ଲିଚ୍ ଓ ରୟଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ସଙ୍କଟରେ ଇଂଲଣ୍ଡ

ଲଣ୍ଡନ: ଇଂଲଣ୍ଡ ଓ ଆୟର୍ଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ମ୍ୟାଚର ପ୍ରଥମ ଦିବସରେ ୨୦ ୱିକେଟ୍ ପତନ ହୋଇଥିବା ଦ୍ୱିତୀୟ ଦିବସରେ ପିଚ୍ ସାମାନ୍ୟ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଛି। ପ୍ରଥମ ଇନିଂସରେ ମାତ୍ର ୮୫ ରନରେ ଅଲଆଉଟ୍ ହୋଇଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ତା’ର ବ୍ୟାଟିଂରେ ସୁଧାର ଆଣିଛି। ରିପୋର୍ଟ ଲେଖା ହେଲା ବେଳକୁ ଇଂଲଣ୍ଡ ୭ ୱିକେଟ୍ ବିନିମୟରେ ୨୪୩ ରନ୍ କରିଛି। କ୍ରିସ୍ ଓକ୍ସ ୮ ଓ ସାମ୍ କୁରାନ୍ […]

eng

eng

Ranjit Kumar Jena
  • Published: Thursday, 25 July 2019
  • Updated: 25 July 2019, 09:49 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡ ଓ ଆୟର୍ଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ମ୍ୟାଚର ପ୍ରଥମ ଦିବସରେ ୨୦ ୱିକେଟ୍ ପତନ ହୋଇଥିବା ଦ୍ୱିତୀୟ ଦିବସରେ ପିଚ୍ ସାମାନ୍ୟ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଛି। ପ୍ରଥମ ଇନିଂସରେ ମାତ୍ର ୮୫ ରନରେ ଅଲଆଉଟ୍ ହୋଇଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ତା'ର ବ୍ୟାଟିଂରେ ସୁଧାର ଆଣିଛି। ରିପୋର୍ଟ ଲେଖା ହେଲା ବେଳକୁ ଇଂଲଣ୍ଡ ୭ ୱିକେଟ୍ ବିନିମୟରେ ୨୪୩ ରନ୍ କରିଛି। କ୍ରିସ୍ ଓକ୍ସ ୮ ଓ ସାମ୍ କୁରାନ୍ ୪ ରନରେ ବ୍ୟାଟିଂ କରୁଥିଲେ।

ପ୍ରଥମ ଇନିଂସରେ ୧୨୨ ରନରେ ପଛୁଆ ଥିବା ଇଂଲଣ୍ଡ ଆଜିର ଖେଳ ୦/୦ରୁ ଆରମ୍ଭ କରିଥିଲା। ରୋରି ବର୍ନସଙ୍କ ସହ ନାଇଟ୍ ୱାଚମ୍ୟାଚ୍ ଜ୍ୟାକ୍ ଲିଚ୍ ଇନିଂସ୍ ଓପନ୍ କରିଥିଲେ। ବର୍ନସ୍ ମାତ୍ର ୬ ରନ୍ କରି ବୟଡ ରାନକିନଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଲିଚ୍ ଓ ନିଜର ଡେବ୍ୟୁ ଟେଷ୍ଟ ଖେଳୁଥିବା ଜେସନ୍ ରୟ ଦମଦାର ବ୍ୟାଟିଂ କରିଥିଲେ।

ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୪୫ ରନର ଶତକୀୟ ଭାଗୀଦାରୀ କରି ଇଂଲଣ୍ଡକୁ ଇନିଂସ୍ ଅଗ୍ରଣୀ କରାଇଥିଲେ। ରୟ ଆକ୍ରମଣାତ୍ମକ ବ୍ୟାଟିଂ କରି ୭୮ ବଲରେ ୧୦ ଚୌକା ଓ ୧ ଛକା ସହ ୭୨ ରନ୍ କରି ଷ୍ଟୁଆର୍ଟ ଥମ୍ପସନଙ୍କ ବଲରେ ଆଉଟ୍ ହୋଇଥିଲେ। ଓପ୍ନର ଲିଚ୍ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ଟିମ୍ ମର୍ଟାଗ୍ ପ୍ୟାଭିଲିୟନ୍ ପଠାଇଥିଲେ। ଲିଚ୍ ୯୨ (୧୬୨ ବଲ୍, ୧୬ ଚୌକା) ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ।

ଏହା ପରେ ଇଂଲଣ୍ଡ ଲଗାତାର ତିନୋଟି ୱିକେଟ୍ ହରାଇ ପୁଣିଥରେ ବ୍ୟାକଫୁଟକୁ ଚାଲିଆସିଛି। ଜୋ ଡେନଲୀ ୧୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ଜନ୍ନି ବେୟାରଷ୍ଟୋ ପୁଣିଥରେ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ମୋଇନ୍ ଅଲୀ (୯) ମଧ୍ୟ ନିରାଶ କରିଥିଲେ। ଏହି ସମୟରେ ଟିମ୍ ପାଇଁ କ୍ୟାପଟେନ୍ ଜୋ ରୁଟ୍ (୩୨) ଏକମାତ୍ର ସାହା ଭରସା ଥିଲେ। ତାଙ୍କୁ ସେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସୂଚନାଯୋଗ୍ୟ, ବୁଧବାର ଇଂଲଣ୍ଡ ପ୍ରଥମ ଇନିଂସରେ ୮୫ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଆୟର୍ଲ୍ୟାଣ୍ଡ୍ ସମସ୍ତ ୱିକେଟ୍ ହରାଇ ୨୦୭ ରନ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story