ମେସି ଫିଫା ସର୍ବଶ୍ରେଷ୍ଠ ଖେଳାଳି

ମିଲାନ୍: ବାର୍ସିଲୋନର ଷ୍ଟାର୍ ଷ୍ଟ୍ରାଇକର୍ ଲିଓନେଲ୍ ମେସି ଫିଫାର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି। ସେହିପରି ମହିଳାରେ ଆମେରିକାର ଫରୱାର୍ଡ ମେଗାନ୍ ରାପିନୋ ଏହି ପୁରସ୍କାର ଜିତିଛନ୍ତି। ସୋମବାର ବିଳମ୍ବିତ ରାତିରେ ମିଲାନର ଟିଟ୍ରୋ ଆଲ୍ଲା ସ୍କାଲାରେ ଆୟୋଜିତ ଭବ୍ୟ ସମାରୋହରେ ଫିଫା ପୁରସ୍କାର ପ୍ରଦାନ କରାଯାଇଛି। ୩୨ ବର୍ଷୀୟ ମେସି ଷଷ୍ଠଥର ପାଇଁ ଏହି ସମ୍ମାନିତ ପୁରସ୍କାର କବଜା କରିବାରେ ସଫଳ ହୋଇଛନ୍ତି। ବାର୍ସିଲୋନାକୁ ଗତ ସିଜନରେ ଲା ଲିଗା ଚାମ୍ପିୟନ୍ କରାଇବା ଏବଂ […]

MESSI

MESSI

Ranjit Kumar Jena
  • Published: Tuesday, 24 September 2019
  • Updated: 24 September 2019, 04:53 PM IST

Sports

Latest News

ମିଲାନ୍: ବାର୍ସିଲୋନର ଷ୍ଟାର୍ ଷ୍ଟ୍ରାଇକର୍ ଲିଓନେଲ୍ ମେସି ଫିଫାର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି। ସେହିପରି ମହିଳାରେ ଆମେରିକାର ଫରୱାର୍ଡ ମେଗାନ୍ ରାପିନୋ ଏହି ପୁରସ୍କାର ଜିତିଛନ୍ତି। ସୋମବାର ବିଳମ୍ବିତ ରାତିରେ ମିଲାନର ଟିଟ୍ରୋ ଆଲ୍ଲା ସ୍କାଲାରେ ଆୟୋଜିତ ଭବ୍ୟ ସମାରୋହରେ ଫିଫା ପୁରସ୍କାର ପ୍ରଦାନ କରାଯାଇଛି।

୩୨ ବର୍ଷୀୟ ମେସି ଷଷ୍ଠଥର ପାଇଁ ଏହି ସମ୍ମାନିତ ପୁରସ୍କାର କବଜା କରିବାରେ ସଫଳ ହୋଇଛନ୍ତି। ବାର୍ସିଲୋନାକୁ ଗତ ସିଜନରେ ଲା ଲିଗା ଚାମ୍ପିୟନ୍ କରାଇବା ଏବଂ ଚାମ୍ପିୟନ୍ସ ଲିଗର ସେମିଫାଇନାଲରେ ପହଞ୍ଚାଇବାରେ ମେସି ପ୍ରମୁଖ ଭୂମିକା ବହନ କରିଥିଲେ। ଏହା ପୂର୍ବରୁ ଆର୍ଜେଣ୍ଟିନାର ମେସି ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ରେ ଏହି ପୁରସ୍କାର ଜିତିଥିଲେ।

ଏଥର ଜୁଭେଣ୍ଟସ୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଭରପୁଲର ଭର୍ଜିଲ ଭାନ୍ ଡିକ୍ ଏହି ପୁରସ୍କାରରୁ ବଞ୍ଚିତ ହୋଇଛନ୍ତି। ମେସିଙ୍କ ପ୍ରତିଦ୍ୱନ୍ଦ୍ୱୀ ରୋନାଲ୍ଡୋ ପାଞ୍ଚଥର (୨୦୦୮, ୨୦୧୩, ୨୦୧୪, ୨୦୧୬, ୨୦୧୭) ଏହି ପୁରସ୍କାର ଜିତିଛନ୍ତି।

ଜୁଲାଇରେ ଆମେରିକାକୁ ମହିଳା ବିଶ୍ୱକପ୍ ଟାଇଟଲ୍ ଜିତାଇଥିବା ରାପିନୋଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ସେ ଟୁର୍ଣ୍ଣାମେଣ୍ଟରେ ମୋଟ ୬ ଗୋଲ୍ କରିଥିଲେ ଏବଂ ଟପ୍ ସ୍କୋରର ଭାବେ ଗୋଲ୍ଡେନ୍ ବୁଟ୍ ଏବଂ ଶ୍ରେଷ୍ଠ ଖେଳାଳି ଭାବେ ଗୋଲ୍ଡେନ୍ ବଲ୍ ହାସଲ କରିଥିଲେ। ଇଂଲିଶ କ୍ଲବ୍ ଲିଭରପୁଲର ଜର୍ଗେନ୍ କ୍ଲପଙ୍କୁ ସର୍ବଶ୍ରେଷ୍ଠ ପୁରୁଷ କୋଚ୍ ଏବଂ ଆମେରିକା ଜାତୀୟ ଟିମ୍ କୋଚ୍ ଜିଲ୍ ଏଲିସଙ୍କୁ ଶ୍ରେଷ୍ଠ ମହିଳା କୋଚ୍ ଭାବେ ପୁରସ୍କୃତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos