ଜାଣିଛନ୍ତି, ବିଶ୍ୱକପ୍‌ରେ କେଉଁ ରାଜ୍ୟର କ୍ରିକେଟରଙ୍କୁ ମିଳିଛି ସର୍ବାଧିକ ସୁଯୋଗ

ନୂଆଦିଲ୍ଲୀ: ଏବେ ଇଂଲଣ୍ଡରେ ଚାଲିଛି କ୍ରିକେଟ୍ ବିଶ୍ୱକପ୍। ଏହା ହେଉଛି ଦ୍ୱାଦଶତମ ଆଇସିସି ବିଶ୍ୱକପ୍। ଏପର୍ଯ୍ୟନ୍ତ ହୋଇଥିବା କ୍ରିକେଟ୍ ବିଶ୍ୱକପ୍‌ରେ ଭାରତୀୟ ଟିମ୍ ପକ୍ଷରୁ ୯୩ ଜଣ ଖେଳାଳି ଏଗୁଡ଼ିକରେ ଖେଳିବାର ସୁଯୋଗ ପାଇଛନ୍ତି। ତେବେ ଜାଣିଛନ୍ତି, କେଉଁ ରାଜ୍ୟର ସବୁଠୁ ଅଧିକ ଖେଳାଳି କ୍ରିକେଟ୍ ବିଶ୍ୱକପ୍ ଖେଳିବାର ସୁଯୋଗ ପାଇଛନ୍ତି? ଆପଣଙ୍କ ଉତ୍ତର ଯଦି ମହାରାଷ୍ଟ୍ର, ତା’ହେଲେ ତାହା ସଂପୂର୍ଣ୍ଣ ଠିକ୍। ଭାରତୀୟ କ୍ରିକେଟ୍‌ରେ ସବୁବେଳେ ମହାରାଷ୍ଟ୍ରର ଦବ୍‌ଦବା ରହି ଆସିଛି। ଏହି ରାଜ୍ୟ ସୁନୀଲ […]

indian cricket

indian cricket

Jitendra Garnayak
  • Published: Tuesday, 04 June 2019
  • Updated: 04 June 2019, 11:32 AM IST

Sports

Latest News

ନୂଆଦିଲ୍ଲୀ: ଏବେ ଇଂଲଣ୍ଡରେ ଚାଲିଛି କ୍ରିକେଟ୍ ବିଶ୍ୱକପ୍। ଏହା ହେଉଛି ଦ୍ୱାଦଶତମ ଆଇସିସି ବିଶ୍ୱକପ୍। ଏପର୍ଯ୍ୟନ୍ତ ହୋଇଥିବା କ୍ରିକେଟ୍ ବିଶ୍ୱକପ୍‌ରେ ଭାରତୀୟ ଟିମ୍ ପକ୍ଷରୁ ୯୩ ଜଣ ଖେଳାଳି ଏଗୁଡ଼ିକରେ ଖେଳିବାର ସୁଯୋଗ ପାଇଛନ୍ତି। ତେବେ ଜାଣିଛନ୍ତି, କେଉଁ ରାଜ୍ୟର ସବୁଠୁ ଅଧିକ ଖେଳାଳି କ୍ରିକେଟ୍ ବିଶ୍ୱକପ୍ ଖେଳିବାର ସୁଯୋଗ ପାଇଛନ୍ତି? ଆପଣଙ୍କ ଉତ୍ତର ଯଦି ମହାରାଷ୍ଟ୍ର, ତା’ହେଲେ ତାହା ସଂପୂର୍ଣ୍ଣ ଠିକ୍।

ଭାରତୀୟ କ୍ରିକେଟ୍‌ରେ ସବୁବେଳେ ମହାରାଷ୍ଟ୍ରର ଦବ୍‌ଦବା ରହି ଆସିଛି। ଏହି ରାଜ୍ୟ ସୁନୀଲ ଗାଭାସ୍କର ଓ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଭଳି ଖେଳାଳି ଦେଇଛି। ଏମିତି ଏକ ଦିନ ଥିଲା ଯେତେବେଳେ ଭାରତୀୟ ଟିମ୍‌ର ପ୍ଲେଇଂ ଇଲେଭେନ୍‌ରେ ମୁମ୍ବାଇ ସମେତ ମହାରାଷ୍ଟ୍ରର ୬ ଜଣ ଖେଳାଳି ରହୁଥିଲେ।

