ଏଫଆଇଏଚ୍ ଶ୍ରେଷ୍ଠ ଖେଳାଳି ଦୌଡ଼ରେ ମନପ୍ରୀତ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହଙ୍କୁ ଶୁକ୍ରବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌)ର ପ୍ଲେୟର୍ ଅଫ୍ ଦି ଇୟର୍ ପାଇଁ ମନୋନୀତ କରାଯାଇଛି। ମନପ୍ରୀତଙ୍କ ବ୍ୟତୀତ ଆଉ ଦୁଇ ଭାରତୀୟ ଖେଳାଳି ବିବେକ ପ୍ରସାଦ ଓ ଲାଲରେମସିଆମିଙ୍କୁ ଯଥାକ୍ରମେ ପୁରୁଷ ଓ ମହିଳା ରାଇଜିଂ ଷ୍ଟାର୍ ଅଫ୍ ଦି ଇଭର୍ ଭାବେ ମନୋନୀତ କରାଯାଇଛି। ୨୪୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ୨୭ ବର୍ଷୀୟ ମନପ୍ରୀତ ଭାରତୀୟ ମିଡଫିଲ୍ଡର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ […]

manpreet

manpreet

Ranjit Kumar Jena
  • Published: Friday, 06 December 2019
  • Updated: 06 December 2019, 08:13 PM IST

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହଙ୍କୁ ଶୁକ୍ରବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌)ର ପ୍ଲେୟର୍ ଅଫ୍ ଦି ଇୟର୍ ପାଇଁ ମନୋନୀତ କରାଯାଇଛି। ମନପ୍ରୀତଙ୍କ ବ୍ୟତୀତ ଆଉ ଦୁଇ ଭାରତୀୟ ଖେଳାଳି ବିବେକ ପ୍ରସାଦ ଓ ଲାଲରେମସିଆମିଙ୍କୁ ଯଥାକ୍ରମେ ପୁରୁଷ ଓ ମହିଳା ରାଇଜିଂ ଷ୍ଟାର୍ ଅଫ୍ ଦି ଇଭର୍ ଭାବେ ମନୋନୀତ କରାଯାଇଛି।

୨୪୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ୨୭ ବର୍ଷୀୟ ମନପ୍ରୀତ ଭାରତୀୟ ମିଡଫିଲ୍ଡର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କ ନେତୃତ୍ୱରେ ଭାରତ ଭୁବନେଶ୍ୱରରେ ରୁଷକୁ ଦୁଇଟି ମ୍ୟାଚରେ ମୋଟ ୧୧-୩ (୪-୨, ୭-୧) ଗୋଲରେ ହରାଇ ଟୋକିଓ ଅଲିମ୍ପିକକୁ କ୍ୱାଲିଫାଏ କରିଛି। ୧୯ ବର୍ଷୀୟ ମିଡଫିଲ୍ଡର ବିବେକଙ୍କ ନେତୃତ୍ୱରେ ଭାରତ ଗତବର୍ଷ ୟୁଥ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା। ସେ ମଧ୍ୟ ଚଳିତ ବର୍ଷ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସରେ ଶ୍ରେଷ୍ଠ ଯୁବ ଖେଳାଳି ବିବେଚିତ ହୋଇଥିଲେ। ୧୯ ବର୍ଷୀୟା ଲାଲରେମସିଆମି ଗତବର୍ଷ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ।

ମନପ୍ରୀତଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଏଡି ଓକେନଡେନ୍ ଓ ଆରାନ୍ ଜାଲେସ୍କି, ଆର୍ଜେଣ୍ଟିନାର ଲୁକାସ ଭିଲା ଏବଂ ବେଲଜିୟମର ଆର୍ଥର୍ ଭାନ୍ ଡୋରେନ୍ ଓ ଭିକ୍ଟର ୱେଗନେଜ୍ ମଧ୍ୟ ଏଫଆଇଏଚ୍ ପ୍ଲେୟର୍ ଅଫ୍ ଦି ଇୟର୍ ପୁରସ୍କାର ଦୌଡ଼ରେ ରହିଛନ୍ତି। ୩୪୦ ମ୍ୟାଚ୍ ଖେଳିସାରିଥିବା ୩୨ ବର୍ଷୀୟ ଓକେନଡେନ ଓ ଜାଲେସ୍କିଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଏଫଆଇଏଚ୍ ପ୍ରୋ-ଲିଗ୍ ବିଜେତା ହୋଇଥିଲା। ଜାଲେସ୍କି ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସେହିପରି ଭିଲା ୨୦୧୬ ରିଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଏବଂ ଚଳିତ ବର୍ଷ ପ୍ୟାନ୍ ଆମେରିକା ଗେମ୍ସର ବିଜେତା ଆର୍ଜେଣ୍ଟିନା ଦଳର ସଦସ୍ୟ ଥିଲେ। ବେଲଜିୟମ ଦୁଇ ଷ୍ଟାର୍ ଖେଳାଳି ଭାନ୍ ଡୋରେନ୍ ଓ ୱେଗନେଜ୍ ଦେଶକୁ ୨୦୧୮ରେ ବିଶ୍ୱକପ୍ ଚାମ୍ପିୟନ୍ କରାଇବା ସହ ୨୦୧୯ରେ ଏଫଆଇଏଚ୍ ପ୍ରୋ-ଲିଗରେ ରନର୍ସଅପ୍ ଟିମର ସଦସ୍ୟ ଥିଲେ।

