ଭାରତକୁ ମନୁ ଦେଲେ ଷଷ୍ଠ ସ୍ୱର୍ଣ୍ଣ

ନୂଆଦିଲ୍ଲୀ:ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଷଷ୍ଠ ସ୍ୱର୍ଣ୍ଣ ପଦକ ମିଳିଛି। ଆଜି ୧୦ ମିଟର ଏୟାର ପିସ୍ତଲ ବର୍ଗରେ ମନୁ ଭାକେର ସ୍ୱର୍ଣ୍ଣ ଜିତିଛନ୍ତି। ସେହପରି ହୀନା ସିଦ୍ଧୁଙ୍କୁ ରୌପ୍ୟ ପଦକ ମିଳିଛି। ଆଜି ୬୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ପୁନମ୍ ଯାଦବ ସ୍ୱର୍ଣ୍ଣ ପାଇଛନ୍ତି। ପୂର୍ବରୁ ମୀରାବାଇ, ସଂଜିତା, ଶିବଲିଙ୍ଗମ୍ ଓ ଗାରଲା ସ୍ୱର୍ଣ୍ଣ ଜିତିଥିଲେ। ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଇଥିଲେ ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ। ୪୮କେଜି ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। […]

Manu-Bhaker 1

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 09:21 AM IST

ନୂଆଦିଲ୍ଲୀ:ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଷଷ୍ଠ ସ୍ୱର୍ଣ୍ଣ ପଦକ ମିଳିଛି। ଆଜି ୧୦ ମିଟର ଏୟାର ପିସ୍ତଲ ବର୍ଗରେ ମନୁ ଭାକେର ସ୍ୱର୍ଣ୍ଣ ଜିତିଛନ୍ତି। ସେହପରି ହୀନା ସିଦ୍ଧୁଙ୍କୁ ରୌପ୍ୟ ପଦକ ମିଳିଛି। ଆଜି ୬୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ପୁନମ୍ ଯାଦବ ସ୍ୱର୍ଣ୍ଣ ପାଇଛନ୍ତି।

ପୂର୍ବରୁ ମୀରାବାଇ, ସଂଜିତା, ଶିବଲିଙ୍ଗମ୍ ଓ ଗାରଲା ସ୍ୱର୍ଣ୍ଣ ଜିତିଥିଲେ। ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଇଥିଲେ ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ। ୪୮କେଜି ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଆଜି ଭାରତର ନଜର ମହିଳା ବକ୍ସିଂ ଖେଳାଳି ମେରି କମ୍‌ଙ୍କ ଉପରେ ରହିଛି। ମହିଳା ୪୫ରୁ ୪୮ କିଲୋଗ୍ରାମ ବର୍ଗରେ ସେ ରିଙ୍ଗକୁ ଓହ୍ଲାଇବେ।  ସେହିପରି ୬୯ କିଲୋଗ୍ରାମ ବର୍ଗରେ ଲୋଭଲିନା ଗୋର୍ଘେଇନ୍ କ୍ୱାର୍ଟରଫାଇନାଲ୍ ମ୍ୟାଚ ଖେଳିବେ। ପୁରୁଷ ୭୫ କିଲୋଗ୍ରାମ ବର୍ଗରେ ରିଙ୍ଗକୁ ଓହ୍ଲାଇବେ ବିକାଶ କ୍ରୀଷ୍ଣା।

ଏହାସହ ପୁରୁଷ ହକିରେ ଭାରତର ମୁକାବିଲା ୱେଲ୍ସ ସହ ହେବ। ମହିଳା ହକିରେ ଭାରତ-ଇଂଲଣ୍ଡ ମୁକାବିଲା ହେବ। ବ୍ୟାଡମିଣ୍ଟନ ଏବଂ ବାସ୍କେଟବଲ୍‌ରେ ମଧ୍ୟ ଭାରତୀୟଙ୍କ ଦବଦବା ଦେଖିବାକୁ ମିଳିବ।  ଜିମ୍ନାଷ୍ଟିକ ଫାଇନାଲରେ ରାକେଶ ପାତ୍ର ଆଜି ଖେଳିବେ ।

Related story