ବେଲଜିୟମ ଟୁର୍: ଭାରତର ବିଜୟ ଅଭିଯାନ

ଆଣ୍ଟେ୍ୱପ: ବେଲଜିୟମ ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଟିମ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଦ୍ୱିତୀୟାର୍ଦ୍ଧରେ ମନଦୀପ ସିଂହ ଏବଂ ଆକାଶଦୀପ ସିଂହଙ୍କ ଗୋଲ୍ ବଳରେ ଭାରତୀୟ ପୁରୁଷ ହକି ଟିମ୍ ଗୁରୁବାର ତା’ର ପ୍ରଥମ ମ୍ୟାଚରେ ବେଲଜିୟମକୁ ୨-୦ ଗୋଲ୍ ପରାସ୍ତ କରିଛି। ମନଦୀପ ଓ ଆକାଶଦୀପ ସିଂହ ଯଥାକ୍ରମେ ୩୯ତମ ଓ ୫୪ତମ ମିନିଟରେ ଗୋଲ୍ ଦେଇ ମ୍ୟାଚକୁ ଭାରତ ସପକ୍ଷରେ କରିଥିଲେ। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ […]

hockey

hockey

Ranjit Kumar Jena
  • Published: Thursday, 26 September 2019
  • Updated: 26 September 2019, 09:07 PM IST

Sports

Latest News

ଆଣ୍ଟେ୍ୱପ: ବେଲଜିୟମ ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଟିମ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଦ୍ୱିତୀୟାର୍ଦ୍ଧରେ ମନଦୀପ ସିଂହ ଏବଂ ଆକାଶଦୀପ ସିଂହଙ୍କ ଗୋଲ୍ ବଳରେ ଭାରତୀୟ ପୁରୁଷ ହକି ଟିମ୍ ଗୁରୁବାର ତା'ର ପ୍ରଥମ ମ୍ୟାଚରେ ବେଲଜିୟମକୁ ୨-୦ ଗୋଲ୍ ପରାସ୍ତ କରିଛି। ମନଦୀପ ଓ ଆକାଶଦୀପ ସିଂହ ଯଥାକ୍ରମେ ୩୯ତମ ଓ ୫୪ତମ ମିନିଟରେ ଗୋଲ୍ ଦେଇ ମ୍ୟାଚକୁ ଭାରତ ସପକ୍ଷରେ କରିଥିଲେ। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି।

ଉକ୍ତ ମ୍ୟାଚର ପ୍ରଥମ କ୍ୱାର୍ଟରରୁ ହିଁ ଭାରତ ଘରୋଇ ଦଳ ଉପରେ ଚାପ ପକାଇଥିଲା ଏବଂ ପ୍ରଥମ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା, ଯାହାକୁ ବେଲଜିୟମ ଦଳର ଗୋଲକିପର ଲୋଇକ୍ ଭାନ୍ ଡୋରେନ୍ ଚମତ୍କାର ଢ଼ଙ୍ଗରେ ରୋକିଥିଲେ। ଏହା ପରେ ବେଲଜିୟମ ମଧ୍ୟ ପ୍ରତିଆକ୍ରମଣ କରି ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା, କିନ୍ତୁ ଏହାକୁ ଭାରତୀୟ ଗୋଲକିପର କ୍ରିଷ୍ଣା ପାଠକ ରୋକିବାରେ ସଫଳ ହୋଇଥିଲେ। ଏହିପରି ଭାବେ ପ୍ରଥମ କ୍ୱାର୍ଟର୍ ଗୋଲଶୂନ୍ୟ ରହିଥିଲା।

ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ଏବଂ ପ୍ରଥମ ମିନିଟ୍ ଭିତରେ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା। କିନ୍ତୁ ଉଭୟ ସୁଯୋଗକୁ ସେମାନେ ଗୋଲରେ ପରିଣତ କରିପାରିନଥିଲେ। ପ୍ରଥମାର୍ଦ୍ଧରେ ବେଲଜିୟମର ଡିଫେନ୍ସ ବେଶ୍ ମଜଭୁତ୍ ରହିଥିଲା, ଯାହାକୁ ଭେଦ କରିବା ଭାରତ ପାଇଁ କଷ୍ଟକର ହୋଇପଡ଼ିଥିଲା। ବେଲଜିୟମ ମଧ୍ୟ ଅଗ୍ରଣୀ ହାସଲ କରିବା ପାଇଁ ଆକ୍ରମଣ କରିଥିଲା, କିନ୍ତୁ ସେମାନେ ମଧ୍ୟ ବିଫଳ ହୋଇଥିଲା। ଯଦ୍ଦ୍ୱାରା ପ୍ରଥମ ୩୦ ମିନିଟ୍ ଖେଳ ବରାବରରେ ଶେଷ ହୋଇଥିଲା।

ତୃତୀୟ କ୍ୱାର୍ଟରରେ ଭାରତ ଅଧିକ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା ଏବଂ ବେଲଜିୟମ ଗୋଲକିପର ଭାନ୍ ଡୋରେନଙ୍କ ଉପରେ ଲଗାତାର ଚାପ ପକାଇଥିଲା। ଭାରତକୁ ଶେଷରେ ୩୯ତମ ମିନିଟରେ ଏହାର ସୁଫଳ ମିଳିଥିଲା। ମନଦୀପ ଚମତ୍କାର ଢ଼ଙ୍ଗରେ ବଲକୁ ସିଧା ବେଲଜିୟମ ଗୋଲପୋଷ୍ଟ ଭିତରକୁ ମାରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଗୋଟିଏ ଗୋଲ୍ ଖାଇବା ପରେ ବେଲଜିୟମ ଅନ୍ତିମ କ୍ୱାର୍ଟରରେ ଗୋଲ୍ ବରାବର କରିବା ପାଇଁ ଆକ୍ରମଣ କରିଥିଲା ଏବଂ ସେମାନେ ଭାରତୀୟ ଗୋଲକିପର ଶ୍ରୀଜେଶଙ୍କ ପରୀକ୍ଷା ନେଇଥିଲେ ଭାରତର ଅଭିଜ୍ଞ ଗୋଲକିପର ଚମତ୍କାର ପ୍ରଦର୍ଶନ କରି ଦୁଇଟି ଗୋଲ୍ ବଞ୍ଚାଇ ଟିମର ଅଗ୍ରଣୀକୁ କାଏମ ରଖିଥିଲେ। ଆକାଶଦୀପ ୫୪ତମ ମିନିଟରେ ଗୋଲ୍ ଦେଇ ଭାରତର ସ୍କୋରକୁ ୨-୦ରେ ପହଞ୍ଚାଇଥିଲେ। ଏଭଳି ସ୍ଥିତିରେ ବେଲଜିୟମ ପକ୍ଷେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା କରିବା କଷ୍ଟକର ହୋଇପଡ଼ିଥିଲା। ଶେଷ ମିନିଟ୍ ଗୁଡ଼ିକରେ ବେଲଜିୟମ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ, ଭାରତୀୟ ଡିଫେନ୍ସକୁ ଭେଦ କରିପାରିନଥିଲା। ଏଥିସହ ଫାଇନାଲ୍ ହୁଇସିଲ୍ ବାଜିବା ସୁଦ୍ଧା ଭାରତ ମୁକାବିଲାକୁ ୨-୦ରେ ଜିତି ନେଇଥିଲା। ଆସନ୍ତା ୨୮ ତାରିଖରେ ଭାରତ ତା'ର ଦ୍ୱିତୀୟ ମ୍ୟାଚ୍ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story