ସେହିପରି ଏଯାବତ୍ ହୋଇଥିବା ବିଶ୍ୱକପ୍‌ଗୁଡ଼ିକରେ ମହାରାଷ୍ଟ୍ରରୁ ସର୍ବାଧିକ ୨୧.୭% ଖେଳାଳି ଭାରତୀୟ ଟିମ୍‌ରେ ସ୍ଥାନ ପାଇଛନ୍ତି। ଗୁଜରାଟରୁ ୧୩% ଖେଳାଳି ବିଶ୍ୱକପ୍ ଖେଳିବାର ସୁଯୋଗ ପାଇଥିବା ବେଳେ କର୍ଣ୍ଣାଟକାରୁ ୧୦.୯%, ପଞ୍ଜାବରୁ ୧୦.୯%, ତାମିଲନାଡୁରୁ ୯.୮%, ଉତ୍ତର ପ୍ରଦେଶରୁ ୮.୭% , ଦିଲ୍ଲୀରୁ ୬.୫% ଓ ଆନ୍ଧ୍ର ପ୍ରଦେଶରୁ ୪.୧୭% କ୍ରିକେଟର ବିଶ୍ୱକପ୍ ଖେଳିବାର ସୁଯୋଗ ପାଇଛନ୍ତି। ବାକି ସବୁ ରାଜ୍ୟଗୁଡ଼ିକରୁ ମିଶି ୧୪.୧% କ୍ରିକେଟର ବିଶ୍ୱକପ୍‌ରେ ସାମିଲ ହୋଇଛନ୍ତି। ତେବେ ୯୩ରୁ ୯୨ ଜଣ ଖେଳାଳିଙ୍କୁ ନେଇ ଏହି ହିସାବ କରାଯାଇଛି। କାରଣ ଏଥିରେ ରବିନ୍ ସିଂହଙ୍କୁ ସାମିଲ କରାଯାଇ ନାହିଁ। କାରଣ ସେ ତ୍ରିନିଦାଦ ଆଣ୍ଡ ଟୋବାଗୋରେ ଜନ୍ମ ହୋଇଥିଲେ।

indiateamଏହି ୯୩ ଜଣ କ୍ରିକେଟରଙ୍କ ମଧ୍ୟରୁ ୫ ଭାଗରୁ ଏକ ଭାଗ କ୍ରିକେଟର ଏମିତି ଅଛନ୍ତି, ଯେଉଁମାନଙ୍କର ମହାରାଷ୍ଟ୍ର ସହିତ ସଂପର୍କ ରହିଥିଲା ଓ ଯେଉଁମାନେ ୧୯୭୫ ବିଶ୍ୱକପ୍‌ରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

ଆଜି ପର୍ଯ୍ୟନ୍ତ ଯେତେ ବିଶ୍ୱକପ୍ ଖେଳା ଯାଇଛି ସବୁଥିରେ ମହାରାଷ୍ଟ୍ରର ଖେଳାଳି ସାମିଲ ହୋଇଛନ୍ତି। ଏମିତି ଗୋଟିଏ ବି ବିଶ୍ୱକପ୍ ନାହିଁ, ଯେଉଁଥିରେ ମହାରାଷ୍ଟ୍ରର କ୍ରିକେଟର ଖେଳି ନାହାନ୍ତି। ମହାରାଷ୍ଟ୍ର ପରେ ଗୁଜରାଟ, କର୍ଣ୍ଣାଟକା ଓ ପଞ୍ଜାବର ନମ୍ବର ଆସୁଛି। ସେହିପରି ପଶ୍ଚିମବଙ୍ଗ, କେରଳ ଓ ଓଡ଼ିଶାରୁ ସବୁଠୁ କମ୍ ପ୍ରତିନିଧିତ୍ୱ ରହିଛି। ପଶ୍ଚିମବଙ୍ଗରୁ ଏକମାତ୍ର ଖେଳାଳି ଭାବେ ସୌରଭ ଗାଙ୍ଗୁଲି ୧୯୯୯, ୨୦୦୩ ଓ ୨୦୦୭ ବିଶ୍ୱକପ୍‌ରେ ସାମିଲ ହୋଇଥିଲେ।

