ଭାରତ-ପାକ ମ୍ୟାଚ୍‌ ସମୟରେ ଷ୍ଟାଡିୟମ୍‌ରେ ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ୍‌ କଲେ ଯୁବକ

ଲଣ୍ଡନ୍‌: ଖେଳ ଚାଲିଥିବା ସମୟରେ ଷ୍ଟାଡିଅମ୍‌ରେ ଖେଳ ବ୍ୟତୀତ ଅନ୍ୟ କେତେକ ଘଟଣା ମଧ୍ୟ ବେଶ୍‌ ରୋଚକ ହୋଇଥାଏ। ଜଣେ ଭାରତୀୟ ଯୁବକ ଏଭଳି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଅବାକ୍ କରିଦେଇଛି। ଆଜ୍ଞା ହଁ ସେ ଏପରି କରିଛନ୍ତି ଠିକ୍‌ ସେତିକିବେଳେ, ଯେତେବେଳେ ସମଗ୍ର ବିଶ୍ୱ ଏହି ବହୁ ଚର୍ଚ୍ଚିତ ମ୍ୟାଚ୍‌କୁ ଦେଖୁଥିଲା। ବିଶ୍ୱକପ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଚାଲିଥିବା ସମୟରେ ଷ୍ଟାଡିୟମ ଗ୍ୟାଲେରୀରେ ବସିଥିବା ଜଣେ ଯୁବକ ହଠାତ ଆଣ୍ଠେଇ ପଡ଼ି […]

india

Subrat Kumar Nayak
  • Published: Friday, 21 June 2019
  • , Updated: 21 June 2019, 10:40 PM IST

ଲଣ୍ଡନ୍‌: ଖେଳ ଚାଲିଥିବା ସମୟରେ ଷ୍ଟାଡିଅମ୍‌ରେ ଖେଳ ବ୍ୟତୀତ ଅନ୍ୟ କେତେକ ଘଟଣା ମଧ୍ୟ ବେଶ୍‌ ରୋଚକ ହୋଇଥାଏ। ଜଣେ ଭାରତୀୟ ଯୁବକ ଏଭଳି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଅବାକ୍ କରିଦେଇଛି। ଆଜ୍ଞା ହଁ ସେ ଏପରି କରିଛନ୍ତି ଠିକ୍‌ ସେତିକିବେଳେ, ଯେତେବେଳେ ସମଗ୍ର ବିଶ୍ୱ ଏହି ବହୁ ଚର୍ଚ୍ଚିତ ମ୍ୟାଚ୍‌କୁ ଦେଖୁଥିଲା।

ବିଶ୍ୱକପ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଚାଲିଥିବା ସମୟରେ ଷ୍ଟାଡିୟମ ଗ୍ୟାଲେରୀରେ ବସିଥିବା ଜଣେ ଯୁବକ ହଠାତ ଆଣ୍ଠେଇ ପଡ଼ି ତାଙ୍କ ପାଖରେ ବସିଥିବା ମନର ମାନସୀଙ୍କୁ ପ୍ରପୋଜ୍‌ କରିଥିଲେ। ଏହି ପ୍ରେମିକ-ପ୍ରେମିକା ଯୋଡ଼ି ଟିମ୍‌ ଇଣ୍ଡିଆର ନୀଳ ରଙ୍ଗର ୟୁନିଫର୍ମ ପିନ୍ଧି ଷ୍ଟାଡିୟମ୍‌ରେ ବସି ମ୍ୟାଚ ଦେଖୁଥିଲେ। ଯୁବତୀ ଜଣକ ଆଦୌ ଭାବିନଥିଲେ ଏଭଳି ହଜାର ହଜାର ଲୋକଙ୍କ ସାମ୍ନାରେ ତାଙ୍କର ପୁରୁଷ ବନ୍ଧୁ ତାଙ୍କୁ ବିବାହ କରିବାକୁ ପ୍ରପୋଜ୍‌ କରିବ।

https://twitter.com/BebuJ/status/1142012089109811200?s=20
ତେବେ ଯୁବତୀ ବିବାହ ପ୍ରସ୍ତାବରେ ରାଜି ହେବା ସହ ତାଙ୍କ ପ୍ରେମିକଙ୍କୁ ଆଲିଙ୍ଗନ କରିଥିଲେ। ଆଖପାଖରେ ବସିଥିବା ଲୋକେ ଏହାକୁ କରତାଳି ଦ୍ୱାରା ସମର୍ଥନ କରିଥିଲେ। ଏହାପରେ ଯୁବକ ତାଙ୍କ ଆଙ୍ଗୁଳିରେ ମୁଦି ପିନ୍ଧାଇବା ସହ ଚୁମ୍ବନ ଦେଇଥିଲେ,ଆଉ କ୍ୟାମେରା ଆଡ଼କୁ ଅନାଇ ପଚାରିଥିଲେ, ‘ହାଓ ଇଜ୍‌ ଦି ଜୋଶ୍‌’।

Related story