ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ଲଙ୍ଗ ଜମ୍ପରେ ଓଡ଼ିଶାର ମନିଷା ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଓଡ଼ିଶାର ମନିଷା ମେରେଲ୍ କମାଲ୍ କରିଛନ୍ତି। ସମ୍ବଲପୁର ୟୁନିଭର୍ସିଟି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମନିଷା ଶୁକ୍ରବାର ମହିଳା ଲଙ୍ଗଜମ୍ପରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୬.୨୨ ମିଟର୍ ଡିଆଁ ମାରି ଏହି ସଫଳତା ଅର୍ଜନ କରିଛନ୍ତି। ଏହି ଇଭେଣ୍ଟରେ ୟୁନିଭର୍ସିଟି ମାଡ୍ରାସର ହର୍ଷିନୀ ସରଭନନ୍ ରୌପ୍ୟ ଓ ମହାତ୍ମା ଗାନ୍ଧି ୟୁନିଭର୍ସିଟିର ଅନୁପମା ବିଜୁ ବ୍ରୋଞ୍ଜ ପଦକ ଜିତିଛନ୍ତି। […]

manisha

Ranjit Kumar Jena
  • Published: Friday, 28 February 2020
  • , Updated: 28 February 2020, 06:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଓଡ଼ିଶାର ମନିଷା ମେରେଲ୍ କମାଲ୍ କରିଛନ୍ତି। ସମ୍ବଲପୁର ୟୁନିଭର୍ସିଟି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମନିଷା ଶୁକ୍ରବାର ମହିଳା ଲଙ୍ଗଜମ୍ପରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୬.୨୨ ମିଟର୍ ଡିଆଁ ମାରି ଏହି ସଫଳତା ଅର୍ଜନ କରିଛନ୍ତି।

ଏହି ଇଭେଣ୍ଟରେ ୟୁନିଭର୍ସିଟି ମାଡ୍ରାସର ହର୍ଷିନୀ ସରଭନନ୍ ରୌପ୍ୟ ଓ ମହାତ୍ମା ଗାନ୍ଧି ୟୁନିଭର୍ସିଟିର ଅନୁପମା ବିଜୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ମନିଷା ନିଜର ଚତୁର୍ଥ ପ୍ରୟାସରେ ହିଁ ୬.୨୨ ମିଟର୍ ଡିଆଁ ମାରିଥିଲେ। ପ୍ରଥମ ପ୍ରୟାସରେ ସେ ୫.୮୧ ମିଟର୍‌, ଦ୍ୱିତୀୟ ପ୍ରୟାସରେ ୫.୯୫ ମିଟର୍‌, ତୃତୀୟ ପ୍ରୟାସରେ ୬.୦୪ ମିଟର୍ ଏବଂ ପଞ୍ଚମ ପ୍ରୟାସରେ ୬.୧୨ ମିଟର୍ ଡିଆଁ ମାରିଥିଲେ।

ରୌପ୍ୟ ପଦକ ଜିତିଥିବା ହର୍ଷିନୀ ନିଜର ଚତୁର୍ଥ ପ୍ରୟାସରେ ୫.୮୯ ମିଟର୍ ଡିଆଁ ମାରିଥିଲେ, ଯାହାକି ତାଙ୍କୁ ଦ୍ୱିତୀୟ ସ୍ଥାନରେ ରଖିଥିଲା। ସେହିପରି ଅନୁପମା ୫.୮୬ ମିଟର୍ ଡିଆଁ ମାରି ତୃତୀୟ ସ୍ଥାନ ଅକ୍ତିଆର କରିଥିଲେ। ଅନୁପମାଙ୍କ ଏହି ସଫଳତା ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି।

Related story