କ୍ୱାରେଣ୍ଟାଇନ୍‌ ନିୟମକୁ ଭାଙ୍ଗିଲେ ମ୍ୟାରିକମ

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଭାରତ ସରକାର କ୍ୱାରେଣ୍ଟାଇନ୍‌ ପାଇଁ ଜାରି କରିଥିବା ନିୟମକୁ ବକ୍ସର ତଥା ରାଜ୍ୟସଭା ସାଂସଦ ମ୍ୟାରିକମ ଉଲ୍ଲଙ୍ଘନ କରିଛନ୍ତି। ମ୍ୟାରିକମ ନିକଟରେ ଜୋର୍ଡାନର ଅମ୍ମାନରେ ଏସିଆନ-ଓସେନିଆ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଖେଳିବାକୁ ଯାଇଥିଲେ। ମାର୍ଚ୍ଚ ୧୩ ଭାରତ ଫେରିଥିଲେ। ନିୟମ ଅନୁଯାୟୀ, ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍ ରହିବାକୁ ପଡ଼ିବ। ଏହି ସମୟ ଭିତରେ ସେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ […]

ma

Hemant Lenka
  • Published: Saturday, 21 March 2020
  • , Updated: 21 March 2020, 06:24 PM IST

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଭାରତ ସରକାର କ୍ୱାରେଣ୍ଟାଇନ୍‌ ପାଇଁ ଜାରି କରିଥିବା ନିୟମକୁ ବକ୍ସର ତଥା ରାଜ୍ୟସଭା ସାଂସଦ ମ୍ୟାରିକମ ଉଲ୍ଲଙ୍ଘନ କରିଛନ୍ତି। ମ୍ୟାରିକମ ନିକଟରେ ଜୋର୍ଡାନର ଅମ୍ମାନରେ ଏସିଆନ-ଓସେନିଆ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଖେଳିବାକୁ ଯାଇଥିଲେ।

ମାର୍ଚ୍ଚ ୧୩ ଭାରତ ଫେରିଥିଲେ। ନିୟମ ଅନୁଯାୟୀ, ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍ ରହିବାକୁ ପଡ଼ିବ। ଏହି ସମୟ ଭିତରେ ସେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିବେ। ହେଲେ ମ୍ୟାରିକମ ନିଜର କ୍ୱାରେଣ୍ଟାଇନ୍‌ ପିରୟଡକୁ ଭାଙ୍ଗି ଏଣେତେଣେ ବୁଲାବୁଲି କରିଥିବା ଖବର ସାମ୍ନାକୁ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମ୍ୟାରିକମ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବ୍ରେକଫାଷ୍ଟ ଆୟୋଜନ କରିଥିଲେ।

ଏଥିରେ ଅନ୍ୟ ସାଂସଦମାନଙ୍କ ସହ ମ୍ୟାରିକମ ମଧ୍ୟ ଯୋଗ ଦେଇଥିଲେ। ବ୍ରେକଫାଷ୍ଟ ପାର୍ଟିର ୪ଟି ଫଟୋ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ କରାଯାଇଥିଲା। ଏହି ୪ଟି ଫଟୋ ମଧ୍ୟରୁ ଗୋଟିଏରେ ମ୍ୟାରିକମ ଅନ୍ୟ ସାଂସଦମାନଙ୍କ ସହ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ବକ୍ସିଂ କୋଚ ଶାନ୍ତିଆଗୋ ନିଇଭା ଶୁକ୍ରବାର କହିଥିଲେ, “ଜୋର୍ଡାନ ଯାଇଥିବା ସମସ୍ତ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ସମସ୍ତେ ୧୦ ଦିନ ରହିବେ ବୋଲି କୁହାଯାଇଥିଲା। ହେଲେ ସ୍ଥିତିକୁ ଦେଖି ଏହାକୁ ୧୪ ଦିନକୁ ବୃଦ୍ଧି କରାଯାଇଛି।”

ମ୍ୟାରିକମ କହିଛନ୍ତି, “ମୁଁ ଜୋର୍ଡାନରୁ ଆସିବା ପରେ ଘରେ ରହିଛି। କେବଳ ରାଷ୍ଟ୍ରପତିଙ୍କ ବ୍ରେକଫାଷ୍ଟରେ ଯୋଗଦେଇଥିଲି। ମୁଁ କନିକା କପୁରଙ୍କ ପାର୍ଟିକୁ ଯାଇଥିବା ଦୁଷ୍ୟନ୍ତ ସିଂହଙ୍କ ସହ ହାତ ମିଳାଇନାହିଁ କିମ୍ବା ତାଙ୍କ ସହ ମିଶିନାହିଁ।”

Related story