ଶଶାଙ୍କ ମନୋହର ଆଇସିସିର ନୂଆ ଅଧ୍ୟକ୍ଷ

ଦୁବାଇ: ବିସିସିଆଇ ସଭାପତି ପଦବୀରୁ ଇସ୍ତଫା ଦେବାର ଦୁଇଦିନ ପରେ ନିର୍ଦ୍ଦ୍ୱନ୍ଦରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର  ପ୍ରଥମ ସ୍ୱାଧୀନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ଭେଟେରାନ୍‌ କ୍ରିକେଟ ପ୍ରଶାସକ ଶଶାଙ୍କ ମନୋହର। ଏପ୍ରିଲ ମାସରେ ବସିଥିବା ଆଇସିସି ବୈଠକରେ ୫୮ ବର୍ଷୀୟ ମନୋହରଙ୍କୁ ଆଇସିସି କାଉନ୍‌ସିଲ୍‌ର ସବୁ ସଦସ୍ୟ ମତଦାନ କରିଥିଲେ। ଭୋଟରେ ସେ ଆଜି ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।  ସେ ୨ ବର୍ଷ ପାଇଁ ଆଇସିସିର ଅଧ୍ୟକ୍ଷଭାବେ କାର୍ଯ୍ୟ କରିବେ। ମନୋହର ମଙ୍ଗଳବାର ଦିନ […]

shashank-manohar-serious-70

Rakesh Mallick
  • Published: Thursday, 12 May 2016
  • , Updated: 12 May 2016, 01:14 PM IST

ଦୁବାଇ: ବିସିସିଆଇ ସଭାପତି ପଦବୀରୁ ଇସ୍ତଫା ଦେବାର ଦୁଇଦିନ ପରେ ନିର୍ଦ୍ଦ୍ୱନ୍ଦରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର  ପ୍ରଥମ ସ୍ୱାଧୀନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ଭେଟେରାନ୍‌ କ୍ରିକେଟ ପ୍ରଶାସକ ଶଶାଙ୍କ ମନୋହର।

ଏପ୍ରିଲ ମାସରେ ବସିଥିବା ଆଇସିସି ବୈଠକରେ ୫୮ ବର୍ଷୀୟ ମନୋହରଙ୍କୁ ଆଇସିସି କାଉନ୍‌ସିଲ୍‌ର ସବୁ ସଦସ୍ୟ ମତଦାନ କରିଥିଲେ। ଭୋଟରେ ସେ ଆଜି ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।  ସେ ୨ ବର୍ଷ ପାଇଁ ଆଇସିସିର ଅଧ୍ୟକ୍ଷଭାବେ କାର୍ଯ୍ୟ କରିବେ।

ମନୋହର ମଙ୍ଗଳବାର ଦିନ ବିସିସିଆଇ ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ। ଏନେଇ ଭାରତୀୟ କ୍ରିକେଟରେ ଉତ୍ସାହ ଦେଖିବାକୁ ମିଳିଛି। ବହୁଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

Related story