୭୫୦୪ ଦିନ ପରେ ଅଲଗା ହେଲେ ମେସି ଓ ବାର୍ସିଲୋନା!

ବାର୍ସିଲୋନା: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ଲିଓନେଲ୍ ମେସି ଓ ବାର୍ସିଲୋନ କ୍ଲବ୍ ସହ ଚୁକ୍ତି ଶେଷ ହୋଇଛି। ମେସି ଆଉ ବାର୍ସିଲୋନା ପକ୍ଷରୁ ଖେଳିବେ କି ନାହିଁ, ତାକୁ ନେଇ ସସପେନ୍ସ ଜାରି ରହିଛି । ଜୁନ୍ ୩୦ ତାରିଖରେ ବାର୍ସିଲୋନା ସହ ମେସିଙ୍କ ଚୁକ୍ତି ଶେଷ ହୋଇଯାଇଛି ଏବଂ ଏବେ ସେ ଯେକୌଣସି କ୍ଲବ୍ ସହ ଯୋଗ ଦେବା ପାଇଁ ପୂରା ସ୍ୱାଧୀନ। ମେସି ଯଦି ଅନ୍ୟ କୌଣସି କ୍ଲବ୍ ସହ ଚୁକ୍ତି କରନ୍ତି, […]

lionel-messi

Ranjit Kumar Jena
  • Published: Thursday, 01 July 2021
  • , Updated: 01 July 2021, 10:43 PM IST

ବାର୍ସିଲୋନା: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ଲିଓନେଲ୍ ମେସି ଓ ବାର୍ସିଲୋନ କ୍ଲବ୍ ସହ ଚୁକ୍ତି ଶେଷ ହୋଇଛି। ମେସି ଆଉ ବାର୍ସିଲୋନା ପକ୍ଷରୁ ଖେଳିବେ କି ନାହିଁ, ତାକୁ ନେଇ ସସପେନ୍ସ ଜାରି ରହିଛି । ଜୁନ୍ ୩୦ ତାରିଖରେ ବାର୍ସିଲୋନା ସହ ମେସିଙ୍କ ଚୁକ୍ତି ଶେଷ ହୋଇଯାଇଛି ଏବଂ ଏବେ ସେ ଯେକୌଣସି କ୍ଲବ୍ ସହ ଯୋଗ ଦେବା ପାଇଁ ପୂରା ସ୍ୱାଧୀନ।

ମେସି ଯଦି ଅନ୍ୟ କୌଣସି କ୍ଲବ୍ ସହ ଚୁକ୍ତି କରନ୍ତି, ତାହେଲେ ଏହା କ୍ରୀଡ଼ା ଜଗତର ସବୁଠାରୁ ବଡ଼ ଡିଲ୍ ହୋଇପାରେ । ତେବେ ବାର୍ସିଲୋନା ଆଶାବାଦୀ ଯେ ୩୪ ବର୍ଷୀୟ ମେସି ଭବିଷ୍ୟତରେ ବ୍ଲକ୍ ସହ ଚୁକ୍ତି ବଜାୟ ରଖିବେ । ମେସି ଏବେବି କ୍ଲବକୁ ଫେରିପାରନ୍ତି, କିନ୍ତୁ ଡେଡଲାଇନ୍ ପୂର୍ବରୁ ଚୁକ୍ତି ଉପରେ ସ୍ୱାକ୍ଷର ନକରିବା ଅର୍ଥ ସେ ୭୫୦୪ ଦିନ କ୍ଲବ୍ ସହ ବିତାଇବା ପରେ ପ୍ରଥମଥର ଏହି କ୍ଲବରେ କାଗଜ ଅନୁସାରେ ସାମିଲ୍ ହେବେ ନାହିଁ ।

ମେସି ଗତ ବର୍ଷ ବାର୍ସିଲୋନା କ୍ଲବ୍ ଛାଡ଼ିବା ପାଇଁ ଇଚ୍ଛା ଜାହିର୍ କରିଥିଲେ ଏବଂ ସ୍ଥାନାନ୍ତରିତ ଅପିଲ୍ ମଧ୍ୟ ଦେଇଥିଲେ, କିନ୍ତୁ କ୍ଲବ୍ ତାଙ୍କୁ ଛାଡ଼ିବାକୁ ଚାହୁଁନଥିଲା । ସ୍ପାନିଶ ଖବର କାଗଜ ମାର୍କା ଅନୁସାରେ, ବାର୍ସିଲୋନା କ୍ଲବର ଅଧ୍ୟକ୍ଷ ଜୋଆନ୍ ଲାପୋର୍ତା ମେସିଙ୍କୁ ଫେରାଇ ଆଣିବାକୁ ବହୁତ ପ୍ରୟାସ କରିଛନ୍ତି । ହେଲେ ମେସି ଓ କ୍ଲବ୍ ମଧ୍ୟରେ ଏବେବି କିଛି ମାମଲା ସମାଧାନ ହେବା ବାକି ରହିଛି ।

ମେସିଙ୍କ ଯିବା ଦ୍ୱାରା କ୍ଲବକୁ ଝଟକା ଲାଗିବ, କାରଣ କ୍ଲବ୍ ପୂର୍ବରୁ ହିଁ ଆର୍ଥିକ ଚ୍ୟାଲେଞ୍ଜର ସାମ୍ନା କରୁଛି । ବର୍ତ୍ତମାନ ମେସି କୋପା ଆମେରିକା କପରେ ଆର୍ଜେଣ୍ଟିନାର ନେତୃତ୍ୱ ନେଉଛନ୍ତି ଏବଂ ଅନ୍ୟ କୌଣସି କ୍ଲବ୍ ସହ ଯୋଡ଼ି ହୋଇନାହାନ୍ତି । ମେସି ବାର୍ସିଲୋନା ସହ ୧୭ ବର୍ଷ ବିତାଇଛନ୍ତି । ଏହାରି ଭିତରେ ସେ କ୍ଲବକୁ ୩୪ ଟାଇଟଲ୍ ଜିତାଇଛନ୍ତି ।

Related story