ପର୍ଥ ଦିବାରାତ୍ର ଟେଷ୍ଟରେ ଲାବୁଶେନଙ୍କ ଶତକ

ପର୍ଥ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦିବାରାତ୍ର ଟେଷ୍ଟ ଏଠାରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସରେ ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନଙ୍କ ଆକର୍ଷଣୀୟ ଶତକ ବଳରେ ଅଷ୍ଟ୍ରେଲିଆ ୯୦ ଓଭରରେ ୪ ୱିକେଟ୍ ହରାଇ ୨୪୮ ରନ୍ କରିଛି। ତେବେ ଟିମର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଓ ଷ୍ଟିଭ୍ ସ୍ମିଥ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ଦିବସର ଷ୍ଟମ୍ପ ଅପସାରଣ ବେଳକୁ ଲାବୁଶେନ୍ ୧୧୦ […]

marnus

marnus

Ranjit Kumar Jena
  • Published: Thursday, 12 December 2019
  • Updated: 12 December 2019, 06:51 PM IST

Sports

Latest News

ପର୍ଥ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦିବାରାତ୍ର ଟେଷ୍ଟ ଏଠାରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସରେ ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନଙ୍କ ଆକର୍ଷଣୀୟ ଶତକ ବଳରେ ଅଷ୍ଟ୍ରେଲିଆ ୯୦ ଓଭରରେ ୪ ୱିକେଟ୍ ହରାଇ ୨୪୮ ରନ୍ କରିଛି। ତେବେ ଟିମର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଓ ଷ୍ଟିଭ୍ ସ୍ମିଥ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ଦିବସର ଷ୍ଟମ୍ପ ଅପସାରଣ ବେଳକୁ ଲାବୁଶେନ୍ ୧୧୦ (୨୦୨ ବଲ୍‌, ୧୪ ଚୌକା, ୧ ଛକା) ଓ ଟ୍ରାଭିସ୍ ହେଡ୍ ୨୦ ରନ୍ କରି ଅପରାଜିତ ରହିଛନ୍ତି।

ପିଙ୍କ୍ ବଲରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଟିମ୍ ପେନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆର ଦୁଇ ଓପ୍ନର ଡେଭିଡ୍ ୱାର୍ଣ୍ଣର୍ ଓ ଜୋ ବର୍ନସ୍ ପ୍ରଥମ ୱିକେଟ୍ ପାଇଁ ୪୦ ରନ୍ ଯୋଡ଼ିଥିଲେ। ବର୍ନସ୍ ମାତ୍ର ୯ ରନ୍ କରି କଲିନ୍ ଡି'ଗ୍ରାଣ୍ଡହୋମଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ।

ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରିଥିବା ୱାର୍ଣ୍ଣର ନିଜର ଏହି ଫର୍ମକୁ ଏଠାରେ ଜାରି ରଖିପାରି ନାହାନ୍ତି। ସେ ବ୍ୟକ୍ତିଗତ ୪୩ ରନ୍ କରିଥିବା ବେଳେ ନିଲ୍ ୱାଗନରଙ୍କ ଦ୍ୱାରା ଚମତ୍କାର କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। କିନ୍ତୁ ଲାବୁଶେନ୍ ନିଜର ଫର୍ମ ଜାରି ରଖି କିୱି ବୋଲରଙ୍କୁ ଉଚିତ୍ ସାମ୍ନା କରିଥିଲେ। ତାଙ୍କୁ ଚତୁର୍ଥ ସ୍ଥାନରେ ସ୍ମିଥ୍ ଭଲ ସହଯୋଗ କରିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୩୨ ରନର ଭାଗୀଦାରୀ କରି ଟିମର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ।

ପାକିସ୍ତାନ ବିପକ୍ଷ ଟେଷ୍ଟରେ ନିରାଶ କରିଥିବା ସ୍ମିଥ୍ ମାତ୍ର ୪୩ ରନ୍ କରି ୱାଗନରଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମାଥ୍ୟୁ ୱେଡ୍ (୧୨)ଙ୍କୁ ଟିମ୍ ସାଉଦୀ କ୍ଲିନ୍ ବୋଲ୍ଡ କରି ନ୍ୟୁଜିଲ୍ୟାଣ୍ଡକୁ ଚତୁର୍ଥ ସଫଳତା ଦେଇଥିଲେ। ଏହା ପରେ ଲାବୁଶେନ୍ ଜବରଦସ୍ତ ବ୍ୟାଟିଂ କରି କ୍ୟାରିୟରର ତୃତୀୟ ଟେଷ୍ଟ ଶତକ ହାସଲ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ୱାଗନର୍ ୨ଟି, ସାଉଦୀ ଓ ଗ୍ରାଣ୍ଡହୋମ୍ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos