ସୁଟିଂ ୱାର୍ଲ୍ଡ କପ୍‌: ମନୁ ଦେଶକୁ ଦେଲେ ସ୍ୱର୍ଣ୍ଣ

ମେକ୍ସିକୋ: ମେକ୍ସିକୋର ଗ୍ୱାଦଲାହାରାରେ ଆୟୋଜିତ ସୁଟିଂ ୱାର୍ଲ୍ଡ କପ୍‌ର ଦ୍ୱିତୀୟ ଦିନରେ ଭାରତ ପକ୍ଷରୁ  ମହିଳା ସୁଟର ମନୁ ଭାକେର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏହି ସଫଳତା ପାଇଛନ୍ତି। ହରିଆଣାର ଝାଜ୍ଜର ଅଞ୍ଚଳର ମନୁ ୧୬ ବର୍ଷ ବୟସରେ ଏହି ସଫଳତା ପାଇଛନ୍ତି। ଇଣ୍ଡିଆ ଗେମ୍ସରେ ମଧ୍ୟ ମନୁ ଭଲ ପ୍ରଦର୍ଶନ କରିଥିଲେ। ସେ ମହିଳା ୧୦ ମିଟର ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଦୁଇଟି ଜୁନିୟର ନ୍ୟାସନାଲ […]

Manu1

Rakesh Mallick
  • Published: Monday, 05 March 2018
  • , Updated: 05 March 2018, 02:18 PM IST

ମେକ୍ସିକୋ: ମେକ୍ସିକୋର ଗ୍ୱାଦଲାହାରାରେ ଆୟୋଜିତ ସୁଟିଂ ୱାର୍ଲ୍ଡ କପ୍‌ର ଦ୍ୱିତୀୟ ଦିନରେ ଭାରତ ପକ୍ଷରୁ  ମହିଳା ସୁଟର ମନୁ ଭାକେର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏହି ସଫଳତା ପାଇଛନ୍ତି। ହରିଆଣାର ଝାଜ୍ଜର ଅଞ୍ଚଳର ମନୁ ୧୬ ବର୍ଷ ବୟସରେ ଏହି ସଫଳତା ପାଇଛନ୍ତି।

ଇଣ୍ଡିଆ ଗେମ୍ସରେ ମଧ୍ୟ ମନୁ ଭଲ ପ୍ରଦର୍ଶନ କରିଥିଲେ। ସେ ମହିଳା ୧୦ ମିଟର ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଦୁଇଟି ଜୁନିୟର ନ୍ୟାସନାଲ ରେକର୍ଡ ଭାଙ୍ଗି ଥିଲେ। ଏହାସହ ଇଣ୍ଡିଆ ଗେମ୍ସର ପ୍ରଥମ ସଂସ୍କରଣରେ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଥିଲେ।

ପୂର୍ବରୁ ଭାରତର ସୁଟର ଶହଜର ରିଜବୀ ମେକ୍ସିକୋର ଗ୍ୱାଦଲାହାରାରେ ଆୟୋଜିତ ସୁଟିଂ ୱାର୍ଲ୍ଡ କପ୍‌ରେ ଦେଶ ପାଇଁ ଗର୍ବ ଆଣିଥିଲେ। ସେ ପ୍ରଥମ ୱାର୍ଲ୍ଡ କପ୍‌ରେ ଭଲ ପ୍ରଦର୍ଶନ କରି ସ୍ୱର୍ଣ୍ଣ ଜିତିଥିଲେ। ଏହାସହିତ ଏହି ଇଭେଣ୍ଟରେ ଭାରତୀୟ ଷ୍ଟାର ସୁଟର ଜିତୁ ରାୟ ବ୍ରୋଞ୍ଜ ପଦକ ଜିତିଥିଲେ।

ପ୍ରଥମ ଦିନରେ ମହିଳା ୧୦ ମିଟର ଏୟାର ରାଇଫଲ୍ ସୁଟିଂ ପ୍ରତିଯୋଗିତାରେ ଭାରତର ଷ୍ଟାର ସୁଟର ମେହୁଲି ଘୋଷ ବ୍ରୋଞ୍ଜ ପଦକ ପାଇଁ ଟାର୍ଗେଟ୍ କରିଥିଲେ। ହେଲେ ୨୨୮.୪ ପଏଣ୍ଡ ପାଇ ସେ ତୃତୀୟ ସ୍ଥାନ ପାଇଥିଲେ। ଏହି ଇଭେଣ୍ଟରେ ରୋମାନିଆ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ଚୀନ ରୌପ୍ୟ ପଦକ ପାଇଥିଲା।

 

Related story