ଶସ୍ତା ଖେଳାଳିଙ୍କ ଆଗରେ ଆଣ୍ଠେଇଲେ ଦାମୀ ଖେଳାଳି, ଫ୍ରାଞ୍ଚାଇଜ୍‌ ମାଲିକ ବିସ୍ମିତ  

୨୦୧୮ ଆଇପିଏଲ ଥିଲା ବେଶ୍‌ ଭିନ୍ନ। ଖେଳାଳିଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ଭିତରେ ମଧ୍ୟ ଥିଲା ଅନେକ ଉତ୍କଣ୍ଠା। ପ୍ରତିଯୋଗିତା ଆରମ୍ଭରୁ ହିଁ ସମସ୍ତ ଫ୍ରାଞ୍ଚାଇଜ୍ ନିଜର ଶକ୍ତିପ୍ରଦର୍ଶନରେ ଲାଗି ପଡ଼ିଥିଲେ। ଏହି ସଂସ୍କରଣରେ ଅନେକ ରେକର୍ଡ ଭାଙ୍ଗିବା ସହ ଏକାଧିକ ନୂଆ ରେକର୍ଡ ମଧ୍ୟ ତିଆରି ହୋଇଛି। ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଚଳିତ ଆଇପିଏଲରେ ସବୁଠୁ କମ୍‌ ମୂଲ୍ୟରେ କିଣା ଯାଇଥିବା ଖେଳାଳିଙ୍କ ଜଲ୍‌ୱା ଦାମୀ ଖେଳାଳିଙ୍କ ଠାରୁ ଢେର୍‌ ଅଧିକ ଥିଲା। […]

IPL

Rakesh Mallick
  • Published: Tuesday, 29 May 2018
  • , Updated: 29 May 2018, 08:57 PM IST

୨୦୧୮ ଆଇପିଏଲ ଥିଲା ବେଶ୍‌ ଭିନ୍ନ। ଖେଳାଳିଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ଭିତରେ ମଧ୍ୟ ଥିଲା ଅନେକ ଉତ୍କଣ୍ଠା। ପ୍ରତିଯୋଗିତା ଆରମ୍ଭରୁ ହିଁ ସମସ୍ତ ଫ୍ରାଞ୍ଚାଇଜ୍ ନିଜର ଶକ୍ତିପ୍ରଦର୍ଶନରେ ଲାଗି ପଡ଼ିଥିଲେ। ଏହି ସଂସ୍କରଣରେ ଅନେକ ରେକର୍ଡ ଭାଙ୍ଗିବା ସହ ଏକାଧିକ ନୂଆ ରେକର୍ଡ ମଧ୍ୟ ତିଆରି ହୋଇଛି। ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଚଳିତ ଆଇପିଏଲରେ ସବୁଠୁ କମ୍‌ ମୂଲ୍ୟରେ କିଣା ଯାଇଥିବା ଖେଳାଳିଙ୍କ ଜଲ୍‌ୱା ଦାମୀ ଖେଳାଳିଙ୍କ ଠାରୁ ଢେର୍‌ ଅଧିକ ଥିଲା। ଖୁବ୍‌ କମ୍‌ ଦାମରେ କିଣାହୋଇ ମଧ୍ୟ ନିଜ ପ୍ରଦର୍ଶନ ମାଧ୍ୟମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଶସ୍ତା ଖେଳାଳି। ଯାହା ଫ୍ରାଞ୍ଜାଇଜ୍‌ ମାଲିକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଖେଳାଳିଙ୍କ ଲିଷ୍ଟରେ ଭାରତୀୟ ଖେଳାଳି ସବୁଠୁ ଆଗରେ ଅଛନ୍ତି।

ମୟଙ୍କ ମାର୍କଣ୍ଡେ: ମୁମ୍ବାର ଇଣ୍ଡିଆନ୍ସ ଟିମର ସ୍ପିନର୍ ମୟଙ୍କ ମାର୍କଣ୍ଡେ ଆଇପିଏଲରେ ନିଜର କମାଲ ଦେଖାଇଛନ୍ତି। ମୁମ୍ବାଇ ତାଙ୍କୁ ମାତ୍ର ୨୦ ଲକ୍ଷ ଟଙ୍କାରେ କିଣିଥିଲା। ହେଲେ ସେ ପ୍ରତିଯୋଗିତାରେ ୧୫ଟି ୱିକେଟ୍‌ ନେଇ ଶ୍ରେଷ୍ଠ ୧୨ ଜଣ ବୋଲର୍‌ଙ୍କ ଲିଷ୍ଟରେ ସାମିଲ ହୋଇଛନ୍ତି।

 ସୁର୍ଯ୍ୟକୁମାର ଯାଦବ: ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍‌ ସୁର୍ଯ୍ୟକୁମାର ଯାଦବ ମଧ୍ୟ ଆଇପିଏଲ ୨୦୧୮ରେ ନିଜର କମାଲ ଦେଖାଇଛନ୍ତି। ୧୪ ଟି ମ୍ୟାଚ୍‌ରୁ ସେ ୫୧୨ ରନ୍‌ କରିଛନ୍ତି। ୧୧ ତମ ସଂସ୍କରଣରେ ମୁମ୍ବାଇ ପକ୍ଷରୁ ସେ ସର୍ବାଧିକ ସ୍କୋର୍‌ କରିଛନ୍ତି।

ଅମ୍ବାତି ରାଇଡୁ: ଚେନ୍ନାଇ ପକ୍ଷରୁ ଖେଳିଥିବା ଅମ୍ବାତି ରାଇଡୁଙ୍କ ପାଇଁ ୨୦୧୮ ଆଇପିଏଲ୍‌ ଥିଲା ସର୍ବଶ୍ରେଷ୍ଠ ସିଜିନ। ଏହି ଆଇପିଏଲରେ ସେ ୪ର୍ଥ ସର୍ବାଧିକ ସ୍କୋର୍‌ର ହେବାର ଗୌରବ ଅର୍ଜନ କରିଛନ୍ତି। ୧୬ଟି ମ୍ୟାଚ୍ ଖେଳି ସେ ୬୦୨ ରନ୍‌ ସ୍କୋର୍‌ କରିଛନ୍ତି। ୨.୨ କୋଟି ଖର୍ଚ୍ଚ କରି ରାଇଡ଼ୁଙ୍କ ଦଳରେ ସ୍ଥାନ ଦେଇଥିଲା ଚେନ୍ନାଇ।

ସିଧାର୍ଥ କଲ୍‌: ୨୦୧୮ ଆଇପିଏଲରେ ତୃତୀୟ ସର୍ବାଧିକ ୱିକେଟ୍‌ ଟେକର୍‌ ସାବ୍ୟସ୍ତ ହୋଇଛନ୍ତି ସିଧାର୍ଥ କଲ୍‌। ସେ ୧୭ଟି ମ୍ୟାଚ୍‌ରୁ ୨୧ଟି ୱିକେଟ୍‌ ନେଇଛନ୍ତି। ହାଇଦ୍ରାବାଦ ତାଙ୍କୁ ୩.୮ କୋଟି ଟଙ୍କାରେ ଦଳରେ ସ୍ଥାନ ଦେଇଥିଲା।

 

Related story