୧୯୯୮ରେ ବଜ୍ରାଘାତ ଯୋଗୁ ୧୧ ଖେଳାଳିଙ୍କ ମୃତ୍ୟୁ ଘଟିଥିଲା, ଜାଣନ୍ତୁ ଫୁଟବଲ ସମ୍ପର୍କିତ ରୋଚକ ତଥ୍ୟ

LITTLE KNOWN FACTS ABOUT FOOTBALL THAT YOU SHOULD KNOW

hqdefault

Tapas Behera
  • Published: Saturday, 29 September 2018
  • , Updated: 29 September 2018, 05:54 PM IST

ନୂଆଦିଲ୍ଲୀ: ଭାରତର ସବୁଠୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ। କିନ୍ତୁ ପୂରା ଦୁନିଆର ପ୍ରଥମ ପସନ୍ଦ ହେଉଛି ଫୁଟ୍‌ବଲ । ଧାଁ ଦଉଡ଼ ଭିତରେ ଟକ୍କର ଓ ଆକ୍ସନ୍‌ଭରା ଏହି ଖେଳି ଭାରି ରୋମାଞ୍ଚକର। ସମଗ୍ର ବିଶ୍ୱରେ ଫୁଟବଲ ଫ୍ୟାନ୍‌ଙ୍କ ସଂଖ୍ୟା ଅଧିକ ରହିଛି। ତେବେ ଆସନ୍ତୁ ଆଜି ଆମେ ଏହି ଖେଳ ବିଷୟରେ କିଛି ରୋଚକ କଥା କହିବୁ ଯାହା ଆପଣ ହୁଏତ ଜାଣି ନଥିବେ।

୧- ସମଗ୍ର ବିଶ୍ୱର ୫୦ ପ୍ରତିଶତ ଟେଲିଭିଜନ ଦର୍ଶକ ଫିଫା ଫୁଟ୍‌ବଲ ବିଶ୍ୱ କପ୍ ଦେଖନ୍ତି।

୨- ୪୭୬ ଖ୍ରୀଷ୍ଟାବ୍ଦରେ ପ୍ରଥମ ଥର ପାଇଁ ଚୀନରେ ଫୁଟ୍‌ବଲ ଖେଳ ଆରମ୍ଭ ହୋଇଥିଲା।

୩- ଦୁନିଆର ୮୦ ପ୍ରତିଶତ ଫୁଟ୍‌ବଲ ପାକିସ୍ତାନରେ ତିଆରି ହୋଇଥାଏ।

୪- ପ୍ରତି ମ୍ୟାଚ୍‌ରେ ଜଣେ ଫୁଟ୍‌ବଲ ଖେଳାଳି ଘଣ୍ଟା ପ୍ରତି ପ୍ରାୟ ୯.୫ କିମି ପର୍ଯ୍ୟନ୍ତ ଦୌଡ଼ିଥାଏ।

୫- ୧୯୯୮ରେ ଆଫିକ୍ରାର କଙ୍ଗୋର ଏକ ଷ୍ଟାଡିୟମରେ ମ୍ୟାଚ୍‌ ଚାଲୁଥିବା ବେଳେ ବଜ୍ରାଘାତ ଯୋଗୁ ପଡ଼ିଆରେ ୧୧ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିଲା। ଯାହା ଫୁଟ୍‌ବଲ ଇତିହାସରେ ପ୍ରଥମ ଓ ବିରଳ ଘଟଣା ଥିଲା।

୬-କେତେକ ଦେଶରେ ଫିଫା ବିଶ୍ୱକପ ଚାଲିଥିବା ସମୟରେ ଅଂଶଗ୍ରହଣକାରୀ ଦଳର ଖେଳାଳିଙ୍କୁ ନିଜ ପତ୍ନୀଙ୍କ ସହ ସମ୍ପର୍କ ରଖିବାକୁ ବାରଣ କରାଯାଇଥାଏ। କାରଣ କୌଣସି କୋଚ୍‌ ଚାହାନ୍ତିନି ସେମାନଙ୍କ ଖେଳାଳିଙ୍କର ଶକ୍ତି କମିଯାଉ।

୭-ଆଜି ପର୍ଯ୍ୟନ୍ତ ହୋଇବା ଫିଫା ୱାର୍ଲଡ କପ୍‌ରେ ବ୍ରାଜିଲ ଏବଂ ଇଟାଲି ସର୍ବାଧିକ ତଥା ୯ରୁ ଅଧିକ ଥର ଚାମ୍ପିଅନ୍‌ ହୋଇଛନ୍ତି।

୮-କେବଳ ଆମେରିକା ଏବଂ କ୍ୟାନାଡାରେ ଫୁଟ୍‌ବଲକୁ ସକର୍ (soccer) ବୋଲି କହିଥାନ୍ତି

୯- ଫ୍ରାନ୍ସର ଷ୍ଟେପ୍‌ହାନ୍ଟାନିସ ୧୯୪୨ ଡିସେମ୍ବର ମାସରେ ସର୍ବାଧିକ ଗୋଲ ସ୍କୋରର ଥିଲେ।

୧୦-ଫୁଟବଲ ପଡ଼ିଆର ସମ୍ପୂର୍ଣ୍ଣ ପରିସୀମା ହେଉଛି ୧୦୦ ୟାର୍ଡ

୧୧- ବିଶ୍ୱର ପ୍ରଥମ ମହାକାଶଚାରୀ ନିଲ ଆର୍ମଷ୍ଟଙ୍ଗ ଏକ ଫୁଟ୍‌ବଲକୁ ଚନ୍ଦ୍ରକୁ ନେବାକୁ ଚାହୁଁଥିଲେ, ହେଲେ ନାସା ବାରଣ କରିଥିଲା।

୧୨-୧୯୯୮ରେ ମ୍ୟାଚ ଆରମ୍ଭ ହେବା ପରେ ସବୁଠୁ ଦ୍ରୁତତମ ଗୋଲ୍ ମାତ୍ର ୨.୮ ସେକେଣ୍ଡରେ ଉରୁଗୁଏର ରିକାର୍ଦୋ ଅଲିଭେରା ଦେଇଥିଲେ।

Related story