ଏହି ମନୋନୀତ ଖେଳାଳିଙ୍କୁ ସାରା ବିଶ୍ୱର ଜାତୀୟ ସଂଘ, ଖେଳାଳି, ପ୍ରଶଂସକ ଏବଂ ସାମ୍ବାଦିକ ଭୋଟ୍ ଦେବେ। ଭୋଟ୍ ପ୍ରକ୍ରିୟା ୨୦୨୦ ଜାନୁଆରୀ, ୧୭ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଏହି ପୁରସ୍କାର ବିଜେତାଙ୍କ ଘୋଷଣା ୨୦୨୦ ଫେବୃଆରୀରେ କରାଯିବ। ତେବେ ପୁରୁଷ ଓ ମହିଳା ଏଫଆଇଏଚ୍ କୋଚଙ୍କ ଘୋଷଣା ଭୋଟ୍ ଦ୍ୱାରା ହେବ ନାହିଁ । ଏଫଆଇଏଚ୍ ପ୍ୟାନେଲ୍ ଏହି ନିଷ୍ପତ୍ତି ନେବେ।

ମନୋନୀତ ପ୍ରାର୍ଥୀ (ପୁରୁଷ)
ଏଫଆଇଏଚ୍ ପ୍ଲେୟର୍ ଅଫ୍ ଦି ଇୟର୍‌: ମନପ୍ରୀତ ସିଂହ (ଭାରତ), ଏଡି ଓକେନଡେନ୍ (ଅଷ୍ଟ୍ରେଲିଆ), ଆରାନ୍ ଜାଲେସ୍କି (ଅଷ୍ଟ୍ରେଲିଆ), ଲୁକାସ ଭିଲା (ଆର୍ଜେଣ୍ଟିନା), ଆର୍ଥର ଭାନ୍ ଡୋରେନ୍ (ବେଲଜିୟମ), ଭିକ୍ଟର୍ ୱେଜନେଜ୍ (ବେଲଜିୟମ)।
ଏଫଆଇଏଚ୍ ଗୋଲକିପର ଅଫ୍ ଦି ଇୟର୍‌: ଟାଇଲର୍ ଲୋଭେଲ (ଅଷ୍ଟ୍ରେଲିଆ), ଭିନସେଣ୍ଟ ଭାନାଶ୍ଚ (ବେଲଜିୟମ), ଡେଭିଡ୍ କାର୍ଟର୍ (କ୍ୟାନାଡା), କ୍ୱିକୋ କର୍ଟେସ୍ (ସ୍ପେନ୍‌), ଭିକ୍ଟର୍ ଆଲି (ଜର୍ମାନୀ)।
ଏଫଆଇଏଚ୍ ରାଇଜିଂ ଷ୍ଟାର୍ ଅଫ୍ ଇୟର୍ (ଅଣ୍ଡର୍‌-୨୩): ବିବେକ ପ୍ରସାଦ (ଭାରତ), ମାଇକୋ କାସେଲା (ଆର୍ଜେଣ୍ଟିନା), ବ୍ଲେକ୍ ଗୋଭର୍ସ (ଅଷ୍ଟ୍ରେଲିଆ), ଜାଚାରୀ ୱାଲେସ୍ (ଗ୍ରେଟ୍ ବ୍ରିଟେନ୍‌), ଜୋନାସ୍ ଡି ଜିଅସ୍ (ନେଦରଲ୍ୟାଣ୍ଡ୍‌)।

ମନୋନୀତ ପ୍ରାର୍ଥୀ (ମହିଳା)
ଏଫଆଇଏଚ୍ ପ୍ଲେୟର୍ ଅଫ୍ ଦି ଇୟର୍‌: କାର୍ଲା ରେବେଚି (ଆର୍ଜେଣ୍ଟିନା), ଜେନ୍ ମୁଲର୍‌-ୱଲ୍ୟାଣ୍ଡ୍ (ଜର୍ମାନୀ), ଇଭା ଡି ଗୋଏଡି (ନେଦରଲ୍ୟାଣ୍ଡ୍‌), ଫ୍ରେଡରିକ୍ ମାତଲା (ନେଦରଲ୍ୟାଣ୍ଡ୍‌), ଷ୍ଟାକି ମିଚେଲସନ୍ (ନ୍ୟୁଜିଲ୍ୟାଣ୍ଡ୍‌), ଓଲିଭିଆ ମେରୀ (ନ୍ୟୁଜିଲ୍ୟାଣ୍ଡ୍‌)।
ଏଫଆଇଏଚ୍ ଗୋଲକିପର ଅଫ୍ ଦି ଇୟର୍‌: ରାଚେଲ୍ ଲିଞ୍ଚ୍ (ଅଷ୍ଟ୍ରେଲିଆ), ମାରିଆ ରୁଇଜ୍ (ସ୍ପେନ୍‌), ମାଥିଲଡେ ପିଟ୍ରିଅକ୍ସ (ଫ୍ରାନ୍ସ), ଆୟେଶା ମ୍ୟାକଫେରାନ୍ (ଆୟର୍ଲ୍ୟାଣ୍ଡ୍‌), ମେଗୁମି କାଗେୟାମା (ଜାପାନ)।
ଏଫଆଇଏଚ୍ ରାଇଜିଂ ଷ୍ଟାର୍ ଅଫ୍ ଦି ଇୟର୍ (ଅଣ୍ଡର-୨୩): ଲାଲରେମସିଆମି (ଭାରତ), ଜୁଲିଏଟା ଜାଙ୍କୁନାସ (ଆର୍ଜେଣ୍ଟିନା), ଝୋଙ୍ଗ୍ ଜିଆକି (ଚାଇନା), ନାଇକ୍ ଲରେଞ୍ଜ୍ (ଜର୍ମାନୀ), ଫ୍ରେଡରିକ୍ ମାତଲା (ନେଦରଲ୍ୟାଣ୍ଡ୍‌)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story