ସ୍ମିଥ୍‌, ୱାର୍ନର୍‌ଙ୍କ ପରେ ଆଉଜଣେ ଅଷ୍ଟ୍ରେଲିଆ ଖେଳାଳି ଆଇପିଏଲ୍‌ରୁ ବାହାର: ୯.୪ କୋଟିରେ କିଣିଥିଲା କୋଲକାତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମିଥ୍‌ ଏବଂ ୱାର୍ନର୍‌ଙ୍କ ପରେ ଆଉ ଜଣେ ଅଷ୍ଟ୍ରେଲିଆ ଖେଳାଳି ଆଇପିଏଲ୍‌-୨୦୧୮ରୁ ବିଦାୟ ନେଇଛନ୍ତି। ଆହାତ କାରଣରୁ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର୍‌ ମିଚେଲ୍‌ ଷ୍ଟାର୍କ ଆଇପିଏଲରୁ ବାହାର ହୋଇଯାଇଛନ୍ତି। ଆହତ କାରଣରୁ ଷ୍ଟାର୍କ ଏବେ ଅଷ୍ଟ୍ରେଲିଆ ଟିମ୍‌ରୁ ମଧ୍ୟ ବାହାର ହୋଇଛନ୍ତି। ଷ୍ଟାର୍କ ୨୦୧୮ ସିଜିନରେ ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ଟମରେ ସ୍ଥାନ ପାଇଥିଲେ। କେକେଆର୍‌ ତାଙ୍କୁ ୯.୪ କୋଟି ଟଙ୍କାରେ ନିଲାମୀରେ କିଣିଥିଲା। ହେଲେ ଷ୍ଟାର୍କ ଆଇପିଏଲ୍‌ରୁ ବାହାର ହେବା କାରଣରୁ […]

Shah-Rukh-Khan-on-BBC copy

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 01:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମିଥ୍‌ ଏବଂ ୱାର୍ନର୍‌ଙ୍କ ପରେ ଆଉ ଜଣେ ଅଷ୍ଟ୍ରେଲିଆ ଖେଳାଳି ଆଇପିଏଲ୍‌-୨୦୧୮ରୁ ବିଦାୟ ନେଇଛନ୍ତି। ଆହାତ କାରଣରୁ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର୍‌ ମିଚେଲ୍‌ ଷ୍ଟାର୍କ ଆଇପିଏଲରୁ ବାହାର ହୋଇଯାଇଛନ୍ତି। ଆହତ କାରଣରୁ ଷ୍ଟାର୍କ ଏବେ ଅଷ୍ଟ୍ରେଲିଆ ଟିମ୍‌ରୁ ମଧ୍ୟ ବାହାର ହୋଇଛନ୍ତି। ଷ୍ଟାର୍କ ୨୦୧୮ ସିଜିନରେ ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ଟମରେ ସ୍ଥାନ ପାଇଥିଲେ। କେକେଆର୍‌ ତାଙ୍କୁ ୯.୪ କୋଟି ଟଙ୍କାରେ ନିଲାମୀରେ କିଣିଥିଲା। ହେଲେ ଷ୍ଟାର୍କ ଆଇପିଏଲ୍‌ରୁ ବାହାର ହେବା କାରଣରୁ କୋଲକାତାକୁ ଅଧିକ କ୍ଷତି ପହଞ୍ଚାଇଛି। ତୃତୀୟ ଖେଳାଳି ଭାବେ ଷ୍ଟାର୍କ ୨୦୧୮ ଆଇପିଏଲ୍‌ରୁ ବାହାର ହୋଇଛନ୍ତି। ୭ ଏପ୍ରିଲ ଠାରୁ ଆଇପିଏଲ ଆରମ୍ଭ ହେଉଛି। ଉଦ୍‌ଘାଟନୀ ମ୍ୟାଚ୍‌ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯିବ।

Related story