ଜ୍ୱାଲା-ଅଶ୍ୱିନୀଙ୍କ ରିଓ ଅଭିଯାନ ଶେଷ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ବ୍ୟାଡମିଣ୍ଟନ୍ ମହିଳା ଡବଲ୍ସ ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି। ଆଜି ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପ୍ପା ଯୋଡ଼ି ଥାଇଲାଣ୍ଡର ପି. ସୁପାଜିରାକୁଲ ଓ ଏସ୍. ତାଏରାତ୍ତାନାଚାଇଙ୍କ ଠାରୁ ୨୧-୧୭, ୨୧-୧୫ରେ ପରାସ୍ତ ହୋଇଛନ୍ତି। ପୂର୍ବ ପର୍ଯ୍ୟାୟରେ ଜ୍ୱାଲା ଓ ଅଶ୍ୱିନୀ ଯୋଡ଼ି ଜାପାନର ଏ. ତାକାହାସୀ ଓ ଏମ୍‌. ମାତସୁତୋମୋଙ୍କ ଠାରୁ ହାରି ଥିଲେ। ପୁରୁଷ ସ୍କିଟ୍‌ ଇଭେଣ୍ଟରେ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି ଭାରତର ମେରାଜ […]

aswini-ponnapa

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 10:00 PM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ବ୍ୟାଡମିଣ୍ଟନ୍ ମହିଳା ଡବଲ୍ସ ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି। ଆଜି ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପ୍ପା ଯୋଡ଼ି ଥାଇଲାଣ୍ଡର ପି. ସୁପାଜିରାକୁଲ ଓ ଏସ୍. ତାଏରାତ୍ତାନାଚାଇଙ୍କ ଠାରୁ ୨୧-୧୭, ୨୧-୧୫ରେ ପରାସ୍ତ ହୋଇଛନ୍ତି।

ପୂର୍ବ ପର୍ଯ୍ୟାୟରେ ଜ୍ୱାଲା ଓ ଅଶ୍ୱିନୀ ଯୋଡ଼ି ଜାପାନର ଏ. ତାକାହାସୀ ଓ ଏମ୍‌. ମାତସୁତୋମୋଙ୍କ ଠାରୁ ହାରି ଥିଲେ।

ପୁରୁଷ ସ୍କିଟ୍‌ ଇଭେଣ୍ଟରେ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି ଭାରତର ମେରାଜ ଅହମ୍ମଦ ଖାନ୍‌। ଏହି ପ୍ରତିଯୋଗିତାକୁ ୬ ଜଣ ଯିବାକୁ ଥିବା ବେଳେ ୯ମ ସ୍ଥାନରେ ରହି ବାଦ୍‌ ପଡିଛନ୍ତି ଅହମ୍ମଦ।

Related story