ମ୍ୟାଲେସିୟା ମାଷ୍ଟର୍ସ: ସାଇନା ଓ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

କୁଆଲା ଲୁମ୍ପୁର: ଭାରତର ଟପ୍ ମହିଳା ଶଟଲର୍ ସାଇନା ନେହ୍ୱାଲ ଓ ପିଭି ସିନ୍ଧୁ ଏଠାରେ ଚାଲିଥିବା ମ୍ୟାଲେସିୟା ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ବିଜୟୀ ହୋଇ ନୂଆ ବର୍ଷରେ ଦମଦାର ଶୁଭାରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ୱାର୍ଲ୍ଡ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣୀତ, ଭେଟେରାନ୍ ପାରୁପଲ୍ଲୀ କଶ୍ୟପ୍ ଏବଂ ଷ୍ଟାର୍ ଶଟଲର୍ କିଦାମ୍ବୀ ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ପୁରୁଷ ବର୍ଗରେ ଏଚଏସ୍ ପ୍ରଣୟ ନୂଆ ବର୍ଷରେ […]

saina-and-sindhu

Ranjit Kumar Jena
  • Published: Wednesday, 08 January 2020
  • , Updated: 08 January 2020, 08:07 PM IST

କୁଆଲା ଲୁମ୍ପୁର: ଭାରତର ଟପ୍ ମହିଳା ଶଟଲର୍ ସାଇନା ନେହ୍ୱାଲ ଓ ପିଭି ସିନ୍ଧୁ ଏଠାରେ ଚାଲିଥିବା ମ୍ୟାଲେସିୟା ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ବିଜୟୀ ହୋଇ ନୂଆ ବର୍ଷରେ ଦମଦାର ଶୁଭାରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ୱାର୍ଲ୍ଡ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣୀତ, ଭେଟେରାନ୍ ପାରୁପଲ୍ଲୀ କଶ୍ୟପ୍ ଏବଂ ଷ୍ଟାର୍ ଶଟଲର୍ କିଦାମ୍ବୀ ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ପୁରୁଷ ବର୍ଗରେ ଏଚଏସ୍ ପ୍ରଣୟ ନୂଆ ବର୍ଷରେ ନିଜର ପ୍ରଥମ ମୁକାବିଲା ଜିତି ଦ୍ୱିତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି।

ଡିଫେଣ୍ଡିଂ ଚାମ୍ପିୟନ୍ ତଥା ଟୁର୍ଣ୍ଣାମେଣ୍ଟର ଷଷ୍ଠ ସିଡ୍ ମାନ୍ୟତା ପାଇଥିବା ସିନ୍ଧୁ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ରୁଷର ଏଭଜେନିୟା କେସେତକାୟାଙ୍କୁ ସିଧାସଳଖ ୨୧-୧୫, ୨୧-୧୩ ଗେମରେ ପରାସ୍ତ କରିଛନ୍ତି। ଏହି ମୁକାବିଲାକୁ ଜିତିବା ପାଇଁ ସିନ୍ଧୁ ମାତ୍ର ୩୫ ମିନିଟ୍ ସମୟ ନେଇଥିଲେ। ସେହିପରି ସାଇନା ନିଜର ପ୍ରଥମ ରାଉଣ୍ଡ ମୁକାବିଲାରେ ବେଲଜିୟମର ଲିଆନ୍ ଟାନଙ୍କୁ ମାତ୍ର ୩୬ ମିନିଟରେ ୨୧-୧୫, ୨୧-୧୭ ଗେମରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ପ୍ରଣୟ ପ୍ରଥମ ରାଉଣ୍ଡରେ ଜାପାନର କାଣ୍ଟା ସୁନେୟାମାଙ୍କୁ ସିଧାସଳଖ ୨୧-୯, ୨୧-୧୭ ଗେମରେ ପରାସ୍ତ କରିଛନ୍ତି।

ପୁରୁଷ ସିଙ୍ଗଲ୍ସ ବିଭାଗରେ ଶ୍ରୀକାନ୍ତ ଚାଇନିଜ୍ ତାଇପେଇର ଚୌ ତିଏନ୍ ଚାନଙ୍କ ନିକଟରୁ ହାରିଯାଇଛନ୍ତି। ଅଧଘଣ୍ଟାରୁ କମ୍ ସମୟ ମଧ୍ୟରେ ଶ୍ରୀକାନ୍ତ ୧୭-୨୧, ୫-୨୧ ଗେମରେ ପରାସ୍ତ ହୋଇଥିଲେ। ସେହିପରି ପ୍ରଣୀତ ପ୍ରଥମ ରାଉଣ୍ଡରେ ଡେନମାର୍କର ରାସମସ୍ ଗେମକେଙ୍କଠାରୁ ୧୧-୨୧, ୧୫-୨୧ ଗେମରେ ହାରିଯାଇଥିଲେ। ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା କଶ୍ୟପ୍ ନିଜର ପ୍ରଥମ ରାଉଣ୍ଡ ମୁକାବିଲାରେ ଟପ୍ ସିଡ୍ ଜାପାନ ଖେଳାଳି କେଣ୍ଟୋ ମୋମୋତାଙ୍କ ନିକଟରୁ ୧୭-୨୧, ୧୬-୨୧ରେ ପରାସ୍ତ ହୋଇଛନ୍ତି।

ମଙ୍ଗଳବାର ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ପ୍ରଥମ ରାଉଣ୍ଡରେ ମ୍ୟାଲେସିୟାର ଅଙ୍ଗ୍ ୟିଉ ସିନ୍ ଓ ତିଓ ଇ ୟି'ଙ୍କଠାରୁ ୧୫-୨୧, ୨୧-୧୮, ୧୫-୨୧ ଗେମରେ ହାରି ବିଦାୟ ନେଇଛନ୍ତି।

Related story