ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳରେ ଲାବୁଶେନ୍‌

ସିଡନୀ: ଆସନ୍ତା ବର୍ଷ ଭାରତ ଗସ୍ତ ପାଇଁ ମଙ୍ଗଳବାର ଅଷ୍ଟ୍ରେଲିଆ ଦିନିକିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଟେଷ୍ଟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ମାର୍ନସ୍ ଲାବୁଶେନଙ୍କୁ ଦିନିକିଆ ସ୍କ୍ୱାଡରେ ସାମିଲ୍ କରାଯାଇଛି। ତେବେ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଏବଂ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସଙ୍କୁ ବାଦ୍ ଦିଆଯାଇଛି। ବିଶ୍ୱକପ୍ ସେମିଫାଇନାଲରେ ଇଂଲଣ୍ଡ ଠାରୁ ହାରିବା ପରେ ଅଷ୍ଟ୍ରେଲିଆ ପ୍ରଥମଥର ୫୦ ଓଭର କ୍ରିକେଟ୍ ଖେଳିବ। ଜାନୁଆରୀରେ କଙ୍ଗାରୁ ଟିମ୍ ଭାରତ ବିପକ୍ଷରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ […]

marnus

marnus

Ranjit Kumar Jena
  • Published: Tuesday, 17 December 2019
  • Updated: 17 December 2019, 06:23 PM IST

Sports

Latest News

ସିଡନୀ: ଆସନ୍ତା ବର୍ଷ ଭାରତ ଗସ୍ତ ପାଇଁ ମଙ୍ଗଳବାର ଅଷ୍ଟ୍ରେଲିଆ ଦିନିକିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଟେଷ୍ଟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ମାର୍ନସ୍ ଲାବୁଶେନଙ୍କୁ ଦିନିକିଆ ସ୍କ୍ୱାଡରେ ସାମିଲ୍ କରାଯାଇଛି। ତେବେ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଏବଂ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସଙ୍କୁ ବାଦ୍ ଦିଆଯାଇଛି। ବିଶ୍ୱକପ୍ ସେମିଫାଇନାଲରେ ଇଂଲଣ୍ଡ ଠାରୁ ହାରିବା ପରେ ଅଷ୍ଟ୍ରେଲିଆ ପ୍ରଥମଥର ୫୦ ଓଭର କ୍ରିକେଟ୍ ଖେଳିବ। ଜାନୁଆରୀରେ କଙ୍ଗାରୁ ଟିମ୍ ଭାରତ ବିପକ୍ଷରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ।

ଟିମର ନେତୃତ୍ୱ ଭାର ସର୍ବୋପରି ଆରୋନ୍ ଫିଞ୍ଚଙ୍କୁ ଦିଆଯାଇଛି। କିନ୍ତୁ ତାଙ୍କ ସହ କୋଚ୍ ଜଷ୍ଟିନ୍ ଲାଙ୍ଗର୍ ଭାରତ ଗସ୍ତ କରିବେ। ମ୍ୟାକ୍ସୱେଲ୍ ଓ ଷ୍ଟୋଇନିସ୍ ବିଶ୍ୱକପରେ ଖେଳିଥିଲେ। ମ୍ୟାକ୍ସୱେଲ୍ ମାନସିକ ଦୁଶ୍ଚିନ୍ତା କାରଣରୁ କ୍ରିକେଟରୁ ବ୍ରେକ୍ ନେଇଥିଲେ। ଏବେ ସେ ଘରୋଇ କ୍ରିକେଟ୍ ଖେଳି ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ତାଙ୍କୁ ଆଉ କିଛି ସମୟ ଲାଗିବ। ନିଜର ଶେଷ ତିନୋଟି ଟେଷ୍ଟରେ ଲଗାତର ଶତକ ମାରିଥିବା ଲାବୁଶେନ୍ ବର୍ତ୍ତମାନ ଅଷ୍ଟ୍ରେଲିଆର ଅନ୍ୟତମ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି।

ଦିନିକିଆ ସ୍କ୍ୱାଡରେ ଆଷ୍ଟନ ଟର୍ଣ୍ଣରଙ୍କୁ ସାମିଲ୍ କରାଯାଇଛି, ଯିଏ ନିଜର ଡେବ୍ୟୁ ମ୍ୟାଚରେ ୪୩ ବଲରେ ୮୪ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ। ବିଶ୍ୱକପରୁ ବାଦ୍ ପଡ଼ିଥିବା ସ୍ପିନର ଆଡାମ ଜାମ୍ପାଙ୍କୁ ଟିମରେ ସ୍ଥାନ ମିଳିଛି। ଜାମ୍ପାଙ୍କ ସ୍ଥାନରେ ନେଥନ୍ ଲାୟନ୍ ବିଶ୍ୱକପ୍ ସ୍କ୍ୱାଡରେ ସ୍ଥାନ ପାଇଥିଲେ। ନିୟମିତ ଓପ୍ନର ଡେଭିଡ୍ ୱାର୍ଣ୍ଣର ଏବଂ ଷ୍ଟିଭ୍ ସ୍ମିଥ୍ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି। ଦୁହେଁ ଶେଷଥର ପାଇଁ ବିଶ୍ୱକପରେ ଖେଳିଥିଲେ। ସୂଚନାଯୋଗ୍ୟ, ଭାରତ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୪ ତାରିଖରେ ମୁମ୍ବାଇରେ ଖେଳାଯିବ। ଜାନୁଆରୀ ୧୭ରେ ଦ୍ୱିତୀୟ ଏବଂ ୧୯ ତାରିଖରେ ତୃତୀୟ ମ୍ୟାଚ୍ ଅନୁଷ୍ଠିତ ହେବ।

ଅଷ୍ଟ୍ରେଲିଆ ସ୍କ୍ୱାଡ୍‌: ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍‌), ସିନ୍ ଆବୋଟ୍ଟ, ଆଷ୍ଟନ୍ ଆଗର, ଆଲେକ୍ସ କ୍ୟାରୀ, ପ୍ୟାଟ୍ କମିନ୍ସ, ପିଟର୍ ହ୍ୟାଣ୍ଡସ୍କମ୍ବ, ଜୋଶ ହେଜଲଉଡ୍‌, ମାର୍ନସ୍ ଲାବୁଶେନ୍‌, କେନ୍ ରିଚାର୍ଡସନ୍‌, ଷ୍ଟିଭ୍ ସ୍ମିଥ୍‌, ମିଚେଲ୍ ଷ୍ଟାର୍କ, ଆଷ୍ଟନ୍ ଟର୍ଣ୍ଣର, ଡେଭିଡ୍ ୱାର୍ଣ୍ଣର୍‌, ଆଡାମ ଜାମ୍ପା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos