ଦିନିକିଆ ସିରିଜରୁ ଧୱନ୍ ଆଉଟ୍‌, ମୟଙ୍କ ଇନ୍‌

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆରମ୍ଭ ହେବାକୁଥିବା ଦିନିକିଆ ସିରିଜ୍ ପାଇଁ ଭାରତୀୟ ଟେଷ୍ଟ ଟିମ୍ ଓପ୍ନର ମୟଙ୍କ ଅଗ୍ରୱାଲଙ୍କୁ ସାମିଲ୍ କରାଯାଇଛି। ସେ ନିୟମିତ ଓପ୍ନର ଶିଖର ଧୱନଙ୍କ ସ୍ଥାନରେ ସାମିଲ୍ ହୋଇଛନ୍ତି। ଧୱନ୍ ଆହତ କାରଣରୁ ଟି-୨୦ ସିରିଜରୁ ବାଦ୍ ପଡ଼ିଥିବା ବେଳେ ଏବେ ଦିନିକିଆ ସିରିଜରୁ ମଧ୍ୟ ବାହାରି ଯାଇଛନ୍ତି। ଟି-୨୦ରେ ଧୱନଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଥିଲା। ଚଳିତ ବର୍ଷ ଧୱନ୍ ପ୍ରଥମଥର ଆଘାତପ୍ରାପ୍ତ ହୋଇନାହାନ୍ତି। ଏହା […]

mayank

mayank

Ranjit Kumar Jena
  • Published: Wednesday, 11 December 2019
  • Updated: 11 December 2019, 03:50 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆରମ୍ଭ ହେବାକୁଥିବା ଦିନିକିଆ ସିରିଜ୍ ପାଇଁ ଭାରତୀୟ ଟେଷ୍ଟ ଟିମ୍ ଓପ୍ନର ମୟଙ୍କ ଅଗ୍ରୱାଲଙ୍କୁ ସାମିଲ୍ କରାଯାଇଛି। ସେ ନିୟମିତ ଓପ୍ନର ଶିଖର ଧୱନଙ୍କ ସ୍ଥାନରେ ସାମିଲ୍ ହୋଇଛନ୍ତି। ଧୱନ୍ ଆହତ କାରଣରୁ ଟି-୨୦ ସିରିଜରୁ ବାଦ୍ ପଡ଼ିଥିବା ବେଳେ ଏବେ ଦିନିକିଆ ସିରିଜରୁ ମଧ୍ୟ ବାହାରି ଯାଇଛନ୍ତି। ଟି-୨୦ରେ ଧୱନଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଥିଲା।

ଚଳିତ ବର୍ଷ ଧୱନ୍ ପ୍ରଥମଥର ଆଘାତପ୍ରାପ୍ତ ହୋଇନାହାନ୍ତି। ଏହା ପୂର୍ବରୁ ସେ ବିଶ୍ୱକପରେ ମଧ୍ୟ ଆହତ ଯୋଗୁ ଅଧାରୁ ଓହରିଯାଇଥିଲେ। ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୱନଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିଲା। ବିଶ୍ୱକପରେ ଧୱନଙ୍କ ସ୍ଥାନରେ ମୟଙ୍କଙ୍କୁ ସାମିଲ୍ କରାଯାଇଥିଲା, କିନ୍ତୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା। ଚଳିତବର୍ଷ ଟେଷ୍ଟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ୨୮ ବର୍ଷୀୟ କର୍ଣ୍ଣାଟକ ଖେଳାଳି ମୟଙ୍କଙ୍କୁ ଚଳିତ ମାସରେ ସୀମିତ ଓଭରରେ ଡେବ୍ୟୁ କରିବା ପାଇଁ ସୁଯୋଗ ମିଳିପାରେ।

ମୟଙ୍କ ୯ ଟେଷ୍ଟରେ ୬୭ ହାରରେ ୮୭୨ ରନ୍ କରିଛନ୍ତି। ବର୍ତ୍ତମାନ ଅଗ୍ରୱାଲ୍ ରଣଜୀ ଟ୍ରଫିରେ ତାମିଲନାଡୁ ବିପକ୍ଷରେ ମ୍ୟାଚ୍ ଖେଳୁଛନ୍ତି। ଚେନ୍ନାଇରେ ଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ସେ ଜାତୀୟ ଦଳରେ ଯୋଗ ଦେବେ। ସୂଚନାଯୋଗ୍ୟ, ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ୧୫ ତାରିଖରେ ଚେନ୍ନାଇରେ ଖେଳାଯିବ। ଏହା ପେର ୧୮ ତାରିଖରେ ଦ୍ୱିତୀୟ ମ୍ୟାଚ୍ ବିଶାଖାପଟ୍ଟନମ୍ ଏବଂ ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ ଖେଳାଯିବ।

ସଂଶୋଧିକ ଦିନିକିଆ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା (ଭାଇସ୍‌-କ୍ୟାପଟେନ୍‌) ମୟଙ୍କ ଅଗ୍ରୱାଲ୍‌, ଲୋକେଶ ରାହୁଲ୍‌, ଶ୍ରେୟସ୍ ଆୟର୍‌, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍‌, କୁଲଦୀପ ଯାଦବ, ଦୀପକ ଚହର୍‌, ମହମ୍ମଦ ଶାମି, ଭୁବନେଶ୍ୱର କୁମାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos