କୁସ୍ତି ଯୋଦ୍ଧା ନରସିଂହଙ୍କ ଜୀବନ ପ୍ରତି ବିପଦ ରହିଛି: ସିଆଇଡି

ନୂଆଦିଲ୍ଲୀ: ଅଲିମ୍ପିକରେ ପ୍ରତିନିଧିତ୍ୱକୁ ନେଇ କୁସ୍ତି ଯୋଦ୍ଧା ସୁଶୀଲ କୁମାର ଓ ନରସିଂହ ଯାଦବଙ୍କ ଧ୍ୟରେ ଚାଲିଥିବା ବିବାଦ ଏବେ ତୀବ୍ର ରୂପ ନେଲାଣି। ଆଜି ହରିୟାଣା ପୋଲିସ୍‌ର ଅପରାଧିକ ତଦନ୍ତକାରୀ ବିଭାଗ(ସିଆଇଡି) କହିଛି ଯେ ସୋନ୍‌ପତର ସାଇ ଟ୍ରେନିଂ କ୍ୟାମ୍ପରେ ନରସିଂହଙ୍କ ଜୀବନ ପ୍ରତି ବିପଦ ରହିଛି। ଚଳିତ ସସ୍ତାହରେ ସିଆଇଡି କର୍ମକର୍ତ୍ତା ମାନେ ଏହି କେନ୍ଦ୍ରକୁ ଦିନକୁ ଦୁଇ ଥର ଲେଖାଏଁ ପରିଦର୍ଶନରେ ଆସିଛନ୍ତି। ଆଗାମୀ ଦିନମାନଙ୍କରରେ ଏହାକୁ ବଢାଯାଇପାରେ। ସିଆଇଡିର ସୂଚନା ମୁତାବକ […]

yadav

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 12:13 PM IST

ନୂଆଦିଲ୍ଲୀ: ଅଲିମ୍ପିକରେ ପ୍ରତିନିଧିତ୍ୱକୁ ନେଇ କୁସ୍ତି ଯୋଦ୍ଧା ସୁଶୀଲ କୁମାର ଓ ନରସିଂହ ଯାଦବଙ୍କ ଧ୍ୟରେ ଚାଲିଥିବା ବିବାଦ ଏବେ ତୀବ୍ର ରୂପ ନେଲାଣି। ଆଜି ହରିୟାଣା ପୋଲିସ୍‌ର ଅପରାଧିକ ତଦନ୍ତକାରୀ ବିଭାଗ(ସିଆଇଡି) କହିଛି ଯେ ସୋନ୍‌ପତର ସାଇ ଟ୍ରେନିଂ କ୍ୟାମ୍ପରେ ନରସିଂହଙ୍କ ଜୀବନ ପ୍ରତି ବିପଦ ରହିଛି।

ଚଳିତ ସସ୍ତାହରେ ସିଆଇଡି କର୍ମକର୍ତ୍ତା ମାନେ ଏହି କେନ୍ଦ୍ରକୁ ଦିନକୁ ଦୁଇ ଥର ଲେଖାଏଁ ପରିଦର୍ଶନରେ ଆସିଛନ୍ତି। ଆଗାମୀ ଦିନମାନଙ୍କରରେ ଏହାକୁ ବଢାଯାଇପାରେ। ସିଆଇଡିର ସୂଚନା ମୁତାବକ ନରସିଂହଙ୍କ ଉପରେ ବାହାରୁ ଆକ୍ରମଣର ଆଶଙ୍କା ରହିଛି। ତେଣୁ ଏଠାରେ ପୋଲିସ ପ୍ରହରା ଯୋଗାଇ ଦେବାକୁ ଦାବି କରାଯାଇଛି।

ଅନ୍ୟପକ୍ଷରେ ଗତକାଲିଠାରୁ ଟ୍ରେନିଂକ୍ୟାମ୍ପରେ ନରସିଂହ ଯୋଗ ଦେଇ ନ ଥିବାରୁ ତାଙ୍କ ଉପରେ ଆକ୍ରମଣ ଆଶଙ୍କା ବଢିଯାଇଛି। ଏନେଇ ସାଇ ପ୍ରଶାସକ ରାଧିକା ଶ୍ରୀମାନ୍‌ ସାଇ ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି। ନିର୍ଦ୍ଦେଶକଙ୍କର ଠାରୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ମିଳିଲେ ବିହିତ ପଦକ୍ଷେପ ନିଆଯିବ ବୋଲି ସାଇ ପକ୍ଷରୁ କୁହାଯାଇଛି।

ରିଓ ଅଲିମ୍ପିକ୍‌ ପାଇଁ ଆଉ ଦୁଇ ମାତ୍ର ମାସ ଥିବା ବେଳେ ୭୪ କେଜି ବର୍ଗ କୁସ୍ତିରେ ଭାରତ ପକ୍ଷରୁ ସୁଶୀଲ କୁମାର ଓ ନରସିଂହ ଯାଦବଙ୍କ ମଧ୍ୟରୁ କିଏ ପ୍ରତିନିଧିତ୍ୱ କରିବ ସେ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି। ଏନେଇ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ସୁଶୀଲ କୁମାର। କିନ୍ତୁ ତାଙ୍କୁ ଏଥରୁ କିଛି ସୁଫଳ ମିଳିନାହିଁ।

ଗତ ସେପ୍ଟେମ୍ବର ମାସରେ ଲାସ୍‌ ଭେଗାସ୍‌ରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ପୁରୁଷ ବର୍ଗର ୭୪ କେଜି ଫ୍ରି ଷ୍ଟାଇଲ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ୨୦୧୬ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ନରସିଂହ ଯାଦବ। ତେଣୁ ସେ ଅଲିମ୍ପିକ୍‌ରେ ଭାରତ ପକ୍ଷରୁ ପତିନିଧିତ୍ୱ କରିପାରନ୍ତି। ଅନ୍ୟପକ୍ଷରେ ୬୬କେଜି ବର୍ଗରୁ ଦୁଇଥର ଅଲିମ୍ପିକ୍‌ ମେଆଡାଲ ଜିତିଥିବା ସୁଶୀଲ ୭୪କେଜି ବର୍ଗକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେଣୁ ସେ ମଧ୍ୟ ଅଲିମ୍ପିକ୍‌ରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବାକୁ ଚାହୁଁଛନ୍ତି।

Related story