ଏମିତି ଏକ ସମୟ ଥିଲା ଯେତେବେଳେ ଭାରତୀୟ ଟିମ୍‌ରେ ମହାରାଷ୍ଟ୍ର ପରେ କର୍ଣ୍ଣାଟକା ଅଧିକ ଖେଳାଳି ରହୁଥିଲେ। ଗୁଣ୍ଡପ୍ପା ବିଶ୍ୱନାଥ, ଅନୀଲ କୁମ୍ବଲେ, ଜଭାଗଲ ଶ୍ରୀନାଥ ଓ ରାହୁଲ ଡ୍ରାଭିଡଙ୍କ ପରି ଖେଳାଳି ଦେଇଛି କର୍ଣ୍ଣାଟକା।

india2୨୦୦୩ ବିଶ୍ୱକପ୍ ପର୍ଯ୍ୟନ୍ତ ଭାରତୀୟ ଟିମ୍‌ରେ ମହାରାଷ୍ଟ୍ର ଓ କର୍ଣ୍ଣାଟକା ଖେଳାଳିଙ୍କ ଦବ୍‌ଦବା ରହିଥିଲା। ଏହା ପରେ ଦିଲ୍ଲୀ, ଗୁଜରାଟ ଓ ଉତ୍ତର ପ୍ରଦେଶ କ୍ରିକେଟର ସଂଖ୍ୟା ଟିମ୍‌ରେ ବଢ଼ିଥିଲା। ଭାରତ ୧୯୮୩ ଓ ୨୦୧୧ରେ ବିଶ୍ୱକପ୍ ବିଜେତା ହୋଇଥିଲା। ୨୦୧୧ ବିଶ୍ୱକପ୍ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳା ଯାଇଥିବା ବେଳେ ଏଥିରେ ଦିଲ୍ଲୀର ୪ ଜଣ ଖେଳାଳି ଥିଲେ। ସେହିପରି ମହାରାଷ୍ଟ, ଗୁଜରାଟ, ଉତ୍ତର ପ୍ରଦେଶ ଓ ପଞ୍ଜାବର ଦୁଇ ଜଣ ଲେଖାଏ ଖେଳାଳି ସାମିଲ ହୋଇଥିଲେ।

ଚଳିତ ବିଶ୍ୱକପ୍‌ରେ ୧୫ ଜଣିଆ ଭାରତୀୟ ଟିମ୍‌ରେ ଉତ୍ତର ପ୍ରଦେଶ ଓ ଗୁଜରାଟରେ ଜନ୍ମ ହୋଇଥିବା ଖେଳାଳିଙ୍କ ଦବ୍‌ଦବା ରହିଛି। ପେସ୍ ବୋଲର ଜଶପ୍ରୀତ୍ ବୁମ୍ରା ଗୁଜରାଟ (ଅହମଦାବାଦ)ର। ତାଙ୍କ ବ୍ୟତୀତ ଦୁଇ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ମଧ୍ୟ ଗୁଜରାଟର। ସେହିପରି ଭୁବନେଶ୍ୱର କୁମାର, ମହମ୍ମଦ ଶାମି ଓ ଚାଇନାମ୍ୟାନ୍ ଭାବେ ପରିଚିତ କୁଲଦୀପ ଯାଦବ ହେଉଛନ୍ତି ଉତ୍ତର ପ୍ରଦେଶର। ମହମ୍ମଦ ଶାମି ଘରୋଇ କ୍ରିକେଟ୍ରେ ବେଙ୍ଗଲ୍ ଟିମ୍‌ରୁ ପ୍ରତିନିଧିତ୍ୱ କରୁଥିଲେ ହେଁ, ସେ ଉତ୍ତର ପ୍ରଦେଶରେ ଜନ୍ମ ହୋଇଛନ୍ତି।

ତଥ୍ୟ ସୌଜନ୍ୟ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story