ୍ୟାଟ୍ସମ୍ୟାନ୍ ସନ୍ଦୀପ ପଟ୍ଟନାୟକ ଆହତ କାରଣରୁ ପ୍ରଥମ ଦିବସରେ ରିଟାୟର୍ଡ ହୋଇଥିଲେ। ତାଙ୍କ ପାପୁଲି ହାଡ଼ ଭାଙ୍ଗିଯାଇଥିବାରୁ ଆଜି ଆଉ ବ୍ୟାଟିଂ କରିବାକୁ ଆସିନଥିଲେ। ଏପରିକି ଆହତ ଯୋଗୁ ସେ ଏହି ମ୍ୟାଚରୁ ବାହାର ହୋଇଯାଇଛନ୍ତି। ଛତିଶଗଡ଼ ପକ୍ଷରୁ ପୁନୀତ ୫୮ ରନ୍ ଦେଇ ୪ଟି ଓ ଶଶାଙ୍କ ସିଂହ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story