ଜାତୀୟ ରେକର୍ଡ ଭାଙ୍ଗିଲେ ମହାରାଷ୍ଟ୍ର ଭାରୋତ୍ତୋଳକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ମହାରାଷ୍ଟ୍ର ଭାରୋତ୍ତାଳକମାନେ କମାଲ୍‌ କରିଛନ୍ତି। ବୁଧବାର ଭାରୋତ୍ତୋଳନ ଇଭେଣ୍ଟରେ କୋହ୍ଲାପୁର ଶିବାଜୀ ୟୁନିଭର୍ସିଟିର ସଙ୍କେତ ମହାଦେବ ସର୍ଗ।ର ଓ କବୟିତ୍ରୀ ବାହିବାବାଇ ଚୌଧୁରୀ ନର୍ଥ ମହାରାଷ୍ଟ୍ର ୟୁନିଭର୍ସିଟିର ପ୍ରଶାନ୍ତ ସୁରେଶ କୋଲି କେଜି ବର୍ଗରେ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତି ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ସଙ୍କେତ କ୍ଲିନ୍‌ ଆଣ୍ଡ ଜର୍କରେ ୧୩୮ କେଜି ସହ ମୋଟ ୨୪୪ କେଜି ଭାର ଉଠାଇ […]

weight

Ranjit Kumar Jena
  • Published: Wednesday, 26 February 2020
  • , Updated: 26 February 2020, 10:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ମହାରାଷ୍ଟ୍ର ଭାରୋତ୍ତାଳକମାନେ କମାଲ୍‌ କରିଛନ୍ତି। ବୁଧବାର ଭାରୋତ୍ତୋଳନ ଇଭେଣ୍ଟରେ କୋହ୍ଲାପୁର ଶିବାଜୀ ୟୁନିଭର୍ସିଟିର ସଙ୍କେତ ମହାଦେବ ସର୍ଗ।ର ଓ କବୟିତ୍ରୀ ବାହିବାବାଇ ଚୌଧୁରୀ ନର୍ଥ ମହାରାଷ୍ଟ୍ର ୟୁନିଭର୍ସିଟିର ପ୍ରଶାନ୍ତ ସୁରେଶ କୋଲି କେଜି ବର୍ଗରେ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତି ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି।

ସଙ୍କେତ କ୍ଲିନ୍‌ ଆଣ୍ଡ ଜର୍କରେ ୧୩୮ କେଜି ସହ ମୋଟ ୨୪୪ କେଜି ଭାର ଉଠାଇ ନୂଆ ରେକର୍ଡ କରିଛନ୍ତି। ସେ କ୍ଲିନ୍‌ ଆଣ୍ଡ ଜର୍କରେ ମହାରାଷ୍ଟ୍ରର ଶୁଭମ ତୋଡକର (୧୩୪ କେଜି)ଙ୍କୁ ଏବଂ ଓଭରଅଲ୍‌ କେଜିରେ ମଣିପୁରର ରିଷିକାନ୍ତ ସିଂ (୨୩୯ କେଜି)ଙ୍କୁ ପଛରେ ପକାଇଛନ୍ତି।

ସେହିପରି ପ୍ରଶାନ୍ତ ସ୍ନାଚରେ ୧୧୦ କେଜି ଭାର ଉଠାଇ ନୂଆ ଜାତୀୟ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ପଣ୍ଡିଚେରୀର ଆର୍‌ ମାଧବନ୍‌ (୧୦୬ କେଜି)ଙ୍କ ନାଁରେ ଜାତୀୟ ରେକର୍ଡ ଥିଲା। ପ୍ରଶାନ୍ତ ମୋଟ ୨୪୩ କେଜି ଭାର ଉଠାଇ ରୌପ୍ୟ ପଦକ ହାସଲ ଅର୍ଜନ କରିଛନ୍ତି।

Related story